ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ହେ ବିଘ୍ନେଶ

        ହେ ବିଘ୍ନେଶ 

                        ଶ୍ଯାମା ପ୍ରସାଦ୍ ବୋଷ୍ 

ହେ ବିଘ୍ନେଶ ପ୍ରଭୁ ବିଘ୍ନ ବିନାଶକ 
ବିଘ୍ନ ନାଶ କର ବାରେ 
ହେ ମଙ୍ଗଳମୟ ସଂସାର ମଙ୍ଗଳେ 
ବିଘ୍ନ ନାଶ ଧରା ପରେ । 
ବିଘ୍ନେଶ ଗଣେଶ ଗଣ ଙ୍କର ଇଶ 
ବିଘ୍ନ ବିନାଶନ ପ୍ରଭୁ 
ଜଗତର ହିତେ କଲ୍ଯାଣ କରହେ 
ଝରାଇ କୃପାର ବିଭୁ । 
ଅଗ୍ର ପୂଜ୍ଯ ପ୍ରଭୁ ବିଘ୍ନ ନାଶ ସବୁ 
ପାଇ ମହାଦେବ ବର 
ହେ ପ୍ରଭୁ ବିଘ୍ନେଶ ଗଜାନନ ବେଶ 
ବିଘ୍ନ ଯେତେ ସବୁ ହର । 
ହେ ବିଘ୍ନ ନାଶନ ପାର୍ବତୀ ନନ୍ଦନ
ଦେହ ମଳଖୁ ରୁ ଜାତ 
ମାତାଙ୍କ ଆଶିଷ ପାଇ ଜୀବନ୍ଯାସ 
ନମିଲ ଜଗତ ମାତ । 
ମାତାଙ୍କ ଆଦେଶେ ଦ୍ବାର ପାଳ ହୋଇ 
ଜଗିଲ ଗୁମ୍ଫାର ଦ୍ବାର 
ମାତାଙ୍କ ତପସ୍ୟା ତୋଷେ ଆଶୁତୋଷ 
ଆସିଲେ ପ୍ରଭୁ ସତ୍ତ୍ବର । 
ବିଘ୍ନ ବିନାଶକ ନ ଛାଡିଲ ଦ୍ବାର 
ପ୍ରଭୁ ହେଲେ କୋପଭର 
ଘୋର ରଣ କରି ମସ୍ତକ ଛେଦିଲେ 
ଶୁଣି ମାତା କ୍ରୋଧଭର ।    
କହିଲେ ପୁତ୍ର କୁ ବଞ୍ଚାଇ ଦେବାକୁ 
ଶିବ ହେଲେ ତତ ପର  
ହସ୍ତୀ ର ମସ୍ତକ ଲଗାଇଣ ସ୍କନ୍ଧେ
ଜୀବ ଦାନେ ବେଦବର । 
ଅଗ୍ର ପୂଜା ଘେନି ବିଘ୍ନ ନାଶ କରି  
ହୁଅ ବୁଦ୍ଧି ବିଦ୍ଯା ଧର 
ଶିବଙ୍କ ଆଶିଷେ ବିଘ୍ନ ବିନାଶିଲ 
ହେ ବିଘ୍ନେଶ ଗଣେଶ୍ବର ।   
ହେ ବିଘ୍ନ ନାଶନ ଆହେ ଗଜାନନ 
ସର୍ବ ବିଘ୍ନ ନାଶ କରି 
ସଂସାର ର ଭାର ଉଶ୍ବାସ ଯେ କର 
ପାସ ଅଙ୍କୁଶ ଧରି । 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ / ଥାନା :- ଗୋପ୍ , ଜିଲ୍ଲା :- ପୁରୀ

Related posts

ଜୁଲାଇ ୧ ରେ ଫିଟିବ “ବିଦ୍ୟାରାଣ” 

Sunil Chandra Nayak

ଭୂଷଣ ହତ୍ୟାକାଣ୍ଡ: ଆଉ ୨ ଜଣ କୋର୍ଟ ଚାଲାଣ

Sunil Chandra Nayak

ଲାଞ୍ଜିଗଡ଼ ବଡ଼ପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ବୈଠକ

Sunil Chandra Nayak

Leave a Comment

error: Content is protected !!