ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜିଲ୍ଲା ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍ ଘାଟ

ନବରଙ୍ଗପୁର ତା ୦୩/୦୯ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଉମରକୋଟ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ପୌରପାଳିକା ଅଧକ୍ଷ କୁନୁ ନାୟକ, ଡକ୍ଟର ରାଧାନାଥ ବେହେରା, ବିଜୟ କୁମାର ଚୌଧୁରୀ, ମନୋରମା ମାଝୀ ଯୋଗଦେଇ ପବିତ୍ର ଗଣ ପର୍ବ ନୂଆଁଖାଇ ପାଳନ ର ମହତ ଉଦ୍ଦେଶ୍ୟ ଓ ପରମ୍ପରା ସଂପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀ ପ୍ରଧାନୀ ତାଙ୍କ ଅଭିଭାଷଣ ରେ ପବିତ୍ର ଭାଇଚାରା ସମ୍ପର୍କର ଗଣ ପର୍ବ ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାର ସୀମିତ ହୋଇ ରହିନାହିଁ ଓଡ଼ିଶାର କୋଣ ଅନୁକୋଣରେ ପାଳନକରା ଯାଉଛି। ଭାଇଚାରା ସମ୍ପର୍କକୁ ବଜାୟ ରଖିବାର ଏହା ଏକ ବଡ଼ ପର୍ବ ବୋଲି କହି ସମସ୍ତ ଙ୍କୁ ନୂଆଁଖାଇ ଜୁହାର ସହିତ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଅଭିଭାଷଣ ରେ ନୂଆଁଖାଇ ପର୍ବ ପାଳନ ର ପରମ୍ପରା ସଂପର୍କରେ ଆଲୋକପାତ କରି ବର୍ଷ ଜାକର ପାରିବାରିକ ତଥା ସାମାଜିକ ବାଦବିବାଦ ର ଅବସାନ ନୂଆଁଖାଇ ପର୍ବ ରେ ହୋଇ ଥାଏ। ସମସ୍ତେ ଭେଦ ଭାବ ଭୁଲି ଏକତ୍ର ହୋଇ ଏହି ଅବସରରେ ଭାଇଚାରା ସମ୍ପର୍କ କୁ ବଜାଇ ରଖିଥାନ୍ତି ବୋଲି କହିଥିଲେ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ତାଙ୍କ ଅଭିଭାଷଣ ରେ ନୂଆଁଖାଇ ହେଉଛି ଏକ ପବିତ୍ର ଗଣ ପର୍ବ।ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଭାଇଚାରା ସଂପର୍କ କୁ ଏକତାର ଡୋରୀରେ ବାନ୍ଦି ରଖିବାର ଏବଂ ସସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖିବା ର ଏକ ବଡ଼ ପର୍ବ, ଆମ ସଂସ୍କୃତି ହିଁ ଆମ ପରିଚୟ ଆମ କଳା, ସଂସ୍କୃତି କୁ କିପରି ବଞ୍ଚାଇ ରଖିବା ତା ଉପରେ ଆଲୋକାତ କରିଥିଲେ। ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନୀଅଲ୍ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ସ୍ବାଗତ ଭାଷଣ ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। ଏହି ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ଭିଜିଲାନ୍ସ ସଚେତନତା ଶୋଭାଯାତ୍ରା ଓ ସଭା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ମଟରସାଇକେଲ ଦୁର୍ଘଟଣାରେ ଦୁଇ ଶଢୁ ଭାଇଙ୍କ ମୃତ୍ୟୁ

Leave a Comment

error: Content is protected !!