ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଘୁଚାପଜନିତ ବର୍ଷାରେ ଘର ଭାଙ୍ଗି ୨ ପରିବାର ବେସାହାରା, ସରକାରୀ ସହାୟତା ପାଇଁ ନିବେଦନ

କୋକସରା,୧୭/୮- (ମ ନି ସ )  ଗତ କିଛିଦିନ ତଳେ ହୋଇଥିବା ଲଘୁଚାପ ଜନିତ ଜନିତ ଲଗାଣ ବର୍ଷାରେ କୋକସରା ବ୍ଲକ ର ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗ୍ରାମର କୁମୁଦ ମାଝୀ ଓ ଫୁଫଗାଁ ପଞ୍ଚାୟତ ଫୁଫଗାଁ ଗ୍ରାମର ବିଧବା ସୁଲୋଚନା ଜାଳ ଙ୍କ ମାଟିଘର ବର୍ଷା କାରଣରୁ ଭାଙ୍ଗି ଯାଇଥିବା ନେଇ ଅଭିଯୋଗ ହୋଇଛି। ଘର ଭାଙ୍ଗିବା ପରେ ଦୁଇ ପରିବାର ବେସାହାରା ହୋଇ ପଡିଛନ୍ତି। ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗ୍ରାମର କୁମୁଦ ମାଝୀଙ୍କ ମାଟି ଘର ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଛି। ଏ ନେଇ ଆମପାଣି ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ଆମପାଣି ଆରଆଇ ଙ୍କୁ ଜଣାଇବା ପରେ ରିପୋର୍ଟ ସଂଗ୍ରହ କରିଛନ୍ତି। ସେହିପରି ଫୁଫଗାଁ ଗ୍ରାମ ର ବିଧବା ସୁଲୋଚନା ଜାଳ ଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ତେବେ ଘର ଭାଙ୍ଗିବା ପରେ ଏହି ଦୁଇ ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଘର ଭାଙ୍ଗିବା ପରେ ରାଜସ୍ୱ ବିଭାଗ ର ଅଧିକାରୀ ପହଞ୍ଚି ସହାୟତା ବାବଦରେ କେବଳ ପଲିଥିନ ଦେଇଥିବା ଜଣାପଡ଼ିଛି। ତେବେ ଘର ମରାମତି କରିବାକୁ ଆର୍ଥିକ ସମ୍ବଳ ନଥିବା କାରଣରୁ ବ୍ଲକ ପ୍ରଶାସନ ଆବାସ ଯୋଜନା ରେ ଘର ଯୋଗାଇ ଦେବାକୁ ପୀଡିତ ପରିବାର ନିବେଦନ କରିଛନ୍ତି।

Related posts

ସାହିତ୍ୟ ଅଗଣା

Sunil Chandra Nayak

ରାଷ୍ଟ୍ରୀୟ ଏକତା ଦିବସ ଧର୍ମଗଡ ରେ ରନ ଫର ଇଉନିଟି

Sunil Chandra Nayak

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!