ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକ ଦୁର୍ଘଟଣା ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ,ଚାରି ଦିନ ପରେ ଗାଁରେ ପହଁଚିଲା ଶବ

 ଚିଲିଗୁଡା( ମ ନି ସ ) କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ଦେଖିବାକୁ ମିଳିଛି ।କେତେବେଳେ ଦାଦନ ଙ୍କ ମୃତ୍ୟୁ ହେଉଛି ତ କେତେବେଳେ ଦାଦନ ଙ୍କ ଶବ ଗାଁ କୁ ଆସିପାରୁନାହିଁ ତ କେତେବେଳେ ଦାଦନ ମାନଙ୍କ ନିର୍ଯାତନା ଖବର ଶୁଣିବାକୁ ମିଳୁଛି ।ତଥାପି ସୁଧୁରୁନି ଦାଦନ ଙ୍କ ଦୁଃଖର କାହାଣୀ ।ଏଭଳି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବଣିଜରା ଗ୍ରାମ ପଞ୍ଚାୟତର ପୁରୁଣାସର ମାଲପଡା ଗ୍ରାମର ବିକ୍ରମ କେତକୀ ୩୦ ଗତ ଦୁଇ ମାସ ତଳେ ଦାଦନ ଖଟିବାକୁ କର୍ଣ୍ଣାଟକ ରାଜ୍ୟର ମହୀଶୂର ଜିଲ୍ଲାର ସାଲେ ଗ୍ରାମ ଗାଁ ରେ କେ ଏ ନ ଏ ଲ କମ୍ପାନୀ ଠାରେ ଶ୍ରମିକ ଭାବରେ ନିୟୋଜିତ ଥିଲେ ।ପ୍ରତିଦିନ ଭଲି ସେ କାମ ସାରି କୌଣସି କାମରେ ବଜାରକୁ ଯାଇ ଫେରୁଥିବା ସମୟରେ ଗତ ୧୬ ତାରିଖ ସଂଧ୍ୟା ୬ ଟା ସମୟରେ ଏକ ଟ୍ରକ ବିକ୍ରମ କେତକୀ ଙ୍କୁ ଦୁର୍ଘଟଣା କରି ଥିଲା । ସାଲେ ଗ୍ରାମ ଗାଁ ରେ ଦୁର୍ଘଟଣା ଘଟିଥିଲା ।ସେ ଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇଲା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ।ବର୍ତ୍ତମାନ ପରିବାରରେ ସ୍ତ୍ରୀ ଭାନୁ ମତି ଏବଂ ଦୁଇ ପୁଅ ପ୍ରତ୍ୟୁଷ ଏବଂ ଶୁଭମ ରହିଛନ୍ତି ।କମ ବୟସରେ ଭାନୁ ମତି ସ୍ୱାମୀଙ୍କୁ ହରାଇ ଭାଙ୍ଗି ପଡି ଥିବା ବେଳେ ଦୁଇ ପୁଅଙ୍କୁ ନେଇ କିପରି ସଂସାର କରିବ ସେହି ଚିନ୍ତାରେ ବିଧବା ସ୍ତ୍ରୀ । ସ୍ୱାମୀର ମୃତ୍ୟୁ ର ଚାରି ଦିନ ପରେ ଆଜି ଗାଁ ରେ ଶବ ପହଞ୍ଚି ଥିଲା । ଶବ ପହଁଚିଲା ପରେ ଗାଁ କାନ୍ଧ ବୋବ।ଳୀରେ ଫାଟି ପଡୁଥିଲା ।ସ୍ୱାମୀ କୁ ହରାଇ ସ୍ତ୍ରୀ ଏବେ ଏକାକୀ । କିଏ ଶୁଣିବ ତାହାର ଦୁଃଖ ।ପ୍ରଥମ ଥର ପାଇଁ ସେ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଗାଁ କୁ ଶବ ହୋଇ ଫେରିଲେ ।ଭାବି ଥିବେ ଆସନ୍ତା ନୂଆଖାଇରେ ଗାଁ କୁ ଯିବି ସ୍ତ୍ରୀ ପିଲା ଝୁଆ ଙ୍କ ସହ ମିଶିବି ଗାଁ ରେ ସାଙ୍ଗ ସାଥିଙ୍କ ସହ ମଉଜ କରିବି ।କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ ପ୍ରକାରର । ସ୍ତ୍ରୀ ପିଲା ଝୁଆ ସାଙ୍ଗ ସାଥି ସମସ୍ତଙ୍କୁ ଛାଡି ଚାଲି ଗଲେ ଆର ପାରିକୁ । ତାଙ୍କର ମୃତ୍ୟୁ ଖବର ଶୁଣିଲା ପରେ ଗାଁରେ ଶୋକ।କୁଳ ପରିବେଶର ବାତାବରଣ ଦେଖିବାକୁ ମିଳିଥିଲା ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବିଜେଡି ପକ୍ଷରୁ ବହଳଦା ବିଡିଓ’ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ରାକ୍ଷୀ ମୋ ରାକ୍ଷୀ , ଦୁଃଖ ସୁଖର ସାକ୍ଷୀ 

Sunil Chandra Nayak

ଜୁଲାଇ ୧ରୁ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ

Sunil Chandra Nayak

Leave a Comment

error: Content is protected !!