ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଲେଇଶିଳା ପ୍ରାଥମିକ ବିଦ୍ୟାଳୟରେ ‘ଆମେ ଦିଵ୍ଯାଙ୍ଗ ନୁହଁ,ଆମେ ସବଳ’ନେଇ କର୍ମଶାଳା

ମୟୂରଭଞ୍ଜ -୦୮/୦୯/୨୦୨୨(ମସିହା)  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ କୁଲେଇଶିଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଦୁଇଟି ଆଂଚଳିକ ସାଧନ କେନ୍ଦ୍ରର ପ୍ରଧାନ ଶିକ୍ଷକ, ଅଭିଭାବକ,ଦିଵ୍ଯାଙ୍ଗ ଛାତ୍ରଛାତ୍ରୀ ମାନଙ୍କର ମିଳିତ ଏକ ଦିବସୀୟ ଦିବ୍ଯାଙ୍ଗ ପ୍ରଶିକ୍ଷଣ ଆଜି ଅନୁଷ୍ଠିତ ହୋଇଯାଇଛି ।ଦିଵ୍ଯାଙ୍ଗ ମାନେ ଭଗବାନଙ୍କର ସନ୍ତାନ । ସେମାନେ ଆଉ ଅବହେଳିତ,ଅଲୋଡା ଓ ଅଣଦେଖା କରା ଯାଇପାରିବ ନାହିଁ । ସେମାନଙ୍କ ପାଇଁ ସରକାର ବହୁବିଧ ଯୋଜନା କରିଛନ୍ତି । ଭବିଷ୍ୟତରେ ସେମାନେ ନିଜ କାମ ନିଜେ କରିବା ସହ ପରିବାରର ଏବଂ ସମାଜର ବୋଝ ହୋଇ ରହିବେ ନାହିଁ ।ସେମାନେ ସାଧାରଣ ପିଲାଙ୍କ ସହ ମିଳାମିଶା ,ଖେଳକୁଦ କରି ପାରିବେ । ସେମାନେ ସମାଜର ସ୍ରୋତରେ ଆଗକୁ ବଢି ପାରିବେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଭକ୍ତ ବଂନ୍ଧୁ ବାରିକ,ବିଆରଟି ମହେଶ ମହାପାତ୍ର,ସାଗରିକା ପଣ୍ଡା,ରୁଦ୍ର ବିହାରୀ ଗିରି ପ୍ରମୁଖ ୩ ଜଣ ପ୍ରଶିକ୍ଷକ ଉପସ୍ଥିତ ପ୍ରଧାନ ଶିକ୍ଷକ,ଦିଵ୍ଯାଙ୍ଗ ପିଲାଙ୍କ ପିତାମାତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ପ୍ରଥମ ଦିନରେ ବଡମୌଦା ଓ ନିରଞ୍ଜନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଅଭିଭାବକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଶିଷ୍ଟ ଶ୍ରମିକନେତା ଶିବଚରଣ ବୋଇତିଙ୍କ ବିୟୋଗରେ ..

Sunil Chandra Nayak

ଛାଇ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!