ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାମିଆଳ ବାମ ପାର୍ଶ୍ବ କେନାଲର 60 ଫୁଟର ଘାଇ ସୃଷ୍ଠି

ଢେଙ୍କାନାଳ:01:09:22_ କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ କୁଶବେରଣା ଛକ ଠାରେ ରାମିଆଳ ଡ୍ଯାମର ବାମ ପାର୍ଶ୍ବ କେନାଲରେ 60 ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହେବା ଫଳରେ ତଳ ପାର୍ଶ୍ବରେ ଥିବା ଡଙ୍ଗାପାଳ ଓ ଡିହଯୋଡି ପଶିର ଚାଷ ଜମିରେ ମାଟି ପୋତି ହୋଇ ଯାଇଛି।ଫଳରେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡି ବାଲିଚର ହେବାର ଦେଖିବାକୁ ମିଳିଛି । ପ୍ରକାଶ ଥାଉକି 2018 ଓ2019 ମସିହାରେ କେନାଲ ପୁନରୁଦ୍ଧାର କରିବା ପାଇଁ ADB ସହାୟତାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ କେନାଲ ଗୁଡିକ ନବୀକରଣ କରାଯାଇଥିଲା । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ କାର୍ଯ୍ଯ ନିମ୍ନ ମାନର କରାଯାଇଥିବାରୁ କେନାଲ ମାନଙ୍କରେ ଠିକ୍ ଭାବରେ ପାଣି ଚାଲୁ ନ ଥିଲା। ଫଳରେ ଚାଷୀ ମାନେ ଘୋର ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସାଇଫୋନ ପାଖରେ ଘାଇ ସୃଷ୍ଟି ହେବା କାରଣ ହେଲା ନିମ୍ନ ମାନର କାର୍ଯ୍ଯ କରାଯାଇଥିବାରୁ। ବର୍ତ୍ତମାନ କେନାଲକୁ ତୁରନ୍ତ ମରାମତି କରାନଗଲେ ଚାଷୀ ମାନଙ୍କ ଚାଷ ଜମିରେ ମରୁଡି ଜନିତ ସମସ୍ୟା ଦେଖାଯିବାର ବହୁତ୍ ସମ୍ଭାବନା ଦେଖାଯାଉଅଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ଲାଞ୍ଜିଗଡ଼ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବିଷ ଖାଇ ଯୁବକର ଆତ୍ମହତ୍ୟା

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!