ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରେମମୟ ପ୍ରାଣ

ପ୍ରେମମୟ ପ୍ରାଣ

ଉପେନ୍ଦ୍ର କୁମାର ବସ୍ତିଆ

     
ଜହ୍ନ ମାଗୁଅଛି ପ୍ରିୟାର ଠିକଣା 
   ଜୁଈ ମାଗେ ମୋର ଦେହ 
ରାତ୍ରୀ ଯାଚୁନାହିଁ ପ୍ରୀତି ଉପହାର 
   ସ୍ମୁତି ଯାଚେ ଖାଲି ଲୁହ ।
ବର୍ଷା ଲେଖୁଅଛି ମୋ ପ୍ରେମ କାହାଣୀ 
    ବସନ୍ତ ଗାଉଛି ଗାଥା 
ଫଗୁଣ କହିବ ମୋ ଦୁଷ୍ଟାମୀ ଗୁଣ 
   ବୈଶାଖୀ ଦେଉଛି ବ୍ୟଥା ।
ଶ୍ରାବଣ ସାଥିରେ ଶ୍ରାବଣୀ ଗଲାଠୁ 
   ମନ ହେଲା ହୀନି ମାନ 
ଶୀତ କାକରର ସ୍ପର୍ଶରେ ହୃଦୟ 
   ଖୋଜିଲା ପୁରୁଣା ଦିନ ।
ହେମଲତା ଦିଏ ମକର ଠିକଣା 
   ଯାତରାକୁ ନାହିଁ ଧନ 
ସଂସାର ସାଗର ଜଳରେ ଡୁବୁଛି 
   ପ୍ରେମମୟ ଏହି ପ୍ରାଣ ।

ରାଉରକେଲା

Related posts

ଡାକ୍ତରଖାନା କିରାଣୀ ଦୀର୍ଘ ଦିନ ହେବ ଗାଏବ ହଇରାଣ ରେ କର୍ମଚାରୀ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ହେମନ୍ତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କାନ୍ଦଣା ଲହରୀ ନାହିଁ

Sunil Chandra Nayak

Leave a Comment

error: Content is protected !!