ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର ଙ୍କ କବିତା କୁହ ତମେ କୃଷ୍ଣ କାହାର 

  କୁହ ତମେ କୃଷ୍ଣ କାହାର 

 
         

    ଅବିନାଶ ମହାପାତ୍ର 

ଦେବକୀ ତୋ ମାତ ବସୁଦେବ ସୁତ 
      ଵାସୁଦେଵ ନାମ ବହି
ଦଶ ଅଵତାରୀ ଆହେ ଗିରିଧାରୀ 
       ସଂଗେ ଵଳରାମ ଭାଇ !(୦)
କଂସ ବନ୍ଦୀ ଶାଳେ ଜନମ ହୋଇଲୁ 
       କଂସ ର ନିଧନ ପାଇଁ 
କ୍ଷମା କରିବ ହେ କୃଷ୍ଣ କେଶବ 
       ମୋ ଦୋଷ ଧରିବ ନାହିଁ !(୧)
ଯଶୋଦା ମାର କଳା କହ୍ନେଇ ତୁ 
      ନନ୍ଦ ଡାକେ କାହ୍ନୁ ଧନ 
ଦେଵକୀ ମାର ଗଳା ମାଳୀ ତୁରେ
      ଵାସୁଦେଵ ନିଧି ପ୍ରାଣ !(୨)
ପୁତନା ନିଧନ କାଳୀୟ ଦଳନ
       ଗିରିଗୋବର୍ଦ୍ଧନ ଟେକା 
ଗଜ ଉଦ୍ଧାରିଣ କରିଲ ତାରଣ 
      ତୁମ ନାମେ ପଡେ ଡକା !(୩)
ସଖା ତୋ ସୁଦାମା ଗରିବ ବ୍ରାହ୍ମଣ 
      ରଖିଥିଲୁ ତାର ମାନ 
ଖୁଦ ଭଜା ଖାଇ ଭୁଲି ଗଲୁ ସବୁ 
       ଯାଚି ଦେଇଥିଲୁ ଧନ !(୪)
ଗୋପୀଗୋପାଳଙ୍କମେଳରେ ରହିଲୁ 
        ଗୋପୀଙ୍କ ପ୍ରାଣ ରତନ 
ରାଧିକା ରାଣୀର ଚିତ୍ତ ଚୋର ଵୋଲି
        ଵଧିରା ହେଲାଣି କାନ !(୫)
ଯମୁନା କୂଳରେ କଦମ୍ବ ମୂଳରେ 
       କେଳି କରୁ ରାଇ ସଙ୍ଗେ 
ବଜାଉ ମୁରଲୀ ତ୍ରିଭଙ୍ଗୀ ଠାଣି ରେ 
        ପୀତ୍ତଵାସ ଥାଏ ଅଙ୍ଗେ !(୬)
କୁରୁସଭା ତଳେ ମାନଉଦ୍ଧାରିଲୁ
        ଲଜ୍ଜ୍ୟା ନିବାରଣ ପାଇଁ 
ଛଳେ ଵିଭା ଦେଲୁ ଅର୍ଜୁନ ସହିତ 
        ଭଗ୍ନୀ ସୁଭଦ୍ରାକୁ ନେଇ !(୭)
ଆହେ ପୀତ୍ତଵାସ ହେ ଦ୍ୱାରିକାଧୀଶ 
        ଋକ୍ମିଣୀର ପ୍ରାଣନାଥ 
ସଦା ରହିଥାନ୍ତି ଚରଣ ସେବାରେ 
       ଏକଥା ଜାଣେ ଜଗତ !(୮)
ପାଣ୍ଡବ ଶିଵିରେ ମହାଭାରତରେ 
       ଅର୍ଜ୍ଜୁନକୁ ସଖା କରି 
ଭିଆଇଲୁ ଯୁଦ୍ଧ କୁରୁକ୍ଷେତ୍ର ପୁଣି 
      କୌରବ କୁଳକୁ ମାରି !(୯)
ଶିଆଳି ଲତାର ଝୁଲଣାରେ ଝୁଲି 
      ନିଦ ଯାଇଥିଲା ଘାରି 
ଜାରା ଶବର ଯେ ଶର ଭେଦ କଲା
       ପାଦ ପଦ୍ମ ଲକ୍ଷ୍ୟ କରି !(୧୦)
ହେ କୃଷ୍ଣ କେଶବ ମୋ ଦୀନ ଵାନ୍ଧଵ 
       ନୀଳାଚଳେ ଅଵତରି 
ଜଗନ୍ନାଥ ନାମେ ପୂଜା ପାଉଅଛ 
      ନୀଳମାଧବ ଶ୍ରୀ ହରି !(୧୧)
ଦୁଃଖ ଦୂର କର ଦୁଃଖ ନାଶନ ହେ    
       ପାପ ତାପ ନିଅ ହରି 
ତୁମ ନାମ ଗାଇ ଏ ଭବ ସାଗରେ 
       ମୋ ଜୀବନ ଯାଉ ତରି !(୧୨)
 

      ଜୟ ଜଗନ୍ନାଥ 

  ଵୟାଙ୍ଗଡିହି, କୋଠାର, ଭଦ୍ରକ 

 

  

Related posts

ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Sunil Chandra Nayak

ୟୁଏସ୍ଆଇ ସଂଗଠନ ପକ୍ଷରୁ ଚାରାରୋପଣ ସହ କାନଖା ଚାଷୀଙ୍କୁ ସମ୍ବର୍ଦ୍ଧିତ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ବାହରା ଜଣାଣ

Sunil Chandra Nayak

Leave a Comment

error: Content is protected !!