ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନନୀ ଯନ୍ତ୍ରଣା : ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ କିନ୍ତୁ 108 ପାଖରେ ପହଁଚିବା ବେଳେ ଜନ୍ମ ଦେଲେ ସନ୍ତାନ

 ତେନ୍ତୁଳିଖୁଣ୍ଟି : ୩୦/୦୮/୨୨: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ଗ୍ରାମ ପଞ୍ଚାୟତ ର ତଲଗୋଡି ଗ୍ରାମରୁ ଜନନୀ ଯନ୍ତ୍ରଣା ର ଏକ ଅଭାବନୀୟ ରୂପ ନଜର କୁ ଆସିଛି। ଗ୍ରାମକୁ ପହଞ୍ଚି ପାରୁନି 108 କି 102 ଆମ୍ବୁଲାନ୍ସ, ଏହି ଖବର ସର୍ଵ ଜନ ବିଦିତ। କିନ୍ତୁ ଦୀର୍ଘ ବର୍ଷ ହେଲାଣି ତଲଗୋଡି ଗ୍ରାମକୁ ଯିବା ରାସ୍ତା କଂକ୍ରିଟ କି ପକ୍କା ହୋଇ ପାରିଲାନି। ବିଧାୟକ ପାଣ୍ଠି ଓ ସାଂସଦ ପାଣ୍ଠି ଅର୍ଥରେ ଗଳି ରାସ୍ତା କୁ କଂକ୍ରିଟ କରାଯାଉଥିବା ବେଳେ ଏହି ରାସ୍ତାକୁ ପର୍ଯ୍ୟାୟକ୍ରମେ ବିଧାୟକ ପାଣ୍ଠି ଅର୍ଥ ବା ଅନ୍ୟ ପାଣ୍ଠି ଅର୍ଥରୁ କରା ଯାଇ ପାରନ୍ତା। କିନ୍ତୁ କରାଯାଇନି,ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହିଁ ରାସ୍ତା କରାଇ ଚୁପ ପ୍ରଶାସନ। ଯଦିବା ସେହି ଏନ ଅର ଇ ଜି ଏସ କାର୍ଯ୍ୟରେ ମୋରମ ପକାଇ ରୋଲିଂ କରାଯାଇଥାନ୍ତା ଆଜି ଗର୍ଭବତୀ 108 ଆମ୍ବୁଲାନ୍ସ କୁ ଯିବା ପୂର୍ବରୁ ସନ୍ତାନ ପ୍ରସବ କରି ନଥାନ୍ତା। ତଲଗୋଡି ଗ୍ରାମର ଭୁବନ ହରିଜନ ଙ୍କ ଗର୍ଭବତୀ ପତ୍ନୀ ପ୍ରିୟଙ୍କା ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ 108 ଆମ୍ବୁଲାନ୍ସ ଙ୍କୁ ଖବର ଦିଆଗଲା। 108 ଆମ୍ବୁଲାନ୍ସ ଗ୍ରାମ ମୁଣ୍ଡ ବଡ଼ଭଟା ନିକଟରେ ଅଟକି ଗଲା। ଡ୍ରାଇଭର ଗ୍ରାମକୁ ଗାଡି ନେଇ ହେବନି ବୋଲି କହିଲା। ଆମ୍ବୁଲାନ୍ସ ରୁ ଷ୍ଟ୍ରେଚର ନେଇ ଭାର କରି ଗର୍ଭବତୀ ପ୍ରିୟଙ୍କା (ଆଶା ଦିଦି) ଙ୍କୁ ଦେଢ଼ କିମି କରଦ୍ଦମାକ୍ତ ରାସ୍ତା ବୁହାହୋଇ ଆମ୍ବୁଲାନ୍ସ ନିକଟରେ ପଂହଁଚିବା ବେଳେ ପ୍ରିୟଙ୍କା ସେଠାରେ ହିଁ ଜନ୍ମ ଦେଇଥିଲେ କନ୍ୟା ସନ୍ତାନ। ଏଭଳି ଅଭାବନୀୟ ଘଟଣା ପାଇଁ ଦାୟୀ କିଏ? କେବେ ଶେଷ ହେବ ଏଭଳି ଜନନୀ ଜନ୍ତ୍ରଣା ?

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନିମ୍ନମାନର ଗ୍ରାମୀଣ ଉଦ୍ୟାନ, କାମ ମନ୍ଥର ଗତିରେ ଚାଲିଛି ତୁରନ୍ତ ଶେଷ କରିବା ପାଇଁ ଦାବି

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

Sunil Chandra Nayak

ଧର୍ମରାଜ ପ୍ରଧାନ  ଙ୍କ କବିତା ମୁଠି ଛିଆ

Leave a Comment

error: Content is protected !!