ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକ ଗସ୍ତରେ ସିଇଓ ଡବ୍ଳୁଓଡିସି ଶ୍ରୀଯୁକ୍ତ ଅଜିତ କୁମାର ମିଶ୍ର

ଥୁଆମୂଳ ରାମପୁର:୩୦/୮- (ମନିସ) :- ଆଜି ଯଥା ୩୦/୮/୨୦୨୨ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗସ୍ତରେ ସିଇଓ ଡବ୍ଳୁଓଡିସି ଶ୍ରୀଯୁକ୍ତ ଅଜିତ କୁମାର ମିଶ୍ର ପହଞ୍ଚି ଡବ୍ଲୁଓଡିସି ତରଫରୁ ଯାହାସବୁ କାର୍ଯ୍ଯ କରାଯାଇଛି ତାହାର ସମସ୍ତ କାର୍ଯ୍ଯ ତଦାରଖ କରି ଅନ୍ଯାନ୍ଯ ସ୍ଥାନ ଗୁଡିକ ପରିଦର୍ଶନ କରିଥିବା ଜଣାପଡ଼ିଛି। ସିଇଓ ଡବ୍ଳୁଓଡିସି ଭବାନୀପାଟଣା ଠାରୁ ସକାଳ ୯ ଘଣ୍ଟା ସମୟରେ ଥୁଆମୂଳ ରାମପୁର ଅଭିମୁଖେ ଯାତ୍ରା କରି ପ୍ରଥମେ ଗୁଣପୁର ରୁ ବାଲିସରା ପହଞ୍ଚି ସେଠାରେ ଥିବା ଟେରାକୁଟା କାର୍ଯ୍ଯକୁ ଦେଖି ବହୁତ ଖୁସି ପ୍ରକଟ କରିଥିଲେ। ସେହିପରି କାଣିଗୁମା ଖଣ୍ତୁଆଳ ମଣ୍ତପକୁ ଯାଇ ପରିଦର୍ଶନ କରି ସେଠାରୁ ମର୍ଦ୍ଦିଗଡା ଗ୍ରାମରେ ପହଞ୍ଚି ଇନ୍ଦ୍ରବତୀ ନଦୀର ଉତ୍ପତ୍ତି ସ୍ଥଳ ବୁଲି ଦେଖିଥିଲେ। ଏହାପରେ ସିଧାସଳଖ ଥୁଆମୂଳ ରାମପୁର ବ୍ଳକ କାର୍ଯ୍ଯାଳୟ କୁ ପହଞ୍ଚି କର୍ମଚାରୀଙ୍କ ସହିତ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ଯ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ମୂଖ୍ଯାଳୟ ଠାରେ ଥିବା କଳାହାଣ୍ଡି ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ମନ୍ଦିର ପରିଦର୍ଶନ ଓ ଶେଷରେ ହାଲୋପଏଣ୍ଟ ପହଞ୍ଚି ସେଠାରେ ଥିବା ପାରିପାର୍ଶ୍ବିକ ପରିସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ। ସିଇଓ ଡବ୍ଲୁଓଡିସି ଶ୍ରୀଯୁକ୍ତ ମିଶ୍ର ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ ସମୟରେ ସ୍ଥାନୀୟ ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ ଓ ବ୍ଳକ ଏଇ ଶ୍ରୀ ବାଞ୍ଛାବଟ ପାଣ୍ତେ, ଜେଇ ଶ୍ରୀ ମଳୟ ଜେନା, ସମାଜ ସେବୀ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜନଜାତି ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ଜିଲ୍ଲା ପରିଷଦ ସଭ୍ୟ

Sunil Chandra Nayak

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ କୁଶୁଲାପୁଞ୍ଜା ପ୍ରତିଭା ସମ୍ମାନ 

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!