ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଉଦଘାଟିତ

ନର୍ଲା (ମନିସ) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମ.ରାମପୁର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମ.ରାମପୁର ସରପଂଚ ବୀଣାପାଣି ସାହୁ, କେସିଙ୍ଗା ସଂକୁଳ ପ୍ରମୁଖ ମୋହନ ପୁଟେଲ, ପ୍ରଭାରୀ ସଂକୁଳ ସଂଯୋଜକ ବୁଦ୍ଧ ନାଏକ, ବିଦ୍ୟାଳୟ ସଭାପତି ଅଶ୍ଵିନୀ ପଣ୍ଡା, ସମ୍ପାଦକ ରଜନୀକାନ୍ତ ମହାଖୁଡ, ପ୍ରଧାନାଚାର୍ଯ୍ୟ ପବିତ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। କେସିଙ୍ଗା, ଉତ୍କେଲା, ରୁପ୍ରା, ରୁପ୍ରାରୋଡ, ନର୍ଲା, ମ.ରାମପୁର, ରିଷିଡା, କର୍ଲାମୁଣ୍ଡା ଓ କୁଶୁର୍ଲା ଜୋରାଡୋବରା ଶିଶୁ ମନ୍ଦିରର ପ୍ରାୟ ୩୦୦ ଜଣ ପ୍ରତିଭାଗୀ ସଂସ୍କୃତିବୋଧ ପରିଯୋଜନା, ବୈଦିକ ଗଣିତ, ବିଜ୍ଞାନ ପ୍ରକଳ୍ପ, ପ୍ରଶ୍ନମଞ୍ଚ, ପତ୍ରବାଚନ, ବୈଦିକ ଗଣିତ ପ୍ରୟୋଗ ବିଭାଗରେ ଭାଗ ନେଇଥିଲେ। କୃତିତ୍ବ ଅର୍ଜନ କରିଥିବା ପ୍ରତିଭାଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନେ ଆସନ୍ତା ସେପ୍ଟେମ୍ବର ୮ ଓ ୯ ତାରିଖରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଜୟପାଟଣା ଠାରେ ଜିଲ୍ଲା ସ୍ତରୀୟ ଜ୍ଞାନ ବିଜ୍ଞାନମେଳାରେ ଭାଗ ନେବେ। କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ୨୧ ଜଣ ପରିଚାଳକ, ୧୦ ଜଣ ବିଚାରକ ଓ ୯ ଜଣ ପ୍ରଧାନାଚାର୍ଯ୍ୟ ସହଯୋଗ କରିଥିଲେ। ଶିଶୁଙ୍କ ଦାୟିତ୍ଵରେ ୨୪ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ ପ୍ରଦାନ କରିଥିଲେ। ସ୍ଥାନୀୟ ପରିଚାଳନା ସମିତି ସଦସ୍ୟ, ସ୍ଥାନୀୟ ଗୁରୁଜୀ ଗୁରୁମା ଓ ସେବକ, ସେବିକା ସହଯୋଗ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ମିଛ ଦୁନିଆ ରେ ସେ ଏକା ସତ

Sunil Chandra Nayak

ଜିଲ୍ଲା ପରଜା ସମାଜର ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

ପର୍ଯ୍ୟଟକ ମାନଙ୍କ ପାଇଁ ବହୁବିଧ ବ୍ୟବସ୍ଥାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!