ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦରଦାମ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମି ଙ୍କ ପ୍ରତିବାଦ

କୋକସରା,୨୨/୮-  ( ମ ନି ସ ) କେନ୍ଦ୍ର ମୋଦି ସରକାର ଶାସନରେ ଦେଶରେ ଦୈନନ୍ଦିନ ହୁ ହୁ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ରନ୍ଧନ ଗ୍ୟାସ, ଡିଜେଲ ପେଟ୍ରୋଲ, ଖାଇବା ତେଲ, କ୍ଷୀର, ଦରଦାମ ବୃଦ୍ଧି ପାଉଥିବା ବେଳେ ବର୍ଦ୍ଧିତ ଦରଦାମକୁ ନେଇ ଜନସାଧାରଣ ଅତିଷ୍ଠ ହୋଇ ପଡିଲେଣି। ଅନ୍ୟପଟେ ଦେଶରେ ବେରୋଜଗାରୀ ଶୀର୍ଷରେ ପହଞ୍ଚି ଥିବା ନେଇ ଅଭିଯୋଗ ଆଣିଛନ୍ତି। ଏହାକୁ ପ୍ରତିବାଦ କରି ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ କୋକସରା ବ୍ଲକ ର ମୋଟେର, କୋକସରା, ଲଡୁଗାଁ, ଆମପାଣି ସମେତ ଅନେକ ସ୍ଥାନରେ କଂଗ୍ରେସ ର କର୍ମୀମାନେ ପ୍ରତିବାଦ କରିବା ସହ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଶୋଷଣ ନୀତି ବିରୋଧରେ ସଚେତନ ଓ ଲିଫ୍ ଲେଟ ବଣ୍ଟନ କରିଛନ୍ତି। କୋକସରା ବ୍ଲକ କଂଗ୍ରେସ କମିଟିର ସଭାପତି ଘନଶ୍ୟାମ ଜାଳ ଙ୍କ ନେତୃତ୍ୱରେ ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, ନିମାଇଁ ଧଙ୍ଗଡା ମାଝୀ, ଜିଲ୍ଲା ଓବିସି ସେଲ ଜିଲ୍ଲା ସଭାପତି ଲିଙ୍ଗରାଜ ବେହେରା, ମାର୍କଣ୍ଡ ବେମାଲ, ମହେନ୍ଦ୍ର ଧରୁଆ, ଅଭିମନ୍ୟୁ ପଟ୍ଟନାୟକ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ , ଲାଳସାଏ ନାଗ, ହରିଶ୍ଚନ୍ଦ୍ର ନାଏକ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଦରଦାମ ବୃଦ୍ଧି ନେଇ ପ୍ରତିବାଦ କରିଛନ୍ତି।

Related posts

ମାଁ ଦୁଆରସନି ପୀଠ ରେ ଦଶହରା ଯାତ୍ରା: ୨ ତାରିଖ ରେ ଡଙ୍ଗର ଚଘା,୩ ରେ ଛତର ଯାତ୍ରା 

Sunil Chandra Nayak

କେସିଙ୍ଗା ନିକଟ ମଶାଣିମୁଣ୍ଡା  ମଦଭାଟି ନିକଟରୁ ଏକ ଗଳିତ ଶବ ଉଦ୍ଧାର , ହତ୍ୟା ସନ୍ଦେହ ରେ ବଡ ଭାଇ ଓ ଦୁଇ ପୁତୁରା ଙ୍କୁ ଅଟକ

Sunil Chandra Nayak

ପ୍ରକାଶ କୁମାର ମିଶ୍ର  ଙ୍କ କବିତା ସ ମ ୟ ର ସୁ ଅ 

Sunil Chandra Nayak

Leave a Comment

error: Content is protected !!