ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷାନଗରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜନ୍ମାଷ୍ଟମୀ ପାଳିତ: କୁନିକୁନି ପିଲାମାନେରାଧା ଓ କୃଷ୍ଣ ବେଶରେ ହେଲେ ସୁସଜିତ 

କାମାକ୍ଷାନଗର୧୮-୦୮-୨୦୨୨ ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସବମୂଖର ସାରା ଦେଶ। ଭକ୍ତି ଓ ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରୁଛନ୍ତି ଶ୍ରଦ୍ଧାଳୁ।ଏହି ଅବସରରେ କାମାକ୍ଷାନଗର ସରସ୍ୱତୀ ଶିଶୁ ମନ୍ଦିରରେ ଓ ଜୈନ ମିଶ୍ରିଲାଲ ପଦ୍ମାବତୀ ମଡେଲ ସ୍କୁଲରେ କୁନିକୁନି ପିଲାମାନେ କୃଷ୍ଣରାଧା ବେଶରେ ସଜ୍ବିତ ହୋଇଥିଲେ। ଗତ ୨ ବର୍ଷ ହେଲା କରୋନା ପାଇଁ ବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳନ ହେଉନଥିଲା। ଚଳିତ ବର୍ଷ କଟକଣା ହଟିଯିବାରୁ ବିଦ୍ୟାଳୟ ଚଳଚଂଚଳ ହୋଇଛି। ଆଜି କାମାକ୍ଷାନଗର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜନ୍ମାଷ୍ଟମୀ ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ କୁନିକୁନି ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସଜିତ ହୋଇଥିଲେ ।ବିଦ୍ୟାଳୟ ତରଫରୁ ଦୋଳି ତିଆରି କରାଯାଇଥିଲା। ଯେଉଁଠି କୃଷ ଆଉ ରାଧା ବେଶରେ ସଜ୍ଜିତ ହୋଇ ଥିବା ଛାତ୍ରଛାତ୍ରୀ ମାନେ ଦୋଳି ଖେଳିଥିଲେ। ଏବଂ ପରିଶେଷ ରେ ମିଶ୍ରିଲାଲ ବିଦ୍ୟାଳୟରେ ଛ୍ରାତ୍ର ଛାତ୍ରୀଙ୍କ ଦ୍ବାର ଦହିହାଣ୍ଡି ଭଙ୍ଗଯାଇଥିଲା। ଯାହାକି ପୁରୁଣା ପରମ୍ପରା କୁ ପୁଣିଥରେ ମନେ ପକାଇ ଦେଇଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଭିଜା ମାଟିର ବାସ୍ନା

Sunil Chandra Nayak

ନିର୍ବାଚିତ ହେଲେ ଶାଳିଆ ଜଳସେଚନ ପ୍ରକଳ୍ପର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ

Sunil Chandra Nayak

ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ବର୍ଷା ଜଳ ସଂରକ୍ଷିତ ପାଇଁ ଧର୍ମଗଡ଼ ଏନଏସି ପକ୍ଷରୁ ବୈଠକ

Leave a Comment

error: Content is protected !!