ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ସ୍ପୋର୍ଟସ ଆସୋସିଏସନ୍ ର ଜାତୀୟ କ୍ରୀଡା ଦିବସ ପାଳନ

 ରାଉରକେଲା: ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ରାଉରକେଲା ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଭଞ୍ଜ ଭବନ ପ୍ରେକ୍ଷାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇ ଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳ ପରାଗ ହର୍ଷଦ ଗବାଲି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ରାଉରକେଲା ସ୍ପୋର୍ଟସ ଆସୋସିଏସନର ନିରନ୍ତର ଭାବେ କ୍ରୀଡ଼ାର ବିକାଶ ପାଇଁ କରା ଯାଉଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଉରକେଲା ର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଶୁଭାଙ୍କର ମହାପାତ୍ର ଓ ରାଉରକେଲା ଇସ୍ପାତ କାରଖାନାର ଇଡି ପ୍ରୋଜେକ୍ଟ ପ୍ରଦୀପ କୁମାର ସାହୁ ନିଜ ବକ୍ତବ୍ୟରେ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ। ରାଉରକେଲା ଚ୍ୟାମ୍ବର ଅଫ କମର୍ସ ର ସଭାପତି ସୁବ୍ରତ ପଟ୍ଟନାୟକ, ସାଧାରଣ ସମ୍ପାଦକ ଏସ. କୟାଲ, ରାଉରକେଲା ଅର୍ବାନ ବ୍ୟାଙ୍କ ର ସଭାପତି ଦିଲୀପ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ, ଅନୁଷ୍ଠାନ ତରଫରୁ ଚୟନ କରାଯାଇଥିବା ଚାରି ଜଣ ପ୍ରଶିକ୍ଷକ, ଚଉଦ ଜଣ କ୍ରୀଡ଼ାବିତଙ୍କୁ ଅତିଥିମାନେ ଯଥାକ୍ରମେ ଦ୍ରୋଣାଚାର୍ୟ ସମ୍ମାନ ଓ ପ୍ରତିଭା ସମ୍ମାନ ରେ ସମ୍ବର୍ଦ୍ଧିତ କରିଥିଲେ। ତାଛଡା ୬ ଜଣ ଆର୍ଥିକ ଅନଗ୍ରସର ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ମାସିକ ୧୫୦୦ ଟଙ୍କାର କ୍ରୀଡାବୃତ୍ତି ପ୍ରଦାନ କରାଯାଇ ଥିଲା। ପ୍ରଶିକ୍ଷକ ବିଜୟ କୁମାର ଲାକ୍ରା (ହକି), ପିଟର ତିର୍କୀ (ହକି), ଶୀତ ମହାକୁଡ଼ (ଫୁଟବଲ) ଓ ସୁଶୀଲ ଦାସ (ସାଇକଲିଂ) ଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ଦିଆଯାଇଥିଲା ବେଳେ ପ୍ରତିଭା ସମ୍ମାନ ରେ  ଶ୍ରେୟାନ୍ସ ପରିଡା (ବ୍ୟାଡମିଣ୍ଟନ), ଗୀତାଶ୍ରୀ ଦେ (ବ୍ୟାଡମିଣ୍ଟନ), ବିଶାଖା ଟପ୍ପୋ (ବ୍ୟାଡମିଣ୍ଟନ), ଆଶୀର୍ବାଦ ସ୍ୱାଇଁ (କ୍ରିକେଟ), ଗୌତମ ସୁନା (କ୍ରିକେଟ), ଶୁଭଙ୍କର ବିଶ୍ୱାସ (କ୍ରିକେଟ), ଟିଙ୍କୁ ତିର୍କୀ (ଖୋକୋ), ରାଜ କୁମାର ମିଞ୍ଜ (ହକି), ନେହା ଲାକ୍ରା (ହକି), ନିତୁ ଲାକ୍ରା (ହକି), ସୁଜିତ ସଏ (କବାଡି), ଅନମୋଲ ଏକ୍କା (ହକି ), ରାଜ କିଣ୍ଡୋ ( ଭଳିବଲ ), ସୁମିତ୍ରା ମୁଣ୍ଡାରୀ ( କବାଡି )ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କ୍ରୀଡ଼ାବୃତି ପାଇଁ ମନୋନୀତ ହୋଇଥିବା ପାଞ୍ଚଜଣ କ୍ରୀଡାବିତ ମାନେ ହେଲେ, ପ୍ରଧାନ ମୁର୍ମୁ (ଫୁଟବଲ), ସୋନିଆ କୁଜୁର (ଆଥଲେଟିକ୍ସ), ଅଶ୍ୱନ୍ତି ତିର୍କୀ (ହକି), ସାହିଲ ପ୍ରସାଦ (କ୍ରିକେଟ), ଅଭିକ ମୁଖୀ (ଫୁଟବଲ), ରବି ନାରାୟଣ ସାହୁ (ଟେନିସ) ପ୍ରମୁଖ ଙ୍କୁ କ୍ରୀଡାବୃତ୍ତି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆସନ୍ତା ଜାନୁଆରୀ ମାସରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଥିବା ହକି ବିଶ୍ୱକପକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ସିଲଙ୍ଗ ଡ୍ୟାନ୍ସ ଗ୍ରୁପ ତରଫରୁ ଚକଦେ ଇଣ୍ଡିଆ ଥିମରେ ଗୋଟିଏ ଗ୍ରୁପଡ୍ୟାନ୍ସ ପ୍ରସ୍ତୁତ କରା ଯାଇଥିଲା। କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଆର ଏସ ଏ ର ସଭାପତି ମିହିର ରାୟ ସ୍ୱାଗତ ଭାଷଣ ଦେଇଥିଲେ। ରାଉରକେଲା ସ୍ପୋର୍ଟସ ଆସୋସିଏସନ ର ବାର୍ଷିକ କାର୍ଯ୍ୟକଳାପ ବିଷୟରେ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ ଗୋଟିଏ ଡ଼କୁମେଣ୍ଟାରୀ ପ୍ରଦର୍ଶିତ ହୋଇଥିଲା। ଅନୁଷ୍ଠାନର ଉପସଭାପତି ଭାସ୍କର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ସୁର ସାଗର ତରଫରୁ ରଙ୍ଗାରଙ୍ଗ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ ସିଂ, ତାରିକ ଅଜିଜ, ଅନିଲ ବାଓରା, ନାଭିଆ, ପ୍ରିୟା ଓ ଦୀପକ କୁମାର ଇତ୍ୟାଦି ସେମାନଙ୍କ ସୁମଧୁର କଣ୍ଠରେ ସଙ୍ଗୀତ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନର ବରିଷ୍ଠ ସଦସ୍ୟମାନେ ସର୍ବଶ୍ରୀ ସୂର୍ଯ୍ୟ ପାତ୍ର, ମନୋଜ ରାଉତ, ସୁବାସ ପଣ୍ଡା, ଶୁଭେନ୍ଦୁ ପଣ୍ଡା, କେଶବ ପ୍ରଧାନ, ପ୍ରଦୀପ୍ତ ମହାନ୍ତି, ଅର୍ଜୁନ ଭୂୟାଁ, ଧନଞ୍ଜୟ ଦଣ୍ଡପାଟ, ନଟରାଜ୍ ବେହେରା, ପ୍ରଶାନ୍ତ ଦାସ, ରାମଚନ୍ଦ୍ର ଗୌଡ଼, କାର୍ତିକ ଖଣ୍ଡୁଆଳ, ଶିବ ଶରଣ ମିଶ୍ର, ଜନ୍ମେଜୟ ରାଉତରାୟ, ଅଶୋକ ବଳ ଓ ଆଲୋକ ବୋଷ ଇତ୍ୟାଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ପ୍ରଥିତ ଗୀତିକବି ସ୍ବର୍ଗତ ଜୀତେନ୍ଦ୍ର ପଟନାୟକଙ୍କ ପୂଣ୍ଯତିଥି ସମାରୋହ

Sunil Chandra Nayak

ଦୁଃଖିନୀ ନିସ୍ତୃଙ୍କା ହେଲେ ମୁନିଗୁଡା ବ୍ଳକ ଅଧ୍ଯକ୍ଷା

Sunil Chandra Nayak

ନର୍ଲା ବ୍ଲକ୍ ଅଧୀନ ବିଭିନ୍ନ ପଞ୍ଚାୟତକୁ ଟେଙ୍କର୍ ସାହାଯ୍ୟରେ ପାନୀୟ ଜଳଯୋଗାଣ

Leave a Comment

error: Content is protected !!