ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରବାହାଲରେ ଋଣ ସମନ୍ଵୟ ମେଳା , ୫୧ ଏସଏଚଜିଙ୍କୁ ୧.୮୪ କୋଟି ଟଙ୍କାର ପ୍ରଦାନ

ଚିଲିଗୁଡା,୩୦।୮ (ମ ନି ସ ) :  ଜୁନାଗଡ ବ୍ଳକ ଚାରବାହାଲ ଠାରେ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଚାରବାହାଲ ଶାଖା ପକ୍ଷରୁ ମଙ୍ଗଳବାର ଋଣ ସମନ୍ଵୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ଚାରବାହାଲ ବ୍ରାଞ୍ଚ ମ୍ୟାନେଜର ବିମଳ କିଶୋର ପଣ୍ଡାଙ୍କ ପରିଚାଳନା କରି ଥିବା ବେଳେ ଜୁନାଗଡ ବ୍ଳକ ବିଡ଼ିଓ ଦୁଲାରାମ ମାରାଣ୍ଡି, ଏସବିଆଇ ଭବାନୀପାଟଣା ରିଜିଓନାଲ ମ୍ୟାନେଜର ସୋରେନ ଦାସ, କଳାହାଣ୍ଡି ଏଲଡିଏମ ଡି.ପି. ସିଂହ, ବିଏଲସି ( ମିଶନ ଶକ୍ତି) ଧର୍ମେନ୍ଦ୍ର ଦୀପ ଓ ଚାରବାହାଲ ଏସବିଆଇ ଏଫଓ ପ୍ରବୀଣ କୁମାର କୈବର୍ତ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜୁନାଗଡ ବ୍ଳକର ୩୬ ଓ କୋକସରା ବ୍ଳକର ୧୫ ଟି ଏସଏଚଜି ଗ୍ରୁପକୁ ସ୍ବାବଲମ୍ବୀ ହେବା ପାଇଁ ୧.୮୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଗ୍ରାମାଞ୍ଚଳର ମହିଳା ମାନେ କିଭଳି ସ୍ବାବଲମ୍ବୀ ହେବେ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଅସ୍ତରାଗ

କର୍କଟ ରୋଗୀ ଙ୍କୁ ସହାୟତା ସହ ଚିକିତ୍ସା ପାଇଁ ହାତ ବଢ଼ାଇଲେ ମାରୱାଡି ଯୁବାମଞ୍ଚ କର୍ମକର୍ତ୍ତା

ଘରୋଇ ଶିକ୍ଷାନୁଷ୍ଠାନକୁ ନେଇ ମାଓ ପୋଷ୍ଟର ଅଭିଭାବକଙ୍କ ଭିନ୍ନ ମତ

Leave a Comment

error: Content is protected !!