ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାମଚନ୍ଦ୍ର ମହାନ୍ତି ଙ୍କ କବିତା ବିଘ୍ନରାଜ

ବିଘ୍ନରାଜ

ଜୟ ଗଜାନନ ଗଉରୀ ନନ୍ଦନ
ଜୟ ବିଘ୍ନ ବିନାଶନ
ପାଶଙ୍କୁଶ ଧାରି କଳୁଷ ନିବାରି
ଆଜି ତବ ଜନ୍ମ ଦିନ।।
ମାତା ଯା ପାର୍ବତୀ ମଳୁଖୁ ଉତ୍ପତ୍ତି
ବିଦ୍ୟା ବୁଦ୍ଧି ପାରଙ୍ଗମ
ଅଗ୍ରଦେବ ପୁଜ୍ୟ ଶିବଙ୍କ ସାନୁଜ
କରେ ସାଷ୍ଟାଙ୍ଗ ପ୍ରଣାମ।।
ଭାଦ୍ରବ ମାସ ରେ ଶୁକ୍ଳ ଚତୁର୍ଥୀରେ
ହୋଇଥିଲା ତୁମ ଜନ୍ମ
ଶିଶୁ ଅବସ୍ଥାରୁ ମହା ବଳଶାଳୀ
ଭାବେ ଦେଖାଇଲ କର୍ମ ।।
ମାତାଙ୍କ ଆଦେଶେ ଦ୍ଵାର ପାଳ ବେଶେ
ହୋଇଥିଲ ଅବତୀର୍ଣ୍ଣ
ପିତା ମହେଶ୍ୱର ସେକାଳେ ହାଜର
କରିଥିଲ ଘୋର ରଣ।।
ଶିବଙ୍କ ତ୍ରିଶୂଳ ସାଜିଥିଲା କାଳ
କାଟି ଦେଇଥିଲା ମୁଣ୍ଡ
ହସ୍ତିର ମୁଣ୍ଡକୁ ଲଗାଇ ତୁମକୁ
ନାମ ହେଲା ବକ୍ର ତୁଣ୍ଡ।।
ପର୍ଶୁରାମ ବୀର କ୍ଷତ୍ରିୟ ପ୍ରବର
ସଙ୍ଗେ କରି ଘୋର ଯୁଦ୍ଧ
ପରଶୁ ଆଘାତ ପାଇ ଏକ ଦନ୍ତ
ନାମରେ ହେଲ ବିଖ୍ୟାତ।।
ଆଜି ତୁମ ପୂଜା ମଣ୍ଡପ ରେ ସଜା
ଦିଅ ବାରେ ଦରଶନ
ଭକ୍ତ ସମାଗମ କରନ୍ତି ପ୍ରଣାମ
ଭରି ଦିଅ ଦିବ୍ୟଜ୍ଞାନ। ।

 ରାମଚନ୍ଦ୍ର ମହାନ୍ତି

ଗଞ୍ଜାମ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସ୍ନାନ ମଣ୍ଡପରେ ଶ୍ରୀଜୀଉ

Sunil Chandra Nayak

ଆଜି ଠାରୁ ମାଁ ନାରାୟଣୀ ଠାକୁରାଣୀ ଙ୍କର ପଞ୍ଚବିଂଶତମ ଯାତ୍ରା ତଥା ରୌପ୍ୟ ଜୟନ୍ତୀ ଆରମ୍ଭ

ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧକ୍ଷ ଙ୍କୁ ଡାବୁଗାଁ ବିଜେଡି ତରଫରୁ ସ୍ଵାଗତ

Sunil Chandra Nayak

Leave a Comment

error: Content is protected !!