ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରବାହାଲରେ ଋଣ ସମନ୍ଵୟ ମେଳା , ୫୧ ଏସଏଚଜିଙ୍କୁ ୧.୮୪ କୋଟି ଟଙ୍କାର ପ୍ରଦାନ

ଚିଲିଗୁଡା,୩୦।୮ (ମ ନି ସ ) :  ଜୁନାଗଡ ବ୍ଳକ ଚାରବାହାଲ ଠାରେ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଚାରବାହାଲ ଶାଖା ପକ୍ଷରୁ ମଙ୍ଗଳବାର ଋଣ ସମନ୍ଵୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ଚାରବାହାଲ ବ୍ରାଞ୍ଚ ମ୍ୟାନେଜର ବିମଳ କିଶୋର ପଣ୍ଡାଙ୍କ ପରିଚାଳନା କରି ଥିବା ବେଳେ ଜୁନାଗଡ ବ୍ଳକ ବିଡ଼ିଓ ଦୁଲାରାମ ମାରାଣ୍ଡି, ଏସବିଆଇ ଭବାନୀପାଟଣା ରିଜିଓନାଲ ମ୍ୟାନେଜର ସୋରେନ ଦାସ, କଳାହାଣ୍ଡି ଏଲଡିଏମ ଡି.ପି. ସିଂହ, ବିଏଲସି ( ମିଶନ ଶକ୍ତି) ଧର୍ମେନ୍ଦ୍ର ଦୀପ ଓ ଚାରବାହାଲ ଏସବିଆଇ ଏଫଓ ପ୍ରବୀଣ କୁମାର କୈବର୍ତ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜୁନାଗଡ ବ୍ଳକର ୩୬ ଓ କୋକସରା ବ୍ଳକର ୧୫ ଟି ଏସଏଚଜି ଗ୍ରୁପକୁ ସ୍ବାବଲମ୍ବୀ ହେବା ପାଇଁ ୧.୮୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଗ୍ରାମାଞ୍ଚଳର ମହିଳା ମାନେ କିଭଳି ସ୍ବାବଲମ୍ବୀ ହେବେ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ନିମ୍ନମାନର ଗ୍ରାମୀଣ ଉଦ୍ୟାନ, କାମ ମନ୍ଥର ଗତିରେ ଚାଲିଛି ତୁରନ୍ତ ଶେଷ କରିବା ପାଇଁ ଦାବି

Sunil Chandra Nayak

ଦରଦାମ ବୃଦ୍ଧି , ବେକାରୀ ସମସ୍ୟା ପ୍ରସଙ୍ଗ କୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୫ ତାରିଖରେ ଦେଶବ୍ଯାପି ବିରୋଧ କାର୍ଯ୍ଯକ୍ରମ

Sunil Chandra Nayak

ପୌର ନର୍ବାଚନ ପାଇଁ ଅଧିକାରୀ ଙ୍କୁ ତାଲିମ୍ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!