ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଡେଙ୍ଗୁ ସଚେତନ ଶିବିର

ପାପଡାହାଣ୍ଡି,29/8,ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଡେଙ୍ଗୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ପ୍ରିୟ ରଞ୍ଜନ ବାହାଲିଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ୟସବନ୍ତ ନାୟକ, ବିଡ଼ିଓ ରଞ୍ଜିତ ମଲିକ ପ୍ରମୁଖ ଯୋଗ ଦେଇଥିଲେ | ଉପସ୍ଥିତ ସ୍ୱାସ୍ଥ୍ୟ କର୍ମୀ ଓ ସରପଞ୍ଚ, ସମତି ଏବଂ ବିଭିନ୍ନ ଅଧିକାରୀ ମାନଂକୁ ଡେଙ୍ଗୁ ସମ୍ବନ୍ଧୀୟ ସଚେତନ ବାର୍ତ୍ତା ଦେବା ସହ ଡେଙ୍ଗୁର ଲକ୍ଷଣ ଓ ନିରାକରଣ ବିଷୟ ରେ ଅବଗତ କରାଯାଇଥିଲା ⎸ ଡେଙ୍ଗୁ ସମ୍ବନ୍ଧୀୟ ଏକ ସଚେତନ ବାର୍ତ୍ତା ଭିଡିଓ ସୋ’ ମାଧ୍ୟମରେ ପରିବେଷଣ କରାଯାଇଥିଲା ⎸ ସମସ୍ତ ଶିକ୍ଷାନୁଷ୍ଠାନ ର ପରିବେଶ ନିର୍ମଳ ରଖିବା ସହ ବିଦ୍ୟାଳୟ ଅନ୍ତେବାସୀ ମାନେ କିପରି ମଶାରୀ ର ସଠିକ ବ୍ୟବହାର କରିବେ ⎸ ଡେଙ୍ଗୁ ପୀଡିତ ଙ୍କ କ୍ଷେତ୍ର ରେ ରକ୍ତ ର ପ୍ଲେଟଲେଟ କମିଯିବା ,ରକ୍ତସ୍ରାବ ହୋଇ ରକ୍ତହୀନତା ହେବା ପରିପ୍ରେକ୍ଷୀ ରେ “ରକ୍ତ ଓ ସମ୍ପର୍କ” ର ବିକଳ୍ପ ନଥିବା ଦିଗରେ ଆଲୋକପାତ କରାଯାଇଥିଲା ⎸ନିୟମିତ ଔଷଧ ବୁଡ଼ା ମଶାରୀ ର ସଠିକ ବ୍ୟବହାର,ପରିବେଶ ନିର୍ମଳ ତତ ସହ ରୋଗ ଲକ୍ଷଣ ଦେଖିବାକ୍ଷଣି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ରକ୍ତପରୀକ୍ଷା କରାଇ ସେଠାରେ ଚିକିତ୍ସା କରିବା ଲାଗି କୁହାଯାଇଥିଲା ⎸ସମସ୍ତେ ପୁର ପଲ୍ଲୀରେ ପହଁଚି ଲୋକଙ୍କୁ ସଚେତନ କରାଇ ବ୍ଲକ କୁ ଡେଙ୍ଗୁ ମୁକ୍ତ କରିବା ଲାଗି ପରାମର୍ଶ ଦିଆଯାଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

 

Related posts

ପୁଣି କରୋନା: ୨୪ ଘଣ୍ଟାରେ ଦେଶରୁ ୩,୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବେଦାନ୍ତ ହସ୍ପିଟାଲକୁ ମିଳିଲା ଇଏସ୍‌ଆଇ ହସ୍ପିଟାଲ ମାନ୍ୟତା

Sunil Chandra Nayak

ଭୀମଭୋଇ ମେଡ଼ିକାଲରେ ସହଯୋଗ ଫାଉଣ୍ଡେସନ ପକ୍ଷରୁ ଖାଦ୍ଯ ବ୍ଯବସ୍ତା: ଅରୁଣ ସାହୁଙ୍କ ସ୍ମୃତିରେ ରକ୍ତଦାନ

Sunil Chandra Nayak

Leave a Comment

error: Content is protected !!