ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣା ରେ ଗୁରୁତର ଙ୍କ ଚିକିତ୍ସା ପାଇଁ ସହୟତାର ହାତ ବଢାଇଲା ଡାବୁଗାଁ ଡ୍ରାଇଭର ମହାସଙ୍ଘ

ଡାବୁଗାଁ, 29/8 — ନଗରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡାବୁଗାଁ ଗ୍ରାମ ପଞ୍ଚାୟତର ଉମୁରାହାଣ୍ଡି ଗ୍ରାମର ରାଜେନ୍ଦ୍ର ବିଷୋୟୀ(ଡ୍ରାଇଭର) ନିଜ ବାଇକ୍ ଯୋଗେ ନବରଙ୍ଗପୁରରୁ ଆସୁଥିବା ବେଳେ ଏକ କାର୍ ସହ ବାରିଗୁଡା ପାଖ କେନ୍ଦୁଗୁଡା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ଆଜକୁ ୧୫ ଦିନ ତଳେ।ରାଜେନ୍ଦ୍ର ଗୁରୁତର ହୋଇ ନବରଙ୍ଗପୁର ଓ ପରେ ବିଶାଖାପାଟଣା ରେ ଚିକିତ୍ସା ହେଉଥିବା ବେଳେ ଅର୍ଥର ଅଭାବ ହୋଇ ଥିଲା।ନବରଙ୍ଗପୁର ଜିଲ୍ଲାର ସମସ୍ତ ଡ୍ରାଇଭର ଭାଇ ମାନଙ୍କ ସହଜୋଗରେ ରାଜେନ୍ଦ୍ର ର ଆଶୁ ଚିକିତ୍ସା ନିମନ୍ତେ କିଛି ଅର୍ଥ ସଙ୍ଗ୍ରହ କରାଜାଇ ଥିଲା।ଆଜି ଡାବୁଗାଁ ଡ୍ରାଇଭର ମହାସଙ୍ଘ ର ସଭାପତି ସନ୍ତୋଷ ଭତ୍ରା,ଉପ୍-ସଭାପତି ଦିଲ୍ଲିପ ନାୟକ,ସମ୍ପାଦକ ଅମିର୍ ଅଲ୍ଲି ଖାନ୍ ଓ ସହ- ସମ୍ପାଦକ ବିଶ୍ଵଜିତ୍ ବୈଠାରୁ,କୋଷାଧକ୍ଷ ଉମାକାନ୍ତ ପାତ୍ର ପ୍ରମୁଖ ଅନ୍ୟ ଡ୍ରାଇଭରମାନଙ୍କ ଉପସ୍ତିତିରେ ଗୁରୁତର ଅବସ୍ଥାରେ ଚିକିସ୍ଥା ହେଉଥିବା ଡ୍ରାଇଭର ରାଜେନ୍ଦ୍ର ଙ୍କ ସହଧର୍ମିଣୀ ଗୁପ୍ତି ବିଷୋୟୀ ଓ ତାଙ୍କମା ପୁର୍ଣି ବିଷୋୟୀ ଙ୍କ ହାତରେ ୧୫ ହଜାର ୫୦୦ ଟଙ୍କା ପ୍ରଦାନ କରି ମହାନତାର ପରିଚୟ ସ୍ରୁଷ୍ଟି କରିଛନ୍ତି।ଡ୍ରାଇଭର ମହାସଙ୍ଘର ଏପରି ସହାୟତାର ହାତ ବଢାଇଥିବାରୁ ସବୁରି ମହଲରେ ଭୁୟସି ପ୍ରଶଂସା କରାଯାଇଛି।

ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ

Related posts

ବବି ଜୈନ୍ ଙ୍କ କବିତା ମୁଁ କବି

Sunil Chandra Nayak

ବିଦ୍ୟୁତ ବିଭାଗରେ ଶକ୍ତି ଅପଚୟ

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ନୂଆଁଖାଇ

Sunil Chandra Nayak

Leave a Comment

error: Content is protected !!