ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମୋ ଶରୀର ଜଳେ ଯାଉ ପୁରା ଭାସି
    ଜଗତ ଉଦ୍ଧାର ହେଉ
ବନ୍ୟାରେ ପ୍ଲାବିତ ଅଞ୍ଚଳ ଜନତା
   ସାହା ହୁଅ ମହାବାହୁ।
ବିପଦର ବନ୍ଧୁ ବିପଦୁ ଉଦ୍ଧାର
    ଜନ ରକ୍ଷା କୃପା ସିନ୍ଧୁ
ଚାହିଁ ଦିଅ ଥରେ ବିପଦ ଘୁଞ୍ଚିବ
    ତୁମେ ପରା ଦୟା ବିନ୍ଦୁ।
ଆସୁ ଯେତେ ରୀପୁ ସବୁ ତଡ଼ି ଦିଅ
     ଜନ ମୁଖେ ଦିଅ ହସ
ଶାନ୍ତିର ପଥିକ ତୁମେ ଯେ ଅଟଇ
       ଖୁସିରେ କର ପ୍ରକାଶ।
ମନର ଯନ୍ତ୍ରଣା ବୁଝି ପାର ପ୍ରଭୁ
    ମୁଖରୁ ବୁଝୁଛ ନିତି
ଗୁପତେ କହୁଛ ଧର୍ଯ୍ୟ ଧରି ରୁହ
     ପାଇବ ଜୀବନ ପ୍ରୀତି।
ଅନେକ ଦୂରରୁ ଯାଉଛି ପାଖକୁ
      ଦିଅ ଥରେ ଦରଶନ
ବହୁ ଆଶା ଧରି କହିବି ମୋ କଥା
       ମୋ ଦୁଃଖ କର ନାଶନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଚନ୍ଦ୍ରକଳା ଙ୍କ କବିତା ନିଦାଘ

ଗଛ ପଡି ବାସିନୀ ଠାରୁ ବାମିନି ରାସ୍ତା ଠପ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!