Uncategorizedକୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମଝିରେ ମଝିରେ ହେଜୁ ଥା ।। by Sunil Chandra NayakAugust 27, 20220152 Share1 ।। ମଝିରେ ମଝିରେ ହେଜୁ ଥା ।। କୈଳାସ ଚ଼ନ୍ଦ୍ର ପାଢ଼ୀ ଧାଉଁଥା ରେ ମନ ଧାଉଁଥା ଯେତେ ଯା କରୁଛୁ କରୁଥା ହେଲେ-ମଶାଣୀର ଜୂଇଗାତ କଥା ମଝିରେ ମଝିରେ ହେଜୁଥା।। ଯେତେ ତୁ ଡେଇଁବୁ ଡେଉଁଥା ଯେତେ ବା ନାଚି଼ବୁ ନାଚ଼ୁଥା ଯେତେ ଦୁଃଖ ଦେଇ ଆନକୁ-ସୁଖ ତୁ ପାଇବାର କଥା ପାଉଥା ହେଲେ ମଶାଣୀର ଜୂଇଗାତ କଥା ମଝିରେମଝିରେ ହେଜୁଥା।। ଯେତେ ଅଭିନୟ କରୁଥା ମନଭରି ତୁହି ହସୁଥା ଭୁଆଁ ବୁଲାଇକି ସବୁରି ଆଖିରେ ଧୁଳି ଗୁଡ଼ା ଖାଲି ଛାଟୁଥା ହେଲେ ମଶାଣୀର ଜୂଇ ଗାତ କଥା ମଝିରେ ମଝିରେ ହେଜୁଥା।। ଧରମକୁ ଠାର ମାରୁଥା ପାପର ଗୋଲାମ ହୋଇଥା ଓଠରେ ମଧୁର ଅନ୍ତରେ ଜହର କପଟର ଜାଲ ବୁଣୁଥା ହେଲେ ମଶାଣୀର ଜୂଇଗାତ କଥା ମଝିରେ ମଝିରେ ହେଜୁଥା।। ଯେତେ ଯା ସପନ ଦେଖୁଥା ଚୋରା ପୀରତିରେ ଭିଜୁଥା ମନତଳେ ଯେତେ ଅଳନ୍ଧୁ ଲୁଚାଇ ବାହାସ୍ଫୋଟଖାଲି ମାରୁଥା ହେଲେ ମଶାଣୀର ଜୂଇଗାତ କଥା ମଝିରେ ମଝିରେ ହେଜୁଥା।। ମଥାରେ ତିଳକ ମାରୁଥା ପରଧନ ଖାଲି ଲୁଟୁଥା ଜନ ସମାଜକୁ ନିର୍ବୋଧ ବନାଇ ବିରାଡି଼ ବୈଷ୍ଣବ ସାଜୁଥା ହେଲେ ମଶାଣୀର ଜୂଇଗାତ କଥା ମଝିରେ ମଝିରେ ହେଜୁଥା।। କୁମାର ପୁର।ଅନନ୍ତ ପୁର। ବାସୁଦେବପୁର।ଭଦ୍ରକ।