ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିନେ ମାଓ ନୀତିରେ ଅନୁପ୍ରାଣିତ ହୋଇ ହାତରେ ବନ୍ଧୁକ ଧରି ହାର୍ଡକୋର ମାଓବାଦୀ ସାଜିଥିଲେ , ଏବେ ସେମାନେ ସାଜିଛନ୍ତି ଜୀବନ ସାଥୀ

ନୂଆପଡ଼ା : ଦିନେ ମାଓ ନୀତିରେ ଅନୁପ୍ରାଣିତ ହୋଇ ହାତରେ ବନ୍ଧୁକ ଧରି ହାର୍ଡକୋର ମାଓବାଦୀ ସାଜିଥିଲେ । ଅନେକ ହିଂସା ଘଟାଇ ପୁଲିସ ଟାର୍ଗେଟରେ ଥିଲେ । ଏବେ ସେମାନେ ସାଜିଛନ୍ତି ଜୀବନ ସାଥୀ । ନିଜେ ପୁଲିସ ପ୍ରଶାସନ ଉଭୟ ମାଓ ଦମ୍ପତିଙ୍କ ବିବାହ ଉତ୍ସବ ଆୟୋଜନ କରିଛନ୍ତି । ମାଓ ଆଦର୍ଶ ଓ ଅସ୍ତ୍ରକୁ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଏହି ଦୁଇ ମାଓବାଦୀ ହେଲେ ଡାଲମତୀ କମାର ଓ ରାହୁଲ ମୁସାକି। ଗତ ୨୦୧୬-୧୭ରେ ନୂଆପଡା ଜିଲ୍ଲା ସିନାପାଲି ଥାନା କୁନ୍ଦେନଝରିଆ ଗାଁର ଡାଲମତୀ କମାର ଓରଫ୍ ମାଧୁରୀ ମୈନପୁର ମାଓବାଦୀ ଡିଭିଜନରେ ଯୋଗଦାନ କରିଥିଲେ। କିନ୍ତୁ ସେଠାରେ ନିର୍ଯାତନା ସହି ନ ପାରି ୨୦୧୮ ନଭେମ୍ବର ୧୩ ରେ ତତ୍କାଳୀନ ନୂଆପଡ଼ା ଏସପି ସ୍ମିତ ପରମାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିପରି ୨୦୨୧ ସେପ୍ଟେମ୍ବର ମାସରେ ଛତିଶଗଡର ରାଜ୍ୟ ସୁକମା ଅଞ୍ଚଳର ରାହୁଲ ମୁସାକି ଓରଫ ପିଣ୍ଟୁ କନ୍ଧମାଲ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ସେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼(କେକେବିଏନ) ମାଓ ସଂଗଠନରେ କାମ କରୁଥିଲେ।ସେମାନଙ୍କ ନାମରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ହେଲେ ମାଓ ରାସ୍ତା ଛାଡ଼ିବା ପରେ ଦୁହେଁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ସହ ପରସ୍ପରର ହାତ ଧରିବାକୁ ସ୍ଥିର କରିଥିଲେ । ସେମାନଙ୍କର ଏହି ନିଷ୍ପତ୍ତିକୁ ରୂପ ଦେବା ନିମନ୍ତେ ନୂଆପଡ଼ା ଜିଲ୍ଲା ପୁଲିସ ଉଦ୍ୟମ କରିଥିଲା । ଦୁହେଁ ବୁଧବାର ଧୁମଧାମ୍‌ରେ ବାହା ହେଉଛନ୍ତି । ପୁଲିସ ବିବାହ ଉତ୍ସବ ଆୟୋଜନ କରୁଛି। ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ବରଙ୍କ ପିତା ହୋଇଥିବା ବେଳେ ଜୋଙ୍କ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ କନ୍ୟା ଦାନ କରିଛନ୍ତି । ଦକ୍ଷିଣ- ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଯୋଗଦେଇ ନବଦମ୍ପତ୍ତିଙ୍କୁ ଶୁଭାଶିର୍ବାଦ କରିଛନ୍ତି । ଏହା ଅଲୋଚନାର ବିଷୟ ହୋଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ ବହର୍‌ କଥାପଦେ

Sunil Chandra Nayak

ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କାହିଁକି ଏମିତି କରେ

Sunil Chandra Nayak

Leave a Comment

error: Content is protected !!