ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରସାମ୍ୟ ହରାଇ ପଥରରେ ପିଟିହେଲେ ବାଇକ ଚାଳକ : ଗାଡି ଚାଳକଙ୍କୁ ଜିଲ୍ଲା ଚିକିତ୍ସାଲୟରେ ଭର୍ତି

ଗୋଳାମୁଣ୍ଡା /୧୯/୮/ମସିହା କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଗୋଳାମୁଣ୍ଡା ଓ ମାନଝରୀ ରାସ୍ତା ମଝିରେ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତା ପାଖରେ ଥିବା ଏକ ପଥରରେ ପିଟି ହୋଇ ଦୁର୍ଘଟଣା ହୋଇଥିବା ଜଣାପଡିଛି । ବାଇକ ଚାଳକ ଅତି ଗୁରୁତର ଥିବା ବେଳେ ତାଙ୍କ ସଙ୍ଗେ ଥିବା ବ୍ୟକ୍ତି ସୁସ୍ଥ ଥିବା ଜଣାପଡିଛି । ଗୁରୁତର ଜଣକ ହେଉଛି ତୁରେଛଡ଼ା ଗ୍ରାମର ସନ୍ତୋଷ ଛୁରା । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ହେଲେ ଫୋନ ନ ଲାଗିବାରୁ ପାଖରେ ଥିବା ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗୋଳାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଇଥିଲେ । ବାଇକ ଚାଳକ ଅତୀଗୁରୁତର ହେବାରୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରିଥିଲେ ହେଲେ ଉପଖଣ୍ଡ ଚିକିତ୍ସାଲୟର ଡାକ୍ତର ଜିଲ୍ଲା ଚିକିତ୍ସାଲୟକୁ ପଠାଇଥିବା ଜଣାପଡିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତି ମସିହା,

Related posts

କଳାହାଣ୍ଡି ସାଂସଦଙ୍କ ଦିନିକିଆ ନର୍ଲା ବ୍ଲକ୍ ଗସ୍ତ, ବୁଝିଲେ ଲୋକଙ୍କ ଦୁଃଖ ସୁଖ 

Sunil Chandra Nayak

ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

Sunil Chandra Nayak

ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

Leave a Comment

error: Content is protected !!