ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱନାଥପୁରରେ ମନ ମୋହିବ ମୂର୍ତ୍ତି, ମେଢ ଓ ମଣ୍ଡପ , ରାମଚନ୍ଦ୍ରପୁରରେ ମୁଖ୍ୟ ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମ

ଶେଷ ହେଲା ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଲାଞ୍ଜିଗଡ,(ମ.ନି.ସ)-  ଶାରଦୀୟ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଏହାକୁ ସରସ ସୁନ୍ଦର କରିବା ପାଇଁ ଆଜି ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ସ୍ଥିତ ଦୁର୍ଗା ମଣ୍ଡପ ପଡିଆଠାରେ ଦୁର୍ଗାପୂଜା ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ବ୍ଲକ କଂଗ୍ରେସ ସଭାପତି ହରିହର କୁମାର, ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବରିଷ୍ଠ ନାଗରିକ ବଳରାମ ବେହେରା, ବନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସାର୍ବଜନୀନ ଦୁର୍ଗାପୂଜା ପାଇଁ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ମନୋରଞ୍ଜନ ବିଶି, ଉପସଭାପତି ଭାବେ ଅଚ୍ୟୁତାନନ୍ଦ ଘଡେଇ, ସଂପାଦକ ଭାବେ ହରିହର କୁମାର, ଯୁଗ୍ମ ସଂପାଦକ ଭାବେ ଧବଳେଶ୍ୱର ଠେଲା, କୋଷାଧ୍ୟକ୍ଷ ଭାବେ ତରୁଣ କୁମାର ଦାସ, ଉପ କୋଷାଧ୍ୟକ୍ଷ ଭାବେ ତାପସରଞ୍ଜନ ଦଳେଇ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଚଳିତ ବର୍ଷ ଆକର୍ଷଣୀୟ ମୂର୍ତ୍ତି, ମେଢ ଓ ମଣ୍ଡପ ତଥା ସାଜସଜ୍ଜା ଉପରେ କମିଟି ଗୁରୁତ୍ୱ ଦେବ ତଥା ଏହାର ପୂର୍ବ ବର୍ଷଗୁଡିକର ରେକର୍ଡ କାୟମ ରଖିବାକୁ ଉଦ୍ୟମ କରାଯିବ ବୋଲି କମିଟି ସୂତ୍ôରୁ ଜଣାପଡିଛି । ସେହିପରି ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ରାମଚନ୍ଦ୍ରପୁରଠାରେ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଚକ୍ରଧର ପଣ୍ଡା, ଦୁର୍ଗାପୂଜା କମିଟିର ସଭାପତି ପିଣ୍ଟୁ ପତି, ସଦସ୍ୟ କିରଣ କୁମାର ମାଝୀ, ସୁଶୀଲ କୁମାର ବାଗ, ଦନାର ପୁଟେଲ, ତାତେଶ୍ୱର ଗଉଡ, ଜଗନ୍ନାଥ ପଣ୍ଡା, ଅକ୍ଷୟ ସାହୁ, ହୃଷିକେଶ ବଗର୍ତ୍ତି, ତୀର୍ଥ ଗହୀର, ବିକ୍ରମ ଛତ୍ରିଆ, ନନ୍ଦ ପୁଟେଲ, ଦୀନ ମାଝୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ରାମଚନ୍ଦ୍ରପୁର ଦୁର୍ଗାପୂଜାକୁ ଆକର୍ଷଣୀୟ କରିବା ପାଇଁ କମିଟି ନିଷ୍ପତ୍ତି ନେଇଥିବାବେଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଏଥର ମୁଖ୍ୟ ଆକର୍ଷଣ ପାଲଟିବ ବୋଲି କମିଟି ସୂତ୍ରରୁ ଜଣାପଡିଛି ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଜଣା ଅଜଣା… ହଜାରେ ବର୍ଷ ବଞ୍ଚୁଥିବା ଉଦ୍ଭିଦ

Sunil Chandra Nayak

ସରକାରୀ ଜମି ଜବର ଦଖଲ କୁ ନେଇ ବିବାଦ

Sunil Chandra Nayak

ପଦ୍ମଲୋଚନ ମିଶ୍ର ରୋଗୀ କଲ୍ୟାଣ ସମିତି ସାଂସଦ ପ୍ରତିନିଧି ନିଯୁକ୍ତ 

Sunil Chandra Nayak

Leave a Comment

error: Content is protected !!