ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ବାଇକ୍ ମୁହାଁ ମୁହିଁ ,ଜଣେ ମୃତ ,ଦୁଇ ଗୁରୁତର 

ମୟୂରଭଞ୍ଜ -୨୬/୮/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର -ଯଶିପୁର ରାସ୍ତା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସନ୍ନିକଟ ରାସ୍ତାରେ ଆଜି ଅପରାହ୍ନ ୧୨.୩୦ ଟା ପାଖାପାଖି ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଖାସାହି ଗ୍ରାମର ଜନାର୍ଦ୍ଦନ ପରିଡ଼ା ବାଇକରେ ଯାଉଥିବା ସମୟରେ ଅପରଟୁ ବାଇକରେ ବଣକାଟି ପଞ୍ଚାୟତର କରକଚିଆ ଗ୍ରାମର ଜୟସେନ ହେମ୍ବ୍ରମ ଏବଂ ପରମେଶ୍ବର ବାସ୍କେଙ୍କସହ ଆମନା ସାମନା ହେବାଫଳରେ ୩ ଜଣ ଯାକ ଦୁର୍ଘଟଣା ର ଶିକାର ହୋଇ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ରାଇରଙ୍ଗପୁର ଟାଉନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡ଼ାକ୍ତର ଜନାର୍ଦ୍ଦନ ପରିଡାକୁ ମୃତ ଘୋଷଣା କରିଥିଲେ । ପୋଲିସ ବାଇକ ଦୁଇଟାକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ପରିବା ବ୍ୟବସାୟୀ ମକରନ୍ଦ ସାହୁଙ୍କ ଘର ସମ୍ମୁଖରେ ଥିବା ପିକଅପ୍ ଭେନ୍ ଚୋରି

Sunil Chandra Nayak

ବିଦ୍ୟୁତ୍‌ ପ୍ରଭା ନାୟକ ଙ୍କ କବିତା ଶ୍ରୀ ଚକାନୟନ 

Sunil Chandra Nayak

ଶିକ୍ଷକ ଫେଡେରେସନ ତରଫରୁ ଷୋଡଶ ବାର୍ଷିକ ଉତ୍ସବ, ପତ୍ରିକା ଉନ୍ମୋଚନ ଓ ସମ୍ଵର୍ଦ୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!