ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ର ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି.. ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ସମସ୍ତ କିନ୍ନରଙ୍କୁ ମିଳିବ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା

 କେନ୍ଦ୍ର ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି । କିନ୍ନରମାନଙ୍କୁ ମିଳିବ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା । ବୁଧବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍‌ଏଚ୍‌ଏ) ଓ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଫଳରେ ଦେଶର ସମସ୍ତ କିନ୍ନରଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା ସୁବିଧା ମିଳିବ । ଏହି ବୁଝାମଣାପତ୍ରରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଡକ୍ଟର ଆର୍ ଆର୍ ଶର୍ମା ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗର ସଚିବ ଶ୍ରୀ ଆର. ସୁବ୍ରମଣ୍ୟମ୍ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ସ୍ୱାକ୍ଷର କରିଛନ୍ତି।ଏହାକୁ ଏକ ଐତିହାସିକ ଦିବସ ଭାବେ ବର୍ଣ୍ଣନା କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଆଜିର ବୁଝାମଣାପତ୍ର ଦେଶର କିନ୍ନର ସମୁଦାୟଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଯୋଗାଣରେ ସହାୟକ ହେବ । ଏହା ଦ୍ୱାରା ସେମାନେ ସମାଜରେ ଉପଯୁକ୍ତ ମର୍ଯ୍ୟାଦାଜନକ ସ୍ଥାନ ପାଇପାରିବେ । ଆଜିର ଦିନଟି ମୌଳିକ ସାମାଜିକ ପରିବର୍ତ୍ତନ ପାଇଁ ସରକାରଙ୍କ ନିର୍ଣ୍ଣାୟକ ନିଷ୍ପତ୍ତିର ଏକ ସ୍ମରଣୀୟ ଦିବସ ହୋଇ ରହିବ । ଏହା ମଧ୍ୟ ସମାଜରେ ଏକ ଐତିହାସିକ ପରିବର୍ତ୍ତନ ନିମନ୍ତେ ଆଧାରଶିଳା ଭାବେ କାର୍ଯ୍ୟ କରିବ । ଏହି ଚୁକ୍ତି ଫଳରେ କିନ୍ନରମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେବଳ ସମାନ ଅଧିକାର ପାଇବେ ନାହିଁ; ଏହା ମଧ୍ୟ ଏକାଧିକ କ୍ଷେତ୍ରରେ ସଫଳତାର ବାଟ ଦେଖାଇବ।ଏହି ବୁଝାମଣାପତ୍ର ମାଧ୍ୟମରେ ଦେଶର ସମଗ୍ର କିନ୍ନର ସମୁଦାୟ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଲାଭ ପାଇ ଉପକୃତ ହେବେ । ସେ ଆହୁରି କହିଛନ୍ତି ଯେ ସରକାର ଓ ସମାଜର ସହଯୋଗରେ ଦୁର୍ଦ୍ଦଶା ଓ ଅସୁବିଧାରେ ଥିବା ସମୁଦାୟ ମର୍ଯ୍ୟାଦାର ସହିତ ଆତ୍ମନିର୍ଭର ହୋଇପାରିବେ । କିନ୍ନରନମାନଙ୍କ ପ୍ରତି ଏକ ଭିନ୍ନ ମନୋଭାବ ସମାଜରେ ରହିଛି ଏବଂ ସେମାନେ ମୁଖ୍ୟଧାରାରୁ ଅଲଗା ହୋଇ ରହିଛନ୍ତି । ଅତଏବ ଏହି ବୁଝାମଣାପତ୍ର ଦ୍ୱାରା ସେମାନେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ସୁବିଧା ପାଇ ଅନ୍ୟମାନଙ୍କ ସହିତ ସମାନ ଅଧିକାର ଓ ସୁଯୋଗ ଉପଭୋଗ କରିବ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏହି ଚୁକ୍ତି ଏକ ଆଧାରଶୀଳା ପାଲଟିବ । ଏକ ସମାବେଶୀ ସମାଜ ଗଠନ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବ୍ଲକ ସ୍ତରିୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

Sunil Chandra Nayak

ବ୍ୟଙ୍ଗକାରଙ୍କ ଦୃଷ୍ଟିରେ ସମାଜ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ 

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା କବି

Leave a Comment

error: Content is protected !!