ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ବାଇକ୍ ମୁହାଁ ମୁହିଁ ,ଜଣେ ମୃତ ,ଦୁଇ ଗୁରୁତର 

ମୟୂରଭଞ୍ଜ -୨୬/୮/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର -ଯଶିପୁର ରାସ୍ତା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସନ୍ନିକଟ ରାସ୍ତାରେ ଆଜି ଅପରାହ୍ନ ୧୨.୩୦ ଟା ପାଖାପାଖି ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଖାସାହି ଗ୍ରାମର ଜନାର୍ଦ୍ଦନ ପରିଡ଼ା ବାଇକରେ ଯାଉଥିବା ସମୟରେ ଅପରଟୁ ବାଇକରେ ବଣକାଟି ପଞ୍ଚାୟତର କରକଚିଆ ଗ୍ରାମର ଜୟସେନ ହେମ୍ବ୍ରମ ଏବଂ ପରମେଶ୍ବର ବାସ୍କେଙ୍କସହ ଆମନା ସାମନା ହେବାଫଳରେ ୩ ଜଣ ଯାକ ଦୁର୍ଘଟଣା ର ଶିକାର ହୋଇ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ରାଇରଙ୍ଗପୁର ଟାଉନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡ଼ାକ୍ତର ଜନାର୍ଦ୍ଦନ ପରିଡାକୁ ମୃତ ଘୋଷଣା କରିଥିଲେ । ପୋଲିସ ବାଇକ ଦୁଇଟାକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ‘ପରିକ୍ରମା’ଆନୁକୂଲ୍ଯରେ ମେଧା ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ରୁ ନୂଆପଡା ଜିଲ୍ଲାରେ ଖୁସିର ଲହରୀ

ଉତ୍କେଲା ରେ ଶାରଦୀୟ ନବରାତ୍ରୀ ପୂଜା

Sunil Chandra Nayak

Leave a Comment

error: Content is protected !!