ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋରଗୁଡ଼ାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ 

ଗୋଳାମୁଣ୍ଡା ୩୦/୮/ମସିହା/ଗୋଳାମୁଣ୍ଡା ବ୍ଲକସ୍ତରୀୟ ବୋରଗୁଡା ଗ୍ରାମ ପଞ୍ଚାୟତ ପରିସରରେ ଗତକାଲି ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଭିଯୋଗ କାର୍ଯ୍ୟକ୍ରମ ଗୋଳାମୁଣ୍ଡା ବିଡିଓ ଶ୍ରୀମତୀ ସ୍ନିଗ୍ଧାରାଣୀ ପ୍ରଧାନ ନେତୃତ୍ୱରେ ଗୋଳାମୁଣ୍ଡା ପୋଲିସ ଆଇ ଆଇ ସି ଯୁଗଳ ଶବର ,ସହକାରୀ ଯନ୍ତ୍ରୀ,ଉତ୍ତର ବନାଞ୍ଚଳ ବନଖଣ୍ଡ କେଗାଁ ବନପାଳ ମଧୁକର ପୁଟେଲ,ଦଶପୁର ବନପାଳ ଗୟା ମାଝୀ,ସିଡିପିଓ ପ୍ରେମ ମଞ୍ଜୁରୀ, ସ୍ୱାସ୍ଥ୍ୟ ବିଭାଗ,ଶିକ୍ଷା ବିଭାଗ ଅଧିକାରୀ ସହ ଅନ୍ୟ ସମସ୍ତ ବିଭାଗୀୟ କର୍ମଚାରୀ ଯୋଗ ଦେଇଥିଲେ । ୨୮ ଗୋଟି ଗ୍ରାମ ପଞ୍ଚାୟତର ଅଭିଯୋଗ କାରୀଙ୍କ ଜନଶୁଣାଣୀରେ ଉପସ୍ଥିତ ହୋଇ ନିଜ ନିଜ ଆପତି ଅଭିଯୋଗ ଜଣାଇଥିଲେ । ସମୁଦାୟ ୨୦୮ଜଣଙ୍କ ଅଭିଯୋଗ ପତ୍ର ଦେଇଥିବା ବେଳେ ତାଙ୍କର ବିଚାର ବିଭାଗୀୟ କର୍ମଚାରୀଙ୍କ ମଧ୍ୟରେ ବିଚାର କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବୋରଗୁଡା ସରପଞ୍ଚ ଜୟରାମ ସାହୁ ଓ ପିଇଓ ଅଲେଖ ସା ପରିଚାଳନା କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ନିର୍ଭୟ, ନିରପେକ୍ଷତା, ପ୍ରଗତିଶୀଳ ମସିହା,

Related posts

ମନ୍ଦିର ପରିଚାଳନା କମିଟି ସହ ନର୍ଲା ପୋଲିସର ବୈଠକ

Sunil Chandra Nayak

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଦେଶାତ୍ମବୋଧକ ସ୍ବରଚିତ କବିତା ପାଠୋତ୍ସବ

Sunil Chandra Nayak

ଜନ ରଞ୍ଜନ ପ୍ରଧାନ ଙ୍କ କବିତା – ଲୁହ

Sunil Chandra Nayak

Leave a Comment

error: Content is protected !!