ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବି ଇ ଓଙ୍କ ପ୍ରତିଶୃତି ପରେ ସ୍କୁଲରୁ ଖୋଲିଲା ତାଲା

କୋଷାଗୁମୁଡ଼ା(ମନିସ)ତା -୧୩-୯-୨୨ ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଲକ ଏକୋରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୁରନ ଧର ମାଝୀ ଙ୍କ ଅନ୍ୟତ୍ର ଡେପୁଟେସନ କୁ ନେଇ ପ୍ରତିବାଦ ସ୍ବରୂପ ଆଜି ସ୍କୁଲ ପରିଚାଳନା କମିଟି ଏବଂ ଛାତ୍ର ଛାତ୍ରୀ ସ୍କୁଲ ରେ ତାଲା ପକାଇ ଥିଲେ।ଏହି ଖବର ବି ଇ ଓ ଙ୍କ ନିକଟରେ ପହଞ୍ଚିଲା ପରେ ,ସି ଆର ସି ସି ଙ୍କୁ ପଠାଇ ପୁରାନ ଧର ମାଝୀ ଙ୍କ ଡେପୁଟେସନ ରଦ୍ଧ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍କୁଲରୁ ତାଲା ଖୋଲା ଯାଇ ଥିଲା। ପ୍ରକାଶ ଥାଉ କି ଗତ ୮ ତାରିଖ ଦିନ କୋଡ଼ିଙ୍ଗା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦାଇତ୍ୱ ରେ ଥିବା ଯୋଗେଶ ଭତରା ଙ୍କ ମାନମୁଖୀ କାରବାର ଯୋଗୁଁ କୋଡ଼ିଙ୍ଗା ସ୍କୁଲରେ ତାଲା ପଡି ଥିଲା ।ତେଣୁ ପ୍ରଶାସନ ଏକୋରି ପ୍ରଧାନ ଶିକ୍ଷକ ଙ୍କୁ କୋଡ଼ିଙ୍ଗା ସ୍କୁଲକୁ ପ୍ରଧାନ ଶିକ୍ଷକ ଭାବେ ଡେପୁଟେସନ କରିଥିଲେ।ଏ ନେଇ ଆମେ ବି ଇ ଓ ସୁବାଷ ଚନ୍ଦ୍ର ରାୟ ଙ୍କୁ ପଚାରିବାରୁ ସେ କହି ଥିଲେ ଏକୋରି ପ୍ରଧାନ ଶିକ୍ଷକ ଙ୍କ ଡେପୁଟେସନ ରଦ୍ଧ କରାଗଲା ଏବଂ କୋଡ଼ିଙ୍ଗା ସ୍କୁଲରେ ରାକେଶ ପ୍ରଧାନ ଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆଯାଇଛି।ବର୍ତ୍ତମାନ କୋଷାଗୁମଡା ବ୍ଲକରେ ପ୍ରାଇମେରୀ, ଓପର ପ୍ରାଇମେରୀ,ଆଦର୍ଶ ବିଦ୍ୟାଳୟ ରେ ୨୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡି ଥିବା ଯୋଗୁଁ ଅନେକ ସ୍କୁଲରେ ଏଭଳି ସମସ୍ୟା ଦେଖାଦେଉଛି ଫଳରେ ପ୍ରଶାସନ ଡେପୁଟେସନ ରେ କାମଚଳାଉଥିବା ଦେଖିବାକୁ ମିଳୁଛି।

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

 

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ମୁକ୍‌ଲା ବାଲ୍‌

Sunil Chandra Nayak

ୱାଇଏମଏଫଆଇ ଓ ‘ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସ୍ମୃତିରେ ସ୍ମୃତିରେ’ କାର୍ଯ୍ୟକ୍ରମ 21ରେ 

ଗୋପାଳପୁର ଗ୍ରାମପଞ୍ଚାୟତ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!