ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାପଡାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ 

ପାପଡାହାଣ୍ଡି, 24/8, ମନିସ —–1942 ଅଗଷ୍ଟ 24ରେ ଦେଶ ପାଇଁ ବଳିଦାନ ଦେଇଥିବା ନବରଙ୍ଗପୁରର ସ୍ୱାଧୀନତା ସଂଗ୍ରାମି ଉଦେଶ୍ୟରେ ବୁଧବାର ପାପଡାହାଣ୍ଡି ଠାରେ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଏମପି ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଅଭିବକ୍ତ କୋରାପୁଟ ଜିଲ୍ଲାର ପୂର୍ବ ପୁରୁଷ ଦେଶ ସ୍ୱାଧୀନ ପାଇଁ ଯେଉଁ ବଳିଦାନ ଦେଇଛନ୍ତି ତାହା ଚିରସ୍ମରଣୀୟ, ଗତ ଦୁଇ ବର୍ଷ ଧରି କରୋନା ଯୋଗୁଁ ଏହି ଦିବସ ପାଳନ ଲାଗି ବାଧକ ସୃଷ୍ଟି ହୋଇଥିଲା | ଚଳିତ ବର୍ଷ ବର୍ଷା ସ୍ୱତେ ଭିଜି ଭିଜି ଆମେ ସମସ୍ତେ ଏକାଠି ହୋଇ ଏହି ଦିବସ ପାଳନ କରି ଗର୍ବାନ୍ବିତ ମନେ କରୁଛୁ | ସ୍ୱାଧୀନତା ସଂଗ୍ରାମି ମାନଙ୍କ ଦାୟଦ ମାନଙ୍କ ରହିଥିବା ସମସ୍ୟା ଗୁଡିକୁ ସମାଧାନ କରାଯାଉଥିବା କହିଥିଲେ |  ନବରଙ୍ଗପୁରରୁ ଆସିଥବା ମଶାଲକୁ ବ୍ଲକ ପ୍ରଶାସନ ଓ ନେତୃ ମଣ୍ଡଳୀ ତରଫରୁ ବସଷ୍ଟାଣ୍ଡ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | ଏକ ଶୋଭାଯାତ୍ରାରେ ଶହୀଦ ମିନାରକୁ ନିଆଯାଇଥିଲା | ଉପସ୍ଥିତ ଜନ ସାଧାରଣ ବର୍ଷାରେ ଭିଜି ଭଜି ମଶାଲ ଶୋଭାଯାତ୍ରା ରେ ଯାଇଥିଲେ | ମିନାର ଠାରେ ଅବତରଣ ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା | ଟୁରୀ ନଦୀରେ ତିଳ ତର୍ପଣ ପରେ ସର୍ବ ଧର୍ମ ପ୍ରାର୍ଥନା ଓ ପରେ ପୋଲିସ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା | ବିଡ଼ିଓ ରଞ୍ଜିତା ମଲିକ ସ୍ୱାଗତ ଭାଷଣ ଦେଇଥିଲେ | କାର୍ଯ୍ୟକ୍ରମର ସଭାପତି ଜିଲାପାଳ ଡ କମଳ ଲୋଚନ ମିଶ୍ର ସହିଦ ମାନଙ୍କ ବିରାଟ ତ୍ୟାଗ ଯୋଗୁଁ ଆମେ ସ୍ୱାଧୀନତା ପାଇଛୁ ବୋଲି କହିବା ସହ 19 ଜଣ ସହିଦ ମାନଙ୍କ ପାଇଁ ଏହି ରକ୍ତର ମାଟିରେ ଆମେ ସ୍ୱାଧୀନତା ପାଇଛୁ | ଆମେ ଶହୀଦ ମାନଙ୍କ ତ୍ୟାଗ, ସ୍ମୃତି ଚାରଣ, ଭକ୍ତି ପୂର୍ଣ ଶ୍ରଦ୍ଧାଞ୍ଜଳି ଦେବାର ସମୟ ଆସିଛି ବୋଲି କହିଥିଲେ | ଏ ପାପଡାହାଣ୍ଡି ପବିତ୍ର ମାଟିରେ ଆମେ ଜନ୍ମ କରିଛୁ ।ଯାହାକି ଆମେ ନିଜର ଅଧିକାର ପାଇ ପାରିଛୁ ।ଏହି ସହିଦ ମିନାରର ଉନ୍ନତି କିପରି ସୁଦୃଢ଼ ହୋଇ ପାରିବ ସେଥିପାଇଁ ଚେଷ୍ଟା କରିବି ବୋଲି ଡାବୁଗାଁ ବିଧାୟକ ମନହର ରନ୍ଧାରୀ କହିଥିଲେ । ସହିଦ ଦିବସରେ ମିନାରରେ ଲୋକମାନଙ୍କ ବସିବା ପାଇଁ ଏକ ଘର ନିଜ ପାଣ୍ଠିରୁ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆମର ଅଗାମି ପିଢ଼ି ପାଇଁ ଆମ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ | ରାଜ୍ୟ ଶହୀଦ ସ୍ମୃତି କମିଟିର ସଭାପତି ମନରଞ୍ଜନ ତ୍ରିପାଠୀ ଏହା ଏକ ରକ୍ତ ରଂଜିତ ମାଟି ବୋଲି କହିଥିଲେ | ଇତିହାସ ଓ ଦାୟାଦ ଯେତେଦିନ ପର୍ଯ୍ୟନ୍ତ ଥିବେ ଏ ଶହୀଦ ଦିବସ ପାଳନ ହୋଇ ଆସୁଥିବ | ଦୀର୍ଘ 33 ବର୍ଷ ହେଲା ଏହି ମଶାଲ ଶୋଭାଯାତ୍ରା ଚାଲିଥିବା କହିଥିଲେ | ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଉପସ୍ଥିତ ଥାଇ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଏହି ମାଟି ଗୌରବ ଅଟେ । ମା ମାଟି ପାଇଁ ବଳିଦାନ ଦେଇଥିବା ସଂଗ୍ରାମି ଲାଗି ଆଜି ଆମେ ଏକତ୍ରିତ ହୋଇ ପାରଛି | ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ବସିଛୁ, ପରସ୍ପରକୁ ସମ୍ମାନ ଦେଉଛୁ | ସ୍ୱାଧୀନ ପାଇଁ ସହିଦ ହୋଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଝରିଗାଁ ବିଧାୟକ ପ୍ରକାଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ଉପାଧକ୍ଷା ଲିପିକା ବାରଇ, ବ୍ଲକ ଅଧକ୍ଷା ହେମାଲତା ମାଝୀ, ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ମାଘର ଅଧକ୍ଷା କାଦମ୍ବିନି ତ୍ରିପାଠୀ, ଏସପି ଏସ ସୁଶ୍ରୀ, ମଞ୍ଜୁଳା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ୟସବନ୍ତ ନାୟକ, ସଭ୍ୟା ଲିପିକା ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଚଳିତ ବର୍ଷ ପ୍ରବଳ ବର୍ଷା ସ୍ୱତେ ଶହୀଦ ଦିବସ ପାଳନ ନେଇ କୌଣସି ବାଧକ ହୋଇନଥିଲା | ଦାୟାଦ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା | ମଞ୍ଚ ପରିଚାଳନା ଡିଆଇପିଆରଓ ହଳଧର ନିଆଲ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା ରେ ଓ ସି ଏ ଭିଜନ୍ ୨୪ ଜୁନିଅର ଆନ୍ତଃ ଜିଲ୍ଲା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Sunil Chandra Nayak

କୋଲନରା କୁ ଏକ ସର୍ବଶେଷ୍ଟ ବ୍ଲକରେ ପରିଣତ କରିବାକୁ ଅୱାନ

Sunil Chandra Nayak

ରାଇରଙ୍ଗପୁର କୋର୍ଟ ; ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Sunil Chandra Nayak

Leave a Comment

error: Content is protected !!