ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

     କଳଙ୍କ 

କଳଙ୍କର ଟିକା ମଥାରେ ଲଗାଇ
କଳଙ୍କିତ ଆଜି ମୁହିଁ
ତୁମେ କି ବୁଝିବ କଳଙ୍କର ଦୁଃଖ
ଭୋଗୁଛି ମୁଁ କାହାପାଇଁ
ଶରୀରଟା ସିନା କଳଙ୍କିତ ହେଲା
ହୃଦୟେ କଳଙ୍କ ନାହିଁ 
କଳଙ୍କର ଟିକା …………..୧ 
ପ୍ରୀତିର କଳଙ୍କ ଲିଭୁନି ମଥାରୁ
ତୁମ ସାଥେ ଭାବରଖି
ନିରୀହ ନିସ୍ପାପ ଜୀବନ ମୋହର
ପାରୁନାହିଁ ତାକୁ ଦେଖି 
ସହି ମୁଁ ପାରୁନି କଳଙ୍କର ବୋଝ
ରହିଛି ତୁମକୁ ଚାହିଁ
କଳଙ୍କର ଟିକା …………..୨ 
ତୁମ ବିନା କିଏ ଲିଭାଇ ପାରିବ
ମଥାର କଳଙ୍କ ମୋର
ଶତ ଚେଷ୍ଟା କରି ବିଫଳ ହେଲେବି
ଭାଙ୍ଗି ନାହିଁ ଆଶା ମୋର
ହୃଦୟ ଭିତରୁ ତୁମେ ପରା କୁହ
କଳଙ୍କ ଲାଗିବ ନାହିଁ 
କଳଙ୍କର ଟିକା ମଥାରେ ଲଗାଇ
କଳଙ୍କିତ ଆଜି ମୁହିଁ…………..୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଉଦ୍ୟୋଗ ବିକାଶ ଶିବିର ଉଦଯାପିତ

ମହାସ୍ମୀତା ଓଝା ଙ୍କ କବିତା ଜୟ ଜଗନ୍ନାଥ ଜୟ

Sunil Chandra Nayak

ଧର୍ମଗଡ ରେ ନାଗବମ୍ ଶିବ ଭକ୍ତ

Sunil Chandra Nayak

Leave a Comment

error: Content is protected !!