ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଇଲମ ଘାଟୀରେ ଓଲଟିଲା ଲୁହାଛଡ ବୋଝେଇ ଟ୍ରଲର

ମୟୂରଭଞ୍ଜ- ୨୨/୦୮/୨୦୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ଓଡିଶା ଝାରଖଣ୍ଡ ସିମାନ୍ତ ଲାଇଲମ ଘାଟୀ ରେ ଏକ ଲୁହାଛଡ ବୋଝେଇ ଟ୍ରଲର ଟ୍ରକ ଓଲଟି ପଡିଥିବା ଦେଖିବାକୁ ମିଳିଛି।   ସୂଚନା ଅନୁସାରେ ଝାରଖଣ୍ଡ ଅଞ୍ଚଳରୁ ୫’ ଲକ୍ଷ ୮୦’ ହଜାର ଟଙ୍କା ମୂଲ୍ୟର ଲୁହାଛଡ “ଏନଏଲ ୦୪ ଡି ୧୬୫୮’ ନଂ ବିଶିଷ୍ଠ ଏକ ଟ୍ରେଲର ଟ୍ରକ ଗାଡିରେ ବୋଝେଇ ହୋଇ ଝାରଖଣ୍ଡ ପଟୁ ଓଡିଶା ଝରାଡିହି ଦେଇ ଗୋରୁମାହିଷାଣୀ ଥାନା ଅନ୍ତର୍ଗତ ସୁରିଆଗୋଡା ନିକଟରେ ଚାଲିଥିବା ଏକ ପ୍ରକଳ୍ପ ସ୍ଥଳ କୁ ଯିବା ଉଦ୍ଧେଶ୍ୟରେ ଆସୁଥିଲା। ତେବେ ଲାଇଲମ ଘାଟୀ ଦେଇ ପ୍ରବେଶ କରୁଥିବା ସମୟରେ ଲାଇଲମ ଘାଟିରେ ଟ୍ରେଲର ଟି ଓଲଟି ପଡିଥିଲା। ରାତି ପ୍ରାୟ ୧୦’ ଟା ସମୟରେ ଟ୍ରଲରଟି ଦୂର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଖବର ପାଇ ଝରାଡିହି ଫାଣ୍ଡି ଅଧିକାରୀ ସକାଳୁ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତେବେ ଖବର ଲେଖା ହେଲାବେଳକୁ କ୍ରେନ୍ ଯୋଗେ ଟ୍ରେଲର ଟିକୁ ଉଠାଇବା ପ୍ରକ୍ରିୟା ଚାଲୁ ରହିଥିଲା। ଝରାଡିହି ଫାଣ୍ଡି ଅଧିକାରୀ ବିଜୟ କୁମାର ନାୟକ ଟ୍ରଲର ଟିକୁ ଜବତ କରି ଫାଣ୍ଡିକୁ ଆଣିବା ପରେ ଅଧିକ ତଥ୍ୟ ମିଳିବ ବୋଲି ସୂଚନା ଦେଇଛନ୍ତି। ତେବେ ଲାଇଲମ ଘାଟୀ ବାଟ ଦେଇ କମ୍ ଦୂରତା ଥିବାରୁ ଏହି ବାଟ ଦେଇ ଲୁହାଛଡ ଆଣୁଥିବା ନେଇ ସୂଚନା ମିଳିଥିବାବେଳେ ତଦନ୍ତ ପରେ ପ୍ରକୃତ ତଦ୍ୟ ଜଣାପଡିବ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ସତ୍ୟମ୍ ଶିବ ସୁନ୍ଦର

Sunil Chandra Nayak

କବିତା

Sunil Chandra Nayak

ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ର ପ୍ରଥମ ଦିବସ 

Sunil Chandra Nayak

Leave a Comment

error: Content is protected !!