ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାତ ଦିନିଆ ତାଲିମ ଶିବିର ଉଦଯାପିତ

ଚନ୍ଦାହାଣ୍ଡି-(୧୨/୭ ମନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ପଂଚାୟତ ଅନ୍ତର୍ଗତ ସାଲେବିଡି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ସାତ ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଏହି ତାଲିମ ଶିବିରର ପ୍ରଥମ ଦିନରେ ଅତିରିକ୍ତ ଜିଲ୍ଲାପାଳ ମୌସୁମୀ ନାୟକ ଉଦଘାଟନ କରିଥିଲେ l ବିଡ଼ିଓ ଧର୍ମରାଜ୍ ମାଝୀ ଙ୍କ ଅଧ୍ୟକ୍ଷତା ରେ ପ୍ରତେକ ଦିନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ଏଥିରେ ବାତ୍ୟା ଆଶ୍ରୟ ସ୍ଥଳୀର ସଭାପତି ତଥା ସରପଞ୍ଚ ଚନ୍ଦ୍ରିକା ଧୂରୂଆ, ସମ୍ପାଦକ ଜଗଦୀଶ ବାଘ, ପରିଚାଳନା କମିଟି ସଦସ୍ୟ ଅନନ୍ତ ସୋରି, ସୁକରାମ ବାଘ, କୃଷ୍ଣଚନ୍ଦ୍ର ସୋରି, ବଳଭଦ୍ର ମାଝୀ, ଅମର ଟିକ୍ରୀଆ,ବାଳକୃଷ୍ଣ ମାଝୀ, ରଘୁନାଥ ଟିକ୍ରିଆ, କୈବଲ୍ୟ ମାଝୀ, ବ୍ଲକର ବିଭାଗି ୟ କର୍ମଚାରୀ, ସ୍ଥାନୀୟ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ରାଜସ୍ୱ ବିଭାଗ କର୍ମଚାରୀ ପ୍ରତେକ ଦିନ ଯୋଗ ଦେଇ ସହଯୋଗ କରିଥିଲେ l ଗଞ୍ଜାମ ଜିଲ୍ଲାରୁ ଦୁଇଜଣ ପ୍ରଶିକ୍ଷକ ଆସି ୨୫ ଜଣ ଯୁବକ ଯୁବତୀ ମାନଙ୍କୁ ବନ୍ୟା ବାତ୍ୟା ସମୟରେ ଜନସାଧାରଣଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ l

ଦିଲୀପ ଦାସ ,ଚନ୍ଦାହାଣ୍ଡି

 

Related posts

ଅପର୍ତ୍ତି ସେଠୀ ଙ୍କ କବିତା କୃତ୍ରିମତା

Sunil Chandra Nayak

ରାଇରଙ୍ଗପୁର : ପୁରୁଣାଘାଟିରେ ବିଜେଡିର ଜନ ସଂପର୍କ ପଦଯାତ୍ରା

Sunil Chandra Nayak

ବିଦ୍ୟାଳୟରେ ତାଲା ପଡିବା ଘଟଣା, ତାଲା ଖୋଲିଲେ ବ୍ଲକ ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!