ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ଆଇନ ମହାବିଦ୍ୟାଳୟର ବାର୍ଷିକୋତ୍ସବ ” ସ୍ଲାଶ” ଉଦଘାଟିତ

ରାଉରକେଲା/ ରାଉରକେଲା ଆଇନ ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକୋତ୍ସବ “ସ୍ଲାଶ” ଆଜି ମହାବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା ଙ୍କ ସଭାପତିତ୍ବ ଓ ଛାତ୍ରସଂସଦର ସଭାପତି ସତ୍ୟଜିତ ମିଶ୍ର ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷାମନ୍ତ୍ରୀ ଇଂ ରୋହିତ ପୂଜାରୀ ମୁଖ୍ୟଅତିଥି ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ,କାର୍ଯ୍ୟକାରୀ ସଭାପତି ସଂଜୀବ କୁମାର ମହାନ୍ତି, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଭାବତୀ ଗୁରୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟକ୍ଷ ଡଃ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଆବାହକ ଶ୍ରୀ ମିଶ୍ର ମହାବିଦ୍ୟାଳୟ ପୂର୍ବରୁ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ମହାବିଦ୍ୟାଳୟ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ନାୟକ ମହାବିଦ୍ୟାଳୟ ର କାର୍ଯ୍ୟକ୍ରମ ସହ ନୟାବଜାର ଅଂଚଳରେ ଆଇନ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଆହ୍ବାନ ଦେଇଥିଲେ । ଅଧ୍ୟାପିକା ସମ୍ପାଦିକା ମହାନ୍ତି ମୁଖ୍ୟଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଇଂ ପୂଜାରୀ କହିଲେ ଯେ ରାଉରକେଲା ହେଉଛି ଭଲ ଟ୍ରେନିଂ ପଡିଆ । ମହାବିଦ୍ୟାଳୟରେ ଏଲଏଲ୍ଏମ ଓ ଇଣ୍ଟ୍ରିଗ୍ରେଟେଡ ଲ ଖୋଲିବା କୁ ଚେଷ୍ଟା କରାଯିବ। ସେହିପରି ରାଉରକେଲାର ଯେଉଁ ଋଣ ମୋ ଉପରେ ଅଛି ତାକୁ ସୁଝିବାକୁ ଚେଷ୍ଟା କରିବି। ମୋନାଲିସା ସାହୁ ଓ ଶୁଭମ ଓରାମ ଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୀତୁ ଅଗ୍ରୱାଲ ଗଣେଶ ବନ୍ଦନା ଗାନ କରିଥିବା ବେଳେ ସ୍ବାଗତିକା,ସଂଗୀତା,ଲିପ୍ସା,ଆଞ୍ଚଲ,ସୁଚିସ୍ମିତା,ରେଣୁ ପ୍ରମୁଖ ସ୍ବାଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ ପୂର୍ବରୁ କରାଯାଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ମହାବିଦ୍ୟାଳୟର ଅଧ୍ୟାପିକା ଡଃ ସମ୍ପାଦିକା ମହାନ୍ତି,ଡଃ ପ୍ରଜ୍ଞା ପରମିତା ପଣ୍ଡା,ତନ୍ମୟରାଜ ପାଢୀ, ଡଃ ଦିବ୍ୟେନ୍ଦୁକୁମାର ପଣ୍ଡା, ମନୋରଞ୍ଜନ ମହାନ୍ତି, ଆଲୁମନି ଆସୋସିଏସନ୍ ର ସଭାପତି ଡଃ ସୁମନ ଦତ୍ତ,ସାଧାରଣ ସଂପାଦକ ତ୍ରିଲୋକିନାଥ ପାଣ୍ଡେ,ବବିତା ମହାପାତ୍ର, ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ଦେବାଶିଷ ମହାନ୍ତି, ସୁରେଶ ମାଝୀ, ଗିରିଶ ମହାପାତ୍ର,ଆରତୀ ଚୌଧୁରୀ, ବିଭୁତି ଭୂଷଣ ପୁହାଣ, ସୁଜାତା ନାୟକ,ଦେବାଶିଷ ବେହେରା,ଲକ୍ଷ୍ମୀପ୍ରିୟା ସାହୁ,ଅକ୍ଷୟ ଦାଶ,ଅଜୟ ପାଣିଗ୍ରାହୀ,ନନ୍ଦକିଶୋର ମାହାତୋ,ହୃଦୟ ରଂଜନ ମହାନ୍ତି,ଆୟୁସ୍ମାନ ସାହୁ,ରାମ ବଣିଆ,ନିତ୍ୟାନନ୍ଦ ବିଶୋଇ,ଦେବକି କାରୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ଛାତ୍ରୀ ମାନଙ୍କ ମଧ୍ୟରେ ଅନିଶା,ରିଙ୍କି,ଅପର୍ଣ୍ଣା,ରିୟା,ନନ୍ଦିନୀ,ପଦ୍ମିନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଲୁମନି ସଭାପତି ଶ୍ରୀଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆତ୍ମା ପକ୍ଷରୁ ମତ୍ସ୍ୟ ଚାଷୀଙ୍କୁ ତାଲିମ ଶିବିର

Sunil Chandra Nayak

ସାହିତ୍ୟ ସ୍ରଷ୍ଟା ସ୍ବର୍ଗତ ଡମ୍ବରୁଧର ପଟ୍ଟନାୟକଙ୍କ ୫୩ତମ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!