ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ମଦା ନାୟକ ଙ୍କ କବିତା ନୂଆଖାଇ

ନୂଆଖାଇ

ଭଦ୍ରଵମାସରେ ସବୁଜ ଧାନକ୍ଷେତେ ଲହର
ଉଲ୍ଲସିତ ଚାଷୀଭାଇର ମନେ ଆନନ୍ଦଝର ll 
ଉତ୍ପାଦିତ ନବଫସଲେ  ନଇବେଦ୍ୟ ପ୍ରସ୍ତୁତ
ଇଷ୍ଟ ଦେଵାଦେବୀମାନଙ୍କୁ କ୍ଷୀରୀ ପିଠା ଅର୍ପିତ ll 
କୃଷିସମ୍ବନ୍ଧିତ ପରବେ ଚଞ୍ଚଳ ପଲ୍ଲୀଭୂଇଁ
ଦୂର ପରବାସୁଆସନ୍ତି କର୍ମଜିବୀ ଯେଧାଇଁ ll 
ସ୍ନେହମୟୀ ମାତା ଅଥବା ସୁହାଗିନୀ ଘରଣୀ
ଅଲିଅଳୀ ଭଗ୍ନୀ ପରାୟେ ନୂଆଖାଇ ଆସଇ ll 
ଉଦାସ ହୃଦରେ ବହଇ ସତେ ଆନନ୍ଦ ଗଙ୍ଗା
ନିରାଶାତିମିରେ ଜାଳଇ ଆଶା ଆଲୋକ ଶିଖା ll 
ପଶ୍ଚିମ ଓଡିଶା ପାଳଇ ଗଣ ପରବ ରୂପେ
ସ୍ଥାନ ବିଶେଷରେ ପାଳନେ ଭିନ୍ନ ଭିନ୍ନ ଢାଞ୍ଚାରେ ll 
ସଂସ୍କୃତି ସମ୍ପନ୍ନ ରାଇଜେ ପରମ୍ପରା ଅକ୍ଷୁର୍ଣ୍ଣେ
ଉତ୍କଳୀୟ ଜନ ଜୀବନେ ପରବର ପାଳନେ ll
ଆତ୍ମୀୟ ସ୍ୱଜନ ସମେତ ପ୍ରତିବେଶୀ ଗହଣେ 
ନବାନ୍ନ ଭକ୍ଷଣେ ଭୂଲନ୍ତି ମନାନ୍ତର ସକଳେ ll
ଢୋଲ ମାଦଳର ତାନରେ ଦାସକାଟିଆ ପାଲା 
ଆନନ୍ଦେ ହଜନ୍ତି ସକଳେ ହୃଦେ ଉଲ୍ଲାସ ଭରା ll 
ଗୃହେ ମୁଖିଆଙ୍କୁ କରାନ୍ତି  ପ୍ରଥମରେଭୋଜନ 
ଲଘୁଜନେ ଦେଇ ଆଶୀଷ ଗୁରୁଜନେ ପ୍ରଣାମ ll 
ନୂଆଖାଇବୁଣେ ସୁଫଳା ବୀଜ ଭାଇ ଚାରାର  
ଶାନ୍ତି ମୈତ୍ରୀ ସଦ ଭାବନା ପ୍ଲାବନରେ ଅନ୍ତର ll 

ନର୍ମଦା ନାୟକ

ରାଉରକେଲା ସୁନ୍ଦରଗଡ଼

Related posts

ଡାକ୍ତରକୁ ମାଡ଼ ଘଟଣା , ଥାନାରେ ଏତଲା

Sunil Chandra Nayak

ମାନ ଗୋବିନ୍ଦ ସ୍ୱାଇଁ ଙ୍କ କବିତା ଯୌବନ

ଜୟ କୁମାର ମିଶ୍ର ଙ୍କ କବିତା – ସ୍ୱାର୍ଥପର

Sunil Chandra Nayak

Leave a Comment

error: Content is protected !!