ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକରେ ଗଞ୍ଜେଇ ଚାଲାଣ ବେଳେ 2ଗିରଫ

ପାପଡାହାଣ୍ଡି,27/8, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା 26ନମ୍ବର ଜାତୀୟ ରାଜପଥର ମୃଗ ବିହାର ନିକଟରେ ବାଇକରେ ଗଞ୍ଜେଇ ଚାଲାଣ ବେଳେ ଅବକାରି ପୋଲିସ ଚଢ଼ାଉ କରି 2ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ଅଂଚଳର ଅନୁପ କୁମାର ପାଣ୍ଡେ ଓ ସନ୍ତୋଷ କୁମାର ଶ୍ରୀବାସ୍ତବ | ଏହି ଦୁଇ ଜଣ ଏକ ବାଇକ UP 70 EF 2985ରେ ଗଞ୍ଜେଇ ଧରି ଆସୁଥିବା ସମୟ ରେ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରି ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ନିର୍ଦେଶରେ ନବରଙ୍ଗପୁର ଅବକାରି ଆଇଆଇସି ସୁଧିର କୁମାର ସାହୁ, ଅବକାରି ଓଆଇସି କୁମ୍ବପାଣି ସିନ୍ଦୁର, ଏଏସଆଇ ସୁବ୍ରତ ହିରଣ, ପାପଡାହାଣ୍ଡି ଅବକାରି ଓଆଇସି ଅମୀୟ ଖଞ୍ଜଙ୍କ ନେତୃତ୍ୱରେ ବାଇକକୁ ଯାଞ୍ଚ ବେଳେ ଗଞ୍ଜେଇ ଥିବା ଜଣାପଡିଥିଲା | ଏ ନେଇ ପିଆର କେସ ନମ୍ବର 36/22ରେ ମାମଲା ରୁଜୁ କରି ଜବତ ଗଞ୍ଜେଇର ଓଜନ କରାଯାଇଥିଲା | ଜରି ବସ୍ତା ଭିତରେ 15କେଜି ଗଞ୍ଜେଇ ରହିଥିଲା | ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି | ସେମାନଙ୍କ ଘର ଉତ୍ତରପ୍ରଦେଶ ଅଞ୍ଚଳର | ଅନ୍ୟ ମାନଙ୍କ ମଧ୍ୟରେ ଗୋତୁଲ ନାୟକ, ସନୁ ସେଠିଆ, ଆକ୍ରମ ଖାନ, ରଂଜିତ ସିଂଓ ରୀନା ବଡ଼ନାୟକ ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଗାଁ କଲ୍ୟାଣ ସମିତି ରୁ ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି ଗଠନ 

Sunil Chandra Nayak

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ

Sunil Chandra Nayak

Leave a Comment

error: Content is protected !!