ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛଉନୃତ୍ଯ ତାଲିମ ଅନୁଷ୍ଠାନରେ ନାମଲେଖା ସାମର୍ଥ୍ୟ ପରୀକ୍ଷା ଅନିୟମିତତା ନେଇ ବିଭିନ୍ନ ଛଉ ପ୍ରତିଷ୍ଠାନର ନୃତ୍ୟ କାର୍ଯ୍ୟକର୍ତ୍ତାଙ୍କ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର

ମୟୂରଭଞ୍ଜ – ୩/୦୯/୨୨(ମସିହା) ରାଜ୍ୟ ସରକାର ମୟୂରଭଞ୍ଜ ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟରେ ବିକାଶ,ପ୍ରଚାର, ପ୍ରସାର ପାଇଁ ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ସଂସ୍କୃତି ଭବନ ପରିସରରେ ଛଉ ନୃତ୍ୟ ତାଲିମ କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦେଇଛନ୍ତି ଯାହାକି ସବୁ ମହଲରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା ଓ ସ୍ବାଗତ କରାଯାଇଛି । ଏହି ତାଲିମ କେନ୍ଦ୍ରରେ ନାମ ଲେଖା ପାଇଁ ଅଗଷ୍ଟ ୧୬/୧୭ ତାରିଖରେ ବାରିପଦା ଜିଲ୍ଲା ସଂସ୍କୃତି ଭବନଠାରେ ତାଲିମ କେନ୍ଦ୍ର ପାଇଁ ଶିକ୍ଷା ନିଵିସ ଚୟନ କରିବା ପାଇଁ ଅନୁଷ୍ଠିତ ହୋଇଥିବା ସାମର୍ଥ୍ୟ ପରୀକ୍ଷା ଅବଲୋକନ କଲେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଅନନ୍ତ ସେଠୀଙ୍କ କାର୍ଯ୍ୟକଳାପରେ ସନ୍ଦେହ ଜନକ ସୃଷ୍ଟି ହୋଇଛି । ଏଥିରେ ରାଜ୍ୟରେ ସଂସ୍କୃତି ବିଶ୍ବବିଦ୍ୟାଳୟରେ ନାମ ଲେଖା ଭଳି ସମସ୍ତ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ଭଳି ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ନାମ ଲେଖା ପାଇଁ ବିଜ୍ଞାପନ ପ୍ରକାଶ କରାଯାଇନାହିଁ ।ଜିଲ୍ଲାରେ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଅଛି ।ସେଠାକାର ଅଧିକାରୀଙ୍କୁ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ପାଇଁ ଦେଇଥିଲେ ସମସ୍ତ ଗଣମାଧ୍ୟମରେ ଲୋକ ଲୋଚନକୁ ଆସି ପାରିଥାନ୍ତା ।ବହୁ ଯୁବ କଳାକାରମାନେ ନାମଲେଖା ପାଇଁ ଆବେଦନ କରିପାରିଥାନ୍ତେ ଓ ଯୋଗ୍ୟ ପ୍ରତିଭାଧାରୀ ଯୁବ କଳାକାର ମାନେ ତାଲିମ ପାଇଁ ଚୟନ ହୋଇ ପାରିଥାନ୍ତେ । ଅପରପକ୍ଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ସେଠୀ ତାହା ପାଳନ ନ‌କରି ଜିଲ୍ଲା ପ୍ରଶାସନ ଓ୍ବେବ ସାଇଟ୍ ରେ ଅପଲୋଡ଼ କରି ଧର୍ମକୁ ଆଖି ଠାର ଭଳି ଦାୟିତ୍ଵ ନିଭାଇ ଚୁପଚାପ୍ ବସିଗଲେ । ଜିଲ୍ଲା ପ୍ରଶାସନ ଓ୍ବେବ ସାଇଟ୍ କୁ ଶତକଡା ୯୯.୯୯ ଭାଗ କେହି ଦେଖନ୍ତି ନାହିଁ ।ଯୁବ କଳାକାରମାନେ ଏହାକୁ ଜାଣି ନ ପାରିବାରୁ ନାମଲେଖା ଆବେଦନ ଓ ଚୟନ ସାମର୍ଥ୍ୟ ପରୀକ୍ଷାରୁ ବଂଚିତ ହେଲେ ।ଯୁବ ପ୍ରତିଭା ମାନଙ୍କ ମୌଳିକ ଅଧିକାରରୁ ବଂଚିତ ହେଲେ । ଏଥିପାଇଁ ଦାୟୀ କିଏ ? ଜିଲ୍ଲା ସଂସ୍କୃତି ବିଭାଗର ଭିତିରି ଉଦେଶ୍ୟ କ’ଣ? ଜିଲ୍ଲା ସଂସ୍କୃତି ବିଭାଗର ଏଭଳି ଚରମ ଉଦାସୀନତା ପାଇଁ ବହୁ ଉଦୀୟମାନ କଳାକାରଙ୍କ ଭବିଷ୍ୟତ ନଷ୍ଟ ହୋଇଗଲା । ଦିର୍ଘ ବର୍ଷପରେ ରାଜ୍ୟ ସରକାର ଛଉନୃତ୍ଯର ସଂରକ୍ଷଣ ତଥା ପୁନର୍ବିନ୍ଯାସ ସକାଶେ ପଦକ୍ଷେପ ନେଇଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀଙ୍କ ଭିତିରି ଉଦେଶ୍ୟ ସରକାରଙ୍କ ମହତ ଯୋଜନାକୁ ପଣ୍ଡ କରି ଦେଉଥିବା ଜଣାପଡିଛି ।ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଏଭଳି ଦାୟିତ୍ବହୀନତା କାର୍ଯ୍ୟରେ ଅତିଷ୍ଠ ବାମନଘାଟୀ ଉପଖଣ୍ଡର‌ ଛଉ ବିଭିନ୍ନ ନୃତ୍ୟ ପ୍ରତିଷ୍ଠାନର ନୃତ୍ୟ ଗୁରୁମାନେ ଶନିବାର ଦିନ ରାଇରଙ୍ଗପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରି ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ କାର୍ଯ୍ୟର ତଦନ୍ତ କରି ବିହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି । ଦାବିପତ୍ର ପ୍ରଦାନରେ ବିଭିନ୍ନ ଛଉ ନୃତ୍ୟ ପ୍ରତିଷ୍ଠାନର କାର୍ଯ୍ୟକର୍ତ୍ତା ମାନେ ହେଲେ ପୁର୍ଣ୍ଣଚନ୍ଦ୍ର ମହାନ୍ତ, ରେଙ୍ଗାଲବେଡା;ଭାଗବତ ମାଝୀ,ବିକାଶ ମହାନ୍ତ,ଦୁଃଖ ମହାନ୍ତ,ସୁଦାମ ପାତ୍ର,ପୁଷ୍ପେଶ୍ବର ମହାନ୍ତ,ପୂର୍ଣ ଚନ୍ଦ୍ର ମହାନ୍ତ ,ବାଦଡା;ସତ୍ଯନାଥ ମହାନ୍ତ,ତୁଷାର ଚନ୍ଦ୍ର ମହାନ୍ତ,ସୁନ୍ଦର ମୋହନ ପାତ୍ର,ଭୈରବ ଚନ୍ଦ୍ର ମହାନ୍ତ,ବିରୋଧ ମହାନ୍ତ, ଜୟନ୍ତ ମହାନ୍ତ,ଲଛମନ ମହାକୁଡ଼ ପ୍ରମୁଖ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଖଡିଆଳ ସରସତୀ ବିଦ୍ୟାମନ୍ଦିର କୁ ବିଧାୟକ ଙ୍କ ପରିଦର୍ଶନ

ପ୍ରେମଲତା ଙ୍କ କବିତା ଦୀପାବଳୀ

Sunil Chandra Nayak

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପୋଷ୍ୟ ସାଂସଦ ଆଦର୍ଶ ପଞ୍ଚାୟତ ଶଗଡା ଗସ୍ତ

Sunil Chandra Nayak

Leave a Comment

error: Content is protected !!