ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଏମ୍ ଗୁମଣ୍ଡଳୀ ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତ

କୋଷାଗୁମୁଡା,୨୫।୦୮ (ମନିସ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍କକ   ଅନ୍ତର୍ଗତ କର୍ଚ୍ଚାମାଳ ପଞ୍ଚାୟତର ଗୁମଣ୍ଡଳୀ ଗ୍ରାମରେ ବ୍ୟାପିଛି ଝାଡାବାନ୍ତି । ଗତ ୫ଦିନ ତଳେ ୧୫ଜଣ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ । ଏଥିମଧ୍ୟରୁ ୮ଜଣ ଆକ୍ରାନ୍ତଙ୍କୁ ଡାକ୍ତରୀ ଦଳ ଗାଁରେ ସଜାଗ ରହି ଚିକିତ୍ସା ଚଳାଇଥିବା ବେଳେ ଗୁରୁତର ୫ଜଣ ଆକ୍ରାନ୍ତକୁ କୋଷାଗୁମୁଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ୨ଜଣକୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ନେଇ ଚିକିତ୍ସିତ କରାଯାଉଥିବା ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବର୍ତ୍ତମାନ ଉନ୍ନତି ଘଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ଜଣ ଚିକିତ୍ସିତ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଗତକାଲି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଝାଡାବାନ୍ତି ଉଗ୍ରରୂପ ଯେପରି ନ ନେବ ସେ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜ୍ଞାନ ରଞ୍ଜନ ପାଢୀଙ୍କ ନେତୃତ୍ଵରେ ଡାକ୍ତରୀଦଳ ଗ୍ରାମରେ ସଜାଗ ରହି ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଆବଶ୍ୟକୀୟ ଔଷଧପତ୍ର ଯୋଗାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ସଂଗ୍ରହ ପ୍ରଦାନ କରାଯାଉଛି । ଝାଡାବାନ୍ତି ଯେପରି ନ ବ୍ୟାପେ ସେଥିପାଇଁ ଡ୍ରେନ ଗୁଡିକୁ ସଫା କରାଯାଇ ଡିଡିଟି ପକାଇ ବିଶୋଧନ କରାଯାଇଛି । ଜଳ ଓ ପରିମଳ ବିଭାଗ ପକ୍ଷରୁ ଗ୍ରାମରେ ଥିବା ସମସ୍ତ ନଳକୂଅ ପାଣିକୁ ପରୀକ୍ଷା କରାଯିବା ସହ ଏଥିରେ ଔଷଧ ପକାଯାଇଛି । ଗ୍ରାମର ମୁଦୁଲି ସାହିରେ ଥିବା ନଳକୂପରୁ ବାହାରୁଥିବା ପାଣି ଲୋକଙ୍କୁ ବ୍ୟବହାର ନ କରିବା ପାଇଁ ସଚେତନ କରାଯିବା ସହ ନଳକୂଅକୁ ପୋଲିଥିନ ବାନ୍ଧି ବନ୍ଦ କରିଦିଆଯାଇଛି । ଗ୍ରାମରେ ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟ କର୍ମୀ ପ୍ରତ୍ୟେକ ଘରକୁ ଯାଇ ସଚେତନ କରୁଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମକୁ ସ୍ଵତନ୍ତ୍ର ଦୃଷ୍ଟି ରଖାଯାଇଛି ।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ପୋଡା ଆଉଁଳି ଗ୍ରାମରେ ଝାଡା ବାନ୍ତି ରେ ଆଜି ତିନି ଆକ୍ରାନ୍ତ ,ଗତକାଲି ଜଣେ ମୃତ

Sunil Chandra Nayak

ବାଲାପଦର ଓ ସେମେଲପଦରରେ ବ୍ୟାପିଲା ଝାଡ଼ାବାନ୍ତି : ଜଣେ ମୃତ, ୮ ଗୁରୁତର

Sunil Chandra Nayak

ରାଉରକେଲା ରେ ସପ୍ତମ ପ୍ରାକ୍ତନ ସୈନିକ ଦିଵସ ଓ ୭୫ ତମ ଭାରତୀୟ ସେନା ଦିଵସ ପାଳିତ

Sunil Chandra Nayak

Leave a Comment

error: Content is protected !!