ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଘର ଚା’ରେ ନାହିଁ ମଜା

 ଘର ଚା’ରେ ନାହିଁ ମଜା

     

     ଅପର୍ତ୍ତି ସେଠୀ

          (ରମ୍ୟ ରଚନା)
ଘର ଟି’ପଛେ ହେଉ ଯେତେ ଟେଷ୍ଟି
      ସେଥିରେ ତ ମଜା ନାହିଁ,
ଚା’ଦୋକାନର ଚା’ ପିଉଥିଲେ
      ନିଆରା ମଜା ଆସ‌ଇ।
ଘରେ ଖାଉଥିଲେ ମଟନ ଚିଙ୍ଗୁଡ଼ି
      ଯେଉଁ ଆନନ୍ଦ ନ ମିଳେ,
ବରଂଭଲ ଲାଗେ ଅରୁଆ ଡାଲମା
       ବାହାରେ ମିଶି ଖାଇଲେ।
ଘରେ ମଦ ପିଅ ଏକା ଭାଇ ତୁମେ
       ସେଥିରେ ମନ ପୁରେନି,
ସାଙ୍ଗ ସାଥି ହୋଇ ପେଗ୍ ମାରୁଥିଲେ
       ସେ ମଜା ଭୁଲି ହୁଏନି।
ଘରେ ଘରବାଲି ଲାଗେ ନାହିଁ ଭଲ
       ଯେତେ ସୁନ୍ଦରୀ ସେ ହେଉ,
କାଳୀ ବାନ୍ଦରୀ ସେ ବାହାର ବାଲିକୁ
        ଆମେ ବେଶୀ ଭଲ ପାଉ।
 ଘରେ ବାପା ମାଆ ଉପରେ ଆମେତ
        ବେଶୀ ଚିଡି ଉଠି ଥାଉ,
ବାହାର ଲୋକଙ୍କୁ ଭକ୍ତି ଢାଳୁଥାଉ
       ଭଦ୍ରାମୀ ବେଶୀ ବୋଲାଉ।
ବାପା ବୁଢାଟିର ଅରୁଚି ପାଟିଟା
       ଆଇଁଷକୁ ଝୁରୁଥାଏ,
ଶଳା ଶଶୁରଙ୍କୁ ଖୁସି କରିବାକୁ
      ମଟନ କଙ୍କଡ଼ା ହୁଏ।
ନିଜ ଭ‌ଉଣୀର ରାଖିବନ୍ଧା ସ୍ନେହ
      ଯେତେ ଭଲ ଲାଗେ ନାହିଁ,
ଧରମ ଭ‌ଉଣୀ ରାକ୍ଷୀ ବାନ୍ଧିଦେଲେ
      ସେଥିରେ ମନ ପୁର‌ଇ।
ଭ‌ଉଣୀ ଚାହିଁଲେ ଉପହାରଟିଏ
      ପାଖେ ପ‌ଇସା ନ ଥାଏ,
ଶାଳୀ ନକହୁଣୁ ତାକୁ ଯେ ସୁନ୍ଦର
       ଉପହାର ମିଳିଥାଏ।
 ସ୍ତ୍ରୀ ବାହାରିଲେ ବଜାର ଯିବାକୁ
       ଗାଡ଼ିରେ ତେଲ ନ ଥାଏ,
ପ୍ରେମିକାର ହାତ ଧରି ବୁଲିବାରେ
       ବେଶୀ ମଜା ମିଳୁ ଥାଏ।
ଘରେ କଥା ପାଇଁ ସମୟ ଘଟୁନି
       ସ୍ତ୍ରୀଟି ଲାଗେ ଅରୁଚି,
ପ୍ରେମିକା ସହିତ ଗପିବାରେ ଫୋନ୍
       ପ‌ଇସା ପୁଣି ସରୁଛି।
ନିଜ ସ୍ତ୍ରୀ ସହ ଯାତରା ସିନେମା
       ଦେଖିବାରେ ମଜା ନାହିଁ,
ଶାଳୀ କି ପ୍ରେମିକା ସହ ଦେଖୁଥିଲେ
        ଆତ୍ମାକୁ ଶାନ୍ତି ମିଳ‌ଇ।
ନିଜ ଘରଣୀର ପ୍ରଶଂସା ପାଇଁ କି
        ଜିଭଟି ଲେଉଟେ ନାହିଁ,
ପର ସ୍ତ୍ରୀ ରୂପ ଗୁଣ ବଖାଣିବା
        ଆମର ଅଭ୍ୟାସ ଭାଇ।
ଫେସବୁକ ଦେଖି ଷ୍ଟାଇଲି ବାଲିଙ୍କୁ
        ସାଙ୍ଗ ପୁଣି କଲେ ଭଲ,
ଘରଣୀ ଉପରେ ବିରକ୍ତି ଲାଗ‌ଇ
       ହେଉଥିଲେ ସିଏ ଗେଲ।
ଘରଣୀକୁ କିସ୍‌ଟାଏ ଦେବାପାଇଁ
       ମୁହଁକୁ ବୁଲାଇ ଦେଉ,
ପ୍ରେମିକାକୁ ଘନଘନ ଚୂମା ଦେଇ
       ଫୋନ୍‌ରେ ଛେପ ଲଗାଉ।
ଘର ତରକାରୀ ଭଲ ଲାଗେନାହିଁ
       ପର ତୁଣ ଭଲ ବାସେ,
ପର ସ୍ତ୍ରୀ ଚର୍ଚ୍ଚା କରି ଚାଲୁଥିଲେ
       ଅନ୍ତର ଆମର ହସେ।
ଏହି ରୋଗଟି ତ କରୋନାଠୁଁ ବଳି
       ବେଶୀ ସଂକ୍ରାମକ ଭାଇ,
ପରୀକ୍ଷା କରିଲେ ଏ ରୋଗ ଭୂତାଣୁ
       ସଭିଙ୍କଠାରେ ମିଳ‌ଇ।
ସୁନ୍ଦରୀଟି ପଦେ ସାହିରି ଲେଖିଲେ
       ତାକୁ ବଡ଼ କବି କହୁ,
ଭଲ ଲେଖାଟିକୁ ଧନ୍ୟବାଦ ପାଇଁ
       କୁଣ୍ଠାବୋଧ କରିଥାଉ।
ଆଜ୍ଞା, ସ୍ତ୍ରୀପରା ଦୁଃଖ ସୁଖର ସାଥିଟି
        ତାକୁ ପର କର ନାହିଁ,
ପ୍ରେମିକାର ବୋଲେ ଘର ଭାଙ୍ଗନାହିଁ
        ମୁର୍ଖ ଅପର୍ତ୍ତି କହ‌ଇ।  

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

Related posts

ଶ୍ରୀମତି ପ୍ରିୟା ଦର୍ଶିନୀ ମିଶ୍ର ଙ୍କ କବିତା ଏଇ ତ ଜୀଵନ

Sunil Chandra Nayak

ଜହ୍ନ ରାତି

Sunil Chandra Nayak

ବାଇକ ସ୍କୁଟି ଧକ୍କା – ମହିଳା ଶିକ୍ଷୟତ୍ରୀ ଓ ମହିଳା କିରାଣୀ ୨ ଜଣଙ୍କର ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!