ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀକା ସବିତା ବେହେରା ଏବଂ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ  ଙ୍କ  ପ୍ରଚେଷ୍ଟା ରେ କିଡନୀ ରୋଗୀ ଗୋବିନ୍ଦ ସିଂହ ଙ୍କ ମୁହଁରେ ହସ ଫୁଟିଲା 

କାମାକ୍ଷାନଗର 27/8/22_BHRC ର ମହାପ୍ରଭାବ, bhrc ଟ୍ୟୁଇଟ ଅବଗତ  ପରେ ପ୍ରଶାସନ ହେଲେ ତତ୍ପର ,ସୁସ୍ଥ ହୋଇ ଘରକୁ ଫେରିଲେ ଗୋବିନ୍ଦ ।ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଂଚାୟତ କୀର୍ତ୍ତନ ପୁର ଗ୍ରାମର ବାପା ମା ଛେଉଣ୍ଡ ଗୋବିନ୍ଦ ଚନ୍ଦ୍ର ସିଂ (23) କୀଡୀନି ରୋଗରେ ଆକ୍ରାନ୍ତ ହୋଇ ଥିଲେ ପରିବାର ରେ ଏକମାତ୍ର ରୋଜଗାର କ୍ଷମ ପୁଅ l ଗୋଟିଏ ପଟେ ପରିବାର ର ବୋଝ ଅନ୍ୟ ପଟେ ଅସାଧ୍ୟ୍ୟ ରୋଗ, ଗୋବିନ୍ଦ ଏଥିରେ କରିବେ ବା କଣ? ଅସହାୟ ଗୋବିନ୍ଦ ବହୁ ବାର ପ୍ରଶାସନ ଓ ନେତା ମନ୍ତ୍ରୀ ଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ l   ଏ ନେଇ ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ଟ୍ୱଇଟ  ଅବଗତ ପରେ ପ୍ରଶାସନ ତତ୍ପର ହୋଇଥିଲା, ଓ ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୋବିନ୍ଦ ଙ୍କୁ 22ତାରିଖ ଦିନ କଟକ ବଡ ଡାକ୍ତରଖାନା କୁ ପଠାଇଥିଲେ  l ଗୋବିନ୍ଦ ଙ୍କ କିପରି ଉତ୍ତମ ଚିକିତ୍ସା ହେବ ସେ ବିଷୟରେ କଟକ ର ସମାଜ ସେବୀକା ସବିତା ବେହେରା ଓ ଦୁଃଖବନ୍ଧୁ ବିଶ୍ଵାଳ ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ l ଏବଂ ପ୍ରଥମ ଦିନରୁ ସମାଜ ସେବୀକା ସବିତା ବେହେରା ସମସ୍ତ ଦାୟିତ୍ୱ ନେଇ  ଗୋବିନ୍ଦ ଙ୍କ ର ସେବା କରିଆସୁଥିଲେ । ସେଠାରେ ସେ ସୁସ୍ଥ ହେବା ପରେ ଆଜି 26/8 ତାରିଖ ଦିନ ଡକ୍ଟର ଗୋବିନ୍ଦ ଙ୍କୁ  discharge କରିଛନ୍ତି , ଏବଂ ପୁଣିଥରେ ଗୋବିନ୍ଦ ପ୍ରତ୍ୟେକ ୧୫ଦିନକୁ ଥରେ ଚେକ୍ ଅପ୍ କରିବା ପାଇଁ ବଡ ମେଡ଼ିକାଲ କୁ ଯିବେ , ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଗୋବିନ୍ଦ , ଗୋବିନ୍ଦ ଏବଂ ତାଙ୍କ ଜେଜେମା ମୁହଁରେ ହସ ଫୁଟିଲା ,   ପ୍ରଥମ ଦିନରୁ   BHRC ର କାର୍ଯ୍ୟରତ ସଭାପତି ଦୁଃଖବନ୍ଧୁ ବିଶ୍ଵାଳ ସୋସିଆଲ ମିଡ଼ିଆ ରେ ଗୋବିନ୍ଦ ଙ୍କ ପାଇଁ ସହାୟତା ମାଗିବା ପରେ ଗୋବିନ୍ଦ ଙ୍କ ବ୍ୟାଙ୍କ ଆକାଉଣ୍ଟ କୁ 5000 ଟଙ୍କା ର ସହାୟତା ରାଶି ଆସିଥିଲା  , ଗୋବିନ୍ଦ ଙ୍କ ଗାଁ ରୁ କଟକ ଯେହେତୁ ଦୂର ରାସ୍ତା ଗାଡ଼ି ଭଡା ଯିବା ଆସିବା  ଖାଇବା ପାଇଁ ଅର୍ଥ ଅଭାବ ରହୁଛି l ଜେଜେମା ଙ୍କୁ 90 ବୟସ ହେଲାଣି ଏ ପର୍ଯ୍ୟନ୍ତ ଭତ୍ତା ମିଳୁନାହିଁ ,ସେଥିପାଇଁ  ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ପ୍ରଶାସନ ଙ୍କୁ ଅବଗତ କରାଇଛନ୍ତି ତାଙ୍କ ଜେଜେମା ଙ୍କୁ ଭତ୍ତା ଦେବା ସହିତ  ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା କରାଯାଉ , ଏଠି ପ୍ରଶ୍ନ ଉଠୁଛି ନିର୍ବାଚନ ସମୟ ରେ ସମସ୍ତ ଙ୍କୁ ଆଶ୍ୱାସନା ଓ ବାହାସ୍ପଟ ମାରୁଥିବା ନେତା ମନ୍ତ୍ରୀ ଗରିବ ଗୁରୁବାଙ୍କ ଠାରୁ ଭୋଟ ନେଇ ତାଙ୍କ ମୁହଁ ଙ୍କୁ ଚାହୁଁନଥିବା ବେଳେ ସମାଜସେବୀ ମାନେ ଆଗକୁ ଆସି ସେମାନଙ୍କୁ ସାହାଯ୍ୟ କରୁଛନ୍ତି l  ଗୋବିନ୍ଦ ଏବଂ ତାଙ୍କ ଜେଜେମା ମୁହଁରେ ଯେଉଁ ହସ ଦେଖୁଛନ୍ତି । ବିଶିଷ୍ଠ ସମାଜ ସେବୀକା ସବିତା ବେହେରା ଙ୍କ ପାଇଁ  ସମ୍ଭବ ହୋଇ ପାରିଲା,  ସମାଜସେବୀକା  ସବିତା ବେହେରା ଏବଂ ବିଚ୍ ଆର୍ ସି , ଓ ଦୁଃଖବନ୍ଧୁ ବିଶ୍ଵାଳ ଙ୍କ ଏପରି ସହଯୋଗ ଦେଖି ଗୋବିନ୍ଦ ଏବଂ ତାଙ୍କ ଜେଜେମା ଧନ୍ୟବାଦ ଜଣାଇଛନ୍ତି ।ଯଦି କୌଣସି ସହୃଦୟ ବ୍ୟକ୍ତି ସହଯୋଗ କରିବେ ଗୋବିନ୍ଦ ସିଂହ ଙ୍କ Contact No -8260004380  .7328867882/Gogole pay8658000184   ନମ୍ବର ରେ ସାହାର୍ଯ୍ୟ ଓ ଯୋଗାଯୋଗ କରିବା କୁ ନିବେଦନ କରିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ସହିତ ପ୍ରହଲ୍ଲାଦ ମୁଦୁଲି ରିପୋର୍ଟ୍।

 

Related posts

କବିତା – ନଦୀ ଓ ବଟ ବୃକ୍ଷ

Sunil Chandra Nayak

ଶହ ଶହ ଏକର ଜମି ଜଳମଗ୍ନ, ବ୍ଳକ ରେ ନାହିଁ ବନ୍ୟା ଆଶ୍ରୟ ସ୍ଥଳୀ

Sunil Chandra Nayak

ଉଦିତନଗର ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!