ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରିଚୟ ପତ୍ର ବଣ୍ଟନ କଲା ବରିଷ୍ଠ ନାଗରିକ ମଞ୍ଚ

ବାଲେଶ୍ଵର,୨୭/୮/୨୨- ବରିଷ୍ଠ ନାଗରିକ ମଞ୍ଚ ଖଇରା, ବାଲେଶ୍ଵର ଦ୍ବାରା ବରିଷ୍ଠ ମାନଙ୍କୁ ପରିଚୟ ପତ୍ର ବଣ୍ଟନ ହୋଇଯାଇଛି । ଏହି ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ସ୍ଥିତ ମା ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ମଞ୍ଚର ସଭାପତି ଶରତ ଚନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମା ଅମ୍ବିକା ଉଦାସୀନ ଆଶ୍ରମର ମହନ୍ତ ବାବା ଶୁଭେନ୍ଦୁ ମୁନି ଉଦାସୀନ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ । ମଞ୍ଚର ସମ୍ପାଦକ ମୁକ୍ତିକାନ୍ତ ଶତପଥୀ, ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ଏବଂ ନାରାୟଣ ପେଡା ମଞ୍ଚାସୀନ ହୋଇଥିଲେ । ପ୍ରଥମେ ପଣ୍ଡିତ ଶ୍ରୀଯୁକ୍ତ ପତ୍ରୀ ଗୀତା ପାଠ କରିଥିଲେ । ପରେ ମୁଖ୍ୟ ଅତିଥି ଆଶ୍ରମର ମହନ୍ତ ବାବା ଶୁଭେନ୍ଦୁ ମୁନି ଉଦାସୀନ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବାବାଙ୍କ ଉପାଦେୟ ମୂଳକ ବକ୍ତବ୍ୟ ସମସ୍ତଙ୍କ ପାଇଁ ଖୁବ୍ ଶିକ୍ଷଣୀୟ ଥିଲା । ପରେପରେ ମୁଖ୍ୟ ଅତିଥି କେତେଜଣ ବରିଷ୍ଠ ନାଗରିକଙ୍କୁ ମଞ୍ଚ ତରଫରୁ ପ୍ରସ୍ତୁତ ହୋଇଥିବା ପରିଚୟ ପତ୍ର ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ପେଡା ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ ।  ଏଥିରେ ଲକ୍ଷ୍ମୀକାନ୍ତ ମହାପାତ୍ର, ମାୟାଧର ନାୟକ, କୈଳାସ ପୃଷ୍ଟି, ବୁଦ୍ଧିରାମ ପାଣିଗ୍ରାହୀ, ଅଭିରାମ ମହାପାତ୍ର, ଉପେନ୍ଦ୍ର ପ୍ରସାଦ ଦାସ, ଦେବେନ୍ଦ୍ର କୁମାର ରାଉତ, ଜଗତାନନ୍ଦ ମହାପାତ୍ର, ରଘୁନାଥ ପତ୍ରୀ, ଉମେଶ ଚନ୍ଦ୍ର ମହାନ୍ତି, ଅନ୍ତର୍ଯ୍ୟାମୀ ପାତ୍ର ଓ ପ୍ରହଲ୍ଲାଦ ବେହେରାଙ୍କ ସମେତ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଚଳିତ ବର୍ଷ ଅକ୍ଟୋବର ମାସ ୧ ତାରିଖରେ ବରିଷ୍ଠ ନାଗରିକ ଦିବସ ପାଳନ ନେଇ ପ୍ରସ୍ତୁତି ଓ ପୁସ୍ତିକା ପ୍ରକାଶନ ବିଷୟରେ ଉକ୍ତ ସଭାରେ ଆଲୋଚନା ହୋଇଥିଲା । ମଞ୍ଚର କୋଷାଧ୍ୟକ୍ଷ ଅନାମ ଚରଣ ପଣ୍ଡା ଆରମ୍ଭରୁ ପ୍ରସାଦ ସେବନ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିବାରୁ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

 

Related posts

ଅପର୍ତ୍ତି ସେଠୀ ଙ୍କ କବିତା    ମୁଁ ସମୟ

Sunil Chandra Nayak

କଣ୍ଟାଗାଁ ଡକାୟତି ମାମଲା :ଚୋରି ହୋଇଥିବା ମୋବାଇଲ ଖଣ୍ଡା ଓ ଅପରାଧ ରେ ବ୍ୟବହୃତ ଗାଡି ସହ ଚାରି ଗିରଫ ଓ କୋର୍ଟ ଚାଲାଣ

Sunil Chandra Nayak

କର୍ଲାପାଟ – ବିଦ୍ୟୁତ ବିଭାଗ ର ଖେଳ ଉପଭକ୍ତା ଙ୍କ କାଳ

Sunil Chandra Nayak

Leave a Comment

error: Content is protected !!