ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନକ ନିଆଲ ମୃତ୍ୟୁ ମାମଲା,ଜଣେ କୋର୍ଟ ଚାଲାଣ ,ଜାମିନ ନାମଞ୍ଜୁର 

ଗୋଲାମୁଣ୍ଡା ତା ୨୨/୮ (ମ ନି ସ): ଗୋଲାମୁଣ୍ଡା ଥାନା ଘୋଟିଆ ଗ୍ରାମର ସ୍କୁଲ ଛାତ୍ରୀ କନକ ନିଆଲ ମୃତ୍ୟୁ ମାମଲାରେ ସୋମବାର ବହୁଜନ ଛାତ୍ର ସଂଗଠନ ତରଫରୁ ସିବିଆଇ ତଦନ୍ତ ଦାବିରେ ଜିଲ୍ଲା ମୁଖ୍ୟାଳୟରେ ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ପୋଲିସ ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁରଜ ହଂସ। ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ପୋଲିସ ୩୦୬ ଦଫାରେ ଗିରଫ କରି କୋର୍ଟ ଚଳାଣ କରିଥିବା ଜଣାପଡ଼ିଛି। ସୁଚନାଯୋଗ୍ୟ ଯେ ଗତ ୧୬ ତାରିଖ ମଙ୍ଗଳବାର ଦିନ କନକ ନିଆଲ ନିକଟସ୍ଥ ଚିଚିଆ ହାଇସ୍କୁଲକୁ ପଢିବାକୁ ଯାଇ ଘରକୁ ଫେରି ନଥିଲେ । ଝିଅ ଘରକୁ ଫେରିବାରେ ବିଳମ୍ବ ହେବା ଦେଖି ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ହେଲେ ପାଇ ନ ଥିଲେ । ପରବର୍ତ୍ତୀ ସମୟରେ ଗାଁ ପାଖରେ ଥିବା ଜଙ୍ଗଲର ଏକ ଗଛରେ ଓଢଣୀ ଫାସରେ ଝୁଲନ୍ତା ଅବସ୍ଥାରେ ଲୋକେ ଦେଖି ଝିଅର ବାପା ମାଙ୍କୁ ଓ ପୋଲିସ କୁ ଖବର ଦେବାପରେ ଘଟଣା ସ୍ଥଳରେ ପରିବାର ଓ ପୋଲିସ ପହଞ୍ଚି ଥିଲେ । ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ଖବର ପ୍ରଚାରିତ ହେବା ପରେ ଯୁବ କଂଗ୍ରେସ ତରଫରୁ ଶବ ରଖି ରାସ୍ତା ଅବରୋଧ କରାଯାଇଥିଲା ।ପରେ ବିଭିନ୍ନ ସଂଗଠନ ଘଟଣାର ସମ୍ଵେଦନଶୀଳତା ଦେଖି ନ୍ୟାୟ ଦାବୀ କରିଥିଲେ। ଝିଅର ମୃତ୍ୟୁ ନେଇ ପିତାମାତା ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ସନ୍ଦେହରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ୩୦୨, ୩୪ ଆଇପିସି ହତ୍ୟା ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଥିଲା । ଶେଷ ମୁହୁର୍ତ୍ତରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଯାଇଛି ବୋଲି ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ପ୍ରକାଶ କରିଛନ୍ତି।

ଦାମୋଦର ଦାସ ଙ୍କ ରିପୋର୍ଟ 

 

Related posts

ଗୋଲାମୁଣ୍ଡା ବ୍ଲକ ରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ 

Sunil Chandra Nayak

ସର୍ବପ୍ରଥମ ଅବସର ପ୍ରାପ୍ତ ପଞ୍ଚାୟତ ସଂପାଦକଙ୍କ ଦେହାନ୍ତ , ଅଞ୍ଚଳରେ ଶୋକର ଲହରୀ

Sunil Chandra Nayak

ସମାଜସେବୀ ରମେଶ ବଳଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!