ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ୍ମାଷ୍ଟମୀ ରେ ଉତ୍ସଵ ମୁଖର ସରସ୍ଵତୀ ଶିଶୁ ମନ୍ଦିର, ରାଧାକୃଷ୍ଣ ବେଶ ରେ ସଜ୍ଜିତ ହେଲେ ଛାତ୍ର ଛାତ୍ରୀ 

କୋକସରା,୧୯/୮-( ମ ନି ସ)  ଆଜି ଜନ୍ମାଷ୍ଟମୀ ନନ୍ଦଲାଲା ଶ୍ରୀକୃଷ୍ଣ ଙ୍କ ଜନ୍ମଦିନ। ପବିତ୍ର ଜନ୍ମାଷ୍ଟମୀ ପାଇଁ ଆଜି ଉତ୍ସଵ ମୁଖର ହୋଇ ପଡିଛି ଗାଁ ଠୁ ସହରରେ ଥିବା ବିଭିନ୍ନ ସରସ୍ଵତୀ ଶିଶୁ ମନ୍ଦିର। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଥିବା କୋକସରା, କୁସୁମଖୁଣ୍ଟି, ଲଡୁଗାଁ, କାଉଡୋଳା, ଆମପାଣି ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସଵ ପାଳନ ପାଇଁ ଶିଶୁ ମନ୍ଦିର ପକ୍ଷରୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗୁରବାର ସକାଳୁ ସକାଳୁ ଶିଶୁ ମନ୍ଦିରରେ ବିଦ୍ୟାର୍ଜନ କରୁଥିବା କୁନି କୁନି ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ପହଞ୍ଚିଥିଲେ। ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି। ଜନ୍ମାଷ୍ଟମୀ ଦିବସର ବିଭିନ୍ନ ପୌରାଣିକ ଦିଗ ଓ ଏହାର ଆଜିର ସମାଜରେ କଣ ଗୁରୁତ୍ୱ ରହିଛି ସେନେଇ ଶିକ୍ଷାନୁଷ୍ଠାନର ଗୁରୁଜୀ ଗୁରୁମା ମାନେ ପିଲାଙ୍କୁ ଉପଦେଶ ଦେଇଛନ୍ତି। କୋକସରା ସରସ୍ୱତୀ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ଅବସରରେ ଅତିଥି ଭାବେ ପ୍ରଶାନ୍ତ ମଲ୍ଲିକ, ଗୁରୁମା ମାଧୁରୀ ମୁଣ୍ଡ ଉପସ୍ଥିତ ରହିଥିଲେ।ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, ଧର୍ମରାଜ ସାହୁ, ଜୟଶ୍ରୀ ପଣ୍ଡା ସମେତ ଅନ୍ୟ ଗୁରୁଜୀ, ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସଂସାର

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ୩୬ ଜିଲ୍ଲାପରିଷଦ ସଭ୍ଯ ପ୍ର।ଥି ଙ୍କର ଭାଗ୍ଯନିର୍ଦ୍ଧରଣ କରୁଛନ୍ତି ୧୦୫୬୧୯୪ ଜଣ ଭୋଟର 

Sunil Chandra Nayak

ମହାନବମୀ ରେ କୁମାରୀ ପୂଜା

Sunil Chandra Nayak

Leave a Comment

error: Content is protected !!