ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ସପ୍ତପୁରୀ ଅମାବାସ୍ୟା ଥିବାରୁ ସିଦ୍ଧ ବଳଦେବଜୀଉଙ୍କ ର ବିଶେଷ ପୂଜା ନୀତି ସମ୍ପନ୍ନ

ଢ଼େଙ୍କାନାଳ କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମ ମନ୍ଦିର ପ୍ରାଙ୍ଗଣରେ ଆଜି ସପ୍ତପୁରୀ ଅମାବାସ୍ୟା ଥିବାରୁ ବିଶେଷ ପୂଜା ଅର୍ଚନା କରାଯାଇଥିଲା । ଏଥି ନିମନ୍ତେ ପ୍ରାତଃରୁ ମଙ୍ଗଳ ଆଳତୀ, ଦ୍ଵାରପାଳ ପୂଜା ,ଠାକୁରଙ୍କ ମହାସ୍ନାନ, ବସ୍ତ୍ର ଓ ତୁଳସୀ ହାର ଫୁଲ ହାରରେ ସୁସଜିତ କରାଯାଇ ଥିଲା। ତାପରେ ବଲ୍ଲଭ ଭୋଗ ଲାଗି କରାଯାଇ ଥିଲା ।୧୦.୩୦ ରେ ଖେଚୁଡ଼ି ଭୋଗ , ମଧ୍ୟାନରେ ଅନ୍ନ ଧୂପ ଓ ସନ୍ଧ୍ୟା ସମୟରେ ସପ୍ତପୁରି ଅମାବାସ୍ୟା ପାଇଁ ଅଟା କାକେରା ଭୋଗ ଲାଗି କରାଯିବାର ବିଧି ରହିଛି । ତତ୍ ସହ ସଂଧ୍ୟା ବେଳେ ସନ୍ଧ୍ୟା ଆଳତୀ ତାପରେ ରାତ୍ର ଧୂପ ଓ ଶେଷରେ ପହଡ ନୀତି ସମ୍ପନ୍ନ ହେବ।ଏହି ପବିତ୍ର ତିଥି ରେ ପୂଜକ ମଳୟ କର ଓ ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ଶୁଆର ନିଳମଣି ଅ।ଚାର୍ଯ୍ୟ, କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମ ସୁନ୍ଦର ପାଣି ଗ୍ରାହୀଙ୍କ ଉପସ୍ତିତିରେ ଏହି ସପ୍ତପୁରୀ ଅମାବାସ୍ୟା ନିତି ସମ୍ପୁର୍ଣ୍ଣ କରାଯିବ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ପଣ୍ଡୁପାଣି ଏସଏସଡି ସ୍କୁଲର ଦଶମ ଶ୍ରେଣୀ ଛାତ୍ର ମୃତ;କାରଣ ଅସ୍ପଷ୍ଟ

Sunil Chandra Nayak

କବିତା ସାହୁ  ଙ୍କ କବିତା ଧନ୍ଯ ହେଲି ପ୍ରଭୂ

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ମାତା ନବଦୁର୍ଗାଙ୍କ ତୃତୀୟ ସ୍ବରୂପ ମା ଚନ୍ଦ୍ରଘଣ୍ଟା

Sunil Chandra Nayak

Leave a Comment

error: Content is protected !!