ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇସ୍ପାତ ନଗରୀରେ ଧୂମଧାମ ଓ ଭକ୍ତି ତଥା ଶ୍ରଦ୍ଧାରେ ପାଳିତ ହେଲା ଗୁରୁଦିବସ

ରାଉରକେଲା/ ସୁନାଫୁଲ ସାହିତ୍ୟ ସଂସଦ:- ସୁନାଫୁଲ ସାହିତ୍ୟ ସଂସଦ ତରଫରୁ ଛେଣ୍ଡ ଧାମରା ସଂଘ ଠାରେ ଗୁରୁଦିବସ ପାଳନ ଅବସରରେ ଆଦର୍ଶ ଗୁରୁ ଗୌରବ ସମ୍ମାନ ପର୍ବ ପାଳିତ ହୋଇଯାଇଛି ।ସଂସଦର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ବ ଓ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବ ତଥା ନିରୁପମା ପତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିମ୍ସର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉଦଘାଟକ ଓ ରାଜକୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀଙ୍କୁ ଆଦର୍ଶ ଗୁରୁ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତି ତଥା ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଗୁରୁ ହେଉଛନ୍ତି ଅନ୍ଧାରରୁ ଆଲୋକକୁ ପଥ ଦେଖାଇବା।ସଂପ୍ରତି ପରିବାର ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି । ଶିକ୍ଷା ହେଉଛି ମହାନ ଯୁଦ୍ଧ । ଏଣୁ ଶିକ୍ଷା ପ୍ରତି ସମସ୍ତଙ୍କ ର ପ୍ରତିବଦ୍ଧତା ରହିବା ଦରକାର । ଭାରତ ଭୋଗର ଦେଶ ନୁହେଁ ତ୍ୟାଗ ର ଦେଶ ।ଏହା ସହ ସୁକ୍ଷ୍ମ ଗୁରୁ ଓ ସ୍ଥୁଳ ଗୁରୁ ସଂପର୍କରେ ଆଲୋଚନା କରିଥିଲେ । ସୁମିତ୍ରା ମିଶ୍ର ମାନପତ୍ର ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଚିତ୍ତରଞ୍ଜନ ବ୍ରହ୍ମାଙ୍କ ସଭାପତିତ୍ବରେ କବି କୁଞ୍ଜବିହାରୀ ରାଉତ ଓ ଗୌତମ ଦାସ ଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ ରେ ଗୀତାରାଣୀ ବେହେରା, ପ୍ରଫୁଲ୍ଲ ସାମଲ,ଅକ୍ଷୟ ଧଳ,ମିତା ପ୍ରଧାନ, ରଶ୍ମିବାଳା ରାଉତରାୟ, ମଞ୍ଜୁଳା ରଥ, ସୁଶ୍ରୀ ସଂଗୀତା ଦାଶ,ହରିହର ବେହେରା,ଡଲିରାଣୀ ବ୍ରହ୍ମା,ମମତା ଜେନା, ସୁମିତ୍ରା ମିଶ୍ର, ନିରଞ୍ଜନ କରଣ, ବିଜୟିନୀ ଜେନା, ନିରୁପମା ପତି, ବିଜୟ ସାହୁ,ସୁଶାନ୍ତ କୁମାର ନାୟକ,କୁଞ୍ଜବିହାରୀ ରାଉତ ପ୍ରମୁଖ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସ୍ନେହଲତା ନାୟକ ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ସଭାପତି ସଭାପତିତ୍ବ ଅଭିଭାଷଣ ସହ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ।ଉପଦେଷ୍ଟା ଅନିଲ କୁମାର ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ରମେଶ ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ସୁନିଲ୍ ମହାନ୍ତି ଙ୍କ ସମେତ ବହୁ ବୁଦ୍ଧିଜୀବୀ ସାହିତ୍ୟିକ କବି ଯୋଗ ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍

Related posts

ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତି ଉଦ୍‌ଘାଟନ ଆଜି

Sunil Chandra Nayak

କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ ର ସାମ୍ବିଧାନିକ ସମ୍ମିଳନୀ ଓ ସାଂଗଠାନିକ ନିର୍ବାଚନ 

Sunil Chandra Nayak

ସପ୍ତଶଯ୍ୟା ଠାରେ ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ ଓ ଶୌଚାଳୟ ଲୋକାର୍ପିତ

Leave a Comment

error: Content is protected !!