ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଶିକ୍ଷା ସ୍ଥାୟୀ ସମିତି ଅଧ୍ୟକ୍ଷ’ଙ୍କ ବଜ୍ରପାତ ଏବଂ ସର୍ପ ଦଂଶନରେ ନିହତ ପରିବାର’ଙ୍କୁ ସାକ୍ଷାତ

ମୟୂରଭଞ୍ଜ:-୩୦/୦୮/୨୦୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ନିମଡିହି ଗ୍ରାମ ଏବଂ ତିରିଂ’ ବ୍ଲକ ଅନ୍ତର୍ଗତ କୁଲୁଘୁଟୁ ଗ୍ରାମପଞ୍ଚାୟତ ବାରୁଡିହି ଗ୍ରାମର ବଜ୍ରପାତରେ ମୃତ୍ୟୁବରଣ କରିଥିବା ପରିବାର ତଥା ବଡ ଡାଳିମା ଗ୍ରାମ ରେ ସର୍ପ ଦଂଶନରେ ମୃତ୍ୟୁବରଣ କରିଥିବା ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ତିରିଂ ବ୍ଲକ ୨୦’ ନଂ ଜୋନ ଜିଲ୍ଲା ପରିଷଦ ତଥା ଜିଲ୍ଳା ଶିକ୍ଷା ସ୍ଥାୟୀ ସମିତି ଅଧ୍ୟକ୍ଷ ପରେଶ ଚନ୍ଦ୍ର ମୁଣ୍ଡା।  ସୂଚନା ଅନୁସାରେ ଦୁଇ ଦିନ ତଳେ ବଜ୍ରପାତରେ ନିମଡିହି ଗ୍ରାମର ରାନୀ ମୁଣ୍ଡା(୨୫) ଓ ତୁଳସୀ ମୁଣ୍ଡା (ପାନ ମୁଣ୍ଡା) (୭) ମୃତ୍ୟୁବରଣ କରିଥିବାବେଳେ ତିରିଂ ବ୍ଲକ ଅନ୍ତର୍ଗତ କୁଲୁଘୁଟୁ ଗ୍ରାମପଞ୍ଚାତ ବାରୁଡିହି ଗ୍ରାମର ବଜ୍ରପାତରେ ମୃତ୍ୟୁବରଣ କରିଥିବା ଶ୍ୟାମ ଚରଣ ପୁର୍ତ୍ତି(୩୧) ଓ ବଡଡାଳିମା ଗ୍ରାମରେ ସର୍ପ ଦଂଶନରେ ମୃତ୍ୟୁବରଣ କରିଥିବା ଧଣିଆ ମହାପାତ୍ର’ଙ୍କ ପରିବାରକୁ ତିରିଂ ବ୍ଲକ ୨୦’ ନଂ ଜୋ ଜିଲ୍ଲା ପରିଷଦ ସଦସ୍ୟ ତଥା ଜିଲ୍ଲା ଶିକ୍ଷା ସ୍ଥାୟୀ କୋମିଟୀ ଅଧ୍ୟକ୍ଷ ପରେଶ ଚନ୍ଦ୍ର ମୁଣ୍ଡା ଦଳବଳ ସହ ସାକ୍ଷତ କରି ସମବେଦନା ଜଣାଇବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ତେବେ ପିଡିତ ପରିବାରକୁ ସାକ୍ଷାତ ବେଳେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ରାନୀ ମୁଣ୍ଡା’ଙ୍କ ୬’ ମାସର ଶିଶୁ ପୁତ୍ର ପାଇଁ ୩’ ମାସର ଲାକ୍ଟୋଜେନ ଖୀର ଯୋଗାଇ ଦେଇଥିଲେ ।ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଶ୍ରି ପରେଶ ମୁଣ୍ଡା’ଙ୍କ ଗସ୍ତ ବେଳେ ପୂର୍ବତନ ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ କୁମାର ହାଁସଦାଃ, ଜାମଦା ବ୍ଲକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ, ବହଳଦା ବ୍ଲକ ୨୬’ ନଂ ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣୀ ହାଁସଦାଃ, ରାଇରଙ୍ଗପୁର ବ୍ଲକ ୪୬’ ନଂ ଜିଲ୍ଲା ପରିଷଦ ଜୋନ୍ ସଦସ୍ୟା ଲିପିକା ମଣ୍ଡଳ, ପୂର୍ବତନ ଅଧ୍ୟକ୍ଷ କାରାନ ହେମ୍ବ୍ରମ, ପୂର୍ବତନ ତିରିଂ’ବ୍ଲକ ଅଧ୍ୟକ୍ଷା ଜେମାମଣୀ ସୁଣ୍ଢି, କୁଲୁଘୁଟୁ ପଞ୍ଚାୟତ ସମିତି ସଦସ୍ୟ ଚାମ୍ବ୍ରୁ ହେମ୍ବ୍ରମ, ତିରିଂ’ ବ୍ଲକ ବିଜେଡି ସଭାପତି ମୁରୁମ କାଲୁଣ୍ଡିଆ ଏବଂ ବିଶ୍ବନାଥ ସୋରେନ୍ (ଛୁଟୁ) ଉପସ୍ଥିତ ରହିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵିତୀୟ ଦିନରେ ଲାଞ୍ଜିଗଡ ବ୍ଲକ ର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ

Sunil Chandra Nayak

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସକାଳ ଜଣାଣ

Sunil Chandra Nayak

Leave a Comment

error: Content is protected !!