ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମୋ ଶରୀର ଜଳେ ଯାଉ ପୁରା ଭାସି
    ଜଗତ ଉଦ୍ଧାର ହେଉ
ବନ୍ୟାରେ ପ୍ଲାବିତ ଅଞ୍ଚଳ ଜନତା
   ସାହା ହୁଅ ମହାବାହୁ।
ବିପଦର ବନ୍ଧୁ ବିପଦୁ ଉଦ୍ଧାର
    ଜନ ରକ୍ଷା କୃପା ସିନ୍ଧୁ
ଚାହିଁ ଦିଅ ଥରେ ବିପଦ ଘୁଞ୍ଚିବ
    ତୁମେ ପରା ଦୟା ବିନ୍ଦୁ।
ଆସୁ ଯେତେ ରୀପୁ ସବୁ ତଡ଼ି ଦିଅ
     ଜନ ମୁଖେ ଦିଅ ହସ
ଶାନ୍ତିର ପଥିକ ତୁମେ ଯେ ଅଟଇ
       ଖୁସିରେ କର ପ୍ରକାଶ।
ମନର ଯନ୍ତ୍ରଣା ବୁଝି ପାର ପ୍ରଭୁ
    ମୁଖରୁ ବୁଝୁଛ ନିତି
ଗୁପତେ କହୁଛ ଧର୍ଯ୍ୟ ଧରି ରୁହ
     ପାଇବ ଜୀବନ ପ୍ରୀତି।
ଅନେକ ଦୂରରୁ ଯାଉଛି ପାଖକୁ
      ଦିଅ ଥରେ ଦରଶନ
ବହୁ ଆଶା ଧରି କହିବି ମୋ କଥା
       ମୋ ଦୁଃଖ କର ନାଶନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ପାଣିଗ୍ରାହୀ ସମ୍ବର୍ଦ୍ଧିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏ ଜୀବନ ଗଣିତ ବହି

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହସ

Sunil Chandra Nayak

Leave a Comment

error: Content is protected !!