ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁନିଆରେ ମାନବିକତା ବଞ୍ଚିଛି ! ସ୍କୁଲ ଶିକ୍ଷକ ଅଶୋକ ଗିରି ରାସ୍ତାରୁ ପାଇଥିବା ପର୍ଶ, ଦସ୍ତାବିଜ ଏବଂ ୨୦ ହଜାର ଟଙ୍କା ଫେରାଇ ମହନୀୟତା ପ୍ରଦର୍ଶନ 

ମୟୂରଭଞ୍ଜ -୨୮/୮/୨୨(ମସିହା) ଏବେ ବି ବଞ୍ଚିଛି ମାନବିକତା ।ଜନୈକ ଶିକ୍ଷକ ରାସ୍ତାରୁ ପାଇଥିବା ପର୍ଶ, ଅନ୍ୟାନ୍ୟ ଦସ୍ତାବିଜ,୨୦,୦୦୦ଟଙ୍କା ଫେରାଇ ତାଙ୍କର ମହତପଣିଆ ଦେଖାଇଛନ୍ତି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକର ମୟୂରଦର ପଞ୍ଚାୟତର କେଶରଗଡିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ଗିରି ଆଜି ଶନିବାର ସକାଳୁ ସ୍କୁଲକୁ ଯାଉଥିବା ସମୟରେ ଭାଲୁବସା ପେଟ୍ରୋଲ ପମ୍ପ ପାଖରେ ଏକ ପର୍ଶ ପାଇଥିଲେ ।ତାହାକୁ ନେଇ ସ୍କୁଲରେ ଦେଖିଲାବେଳକୁ ପର୍ଶ ଭିତରେ ପାନ କାର୍ଡ,ଆଧାର କାର୍ଡ ଏବଂ ଏଟିଏମ୍ କାର୍ଡ ଥିଲା ।ସେ କିନ୍ତୁ ହଜାଇଥିବା ବ୍ୟକ୍ତିର ଫୋନ ନମ୍ବର ନ ପାଇବାରୁ ବାଧ୍ୟ ହୋଇ ସୋସିଆଲ ମିଡିଆର ସାହାରା ନେଇଥିଲେ ।ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଅସଲି ବ୍ୟକ୍ତିଙ୍କ ଠିକଣା ପାଇଥିଲେ ।ପରେ ହଜାଇଥିବା ବ୍ୟକ୍ତି ଓ ତାର ବାପା ରାଇରଙ୍ଗପୁର ମୁଖ୍ୟ ଡାକଘର ପାଖରେ ସଂଧ୍ଯା ୬ଟାରେ ପହଞ୍ଚି ଥିଲେ । ଵହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବିଜାତଳା ବ୍ଲକର ରଜନୀକାନ୍ତ ଯୁକ୍ତ ୨ ବିଦ୍ୟାଳୟର ଇତିହାସ ଅଧ୍ୟାପକ ଅଜୟ ଗିରି ,ଓଡ଼ିଆ ଅଧ୍ୟାପକ ରମାକାନ୍ତ ପାତ୍ର,ଅଶୋକ ବେହେରା,, ରାଧାନାଥ ଗିରି, ସାମ୍ବାଦିକ ଅକ୍ଷୟ ବିଶ୍ବାଳ ଏବଂ ଆଖପାଖ ଦୋକାନୀମାନଙ୍କ ସମ୍ମୁଖରେ ଶିକ୍ଷକ ଅଶୋକ ଗିରି ହଜାଇଥିବା ବ୍ୟକ୍ତି ଓ ତାଙ୍କର ପୁଅକୁ ପର୍ଶ, ଏଟିଏମ୍ କାର୍ଡ,ପାନ କାର୍ଡ,ଆଧାର କାର୍ଡ ଫେରାଇ ଥିଲେ ।ନିଜର ପର୍ଶ,ଟଙ୍କା ଓ ଦସ୍ତାବିଜ୍ ପାଇଁ ଭାବ ବିହ୍ୱଳ ହୋଇପଡ଼ିଥିଲେ ବାପ ପୁଅ । ନିକଟସ୍ଥ ହନୁମାନ ମନ୍ଦିର ପାଖରେ ଶିକ୍ଷକ ଅଶୋକ  ଗିରିଙ୍କ ଶୁଭ ମନାସି ଥିଲେ । ହଜାଇ ଥିବା ବ୍ୟକ୍ତି ହେଲେ ସାଲୁ ମାଝୀ ଓ ପୁଅ ସାକିଲା ମାଝୀ,ଘର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଦଲକି ଗ୍ରାମ ।ଅଶୋକ ସାରଙ୍କ ମାନବ ପଣିଆକୁ ଦେଖି ଉପସ୍ଥିତ ମାନ୍ୟଗଣ୍ୟ ଅଧ୍ୟାପକ ଅଶୋକ ବେହେରାଙ୍କ ସମେତ ଅନ୍ୟମାନେ ଭୁରି ଭୁରି ପ୍ରଶଂସା କରିଥିଲେ ।ଅଶୋକ ସାର ଭାବ ବିହ୍ୱଳ ହୋଇ କହିଥିଲେ ପ୍ରାପ୍ତ ଟଙ୍କା ମୋର ନୁହଁ ।ଭଗବାନ ମୋତେ ବହୁତ କିଛି ଦେଇଛନ୍ତି ।ଯାହାର କଷ୍ଟ ଅର୍ଜିତ ଟଙ୍କା ସେ ପାଉ ।ଅଯଥା ମାନସିକ ଅଶାନ୍ତି ଓ କଷ୍ଟ ନ ପାାଉ  । ଫାଗୁ ମାରାଣ୍ଡି ସକାଳୁ ଔଷଧ କିଣିବା ପାଇଁ ଆସି ପର୍ଶ ହଜାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆସନ୍ତା ୭ତାରିଖ କୋଶଳ ମହାବନ୍ଦ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଢେ଼ଙ୍କାନାଳ ର ମଗଜି ଲଡୁ ଏବେ ଜି ଆଇ ମାନ୍ୟତା ଆଶା ରେ

Sunil Chandra Nayak

ଢେ଼ଙ୍କାନାଳ ରେ ବାଜି ରାଉତ ଫୁଟବଲ୍ କପ୍ ମ୍ୟାଚ୍ ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!