ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝାଡାବାନ୍ତି ରେ ମ୍ରୁତକ ପରିବାର କୁ ଭେଟିଲେ ସାଂସଦ

ଚନ୍ଦାହାଣ୍ଡି ୧୩/୯(ମ ନି ସ)- ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ମଙ୍ଗଳବାର ଦିନ , ଗତ କିଛି ଦିନ ତଲେ ଝାଡାବାନ୍ତି ରେ ମ୍ରୁତ୍ୟୁବରଣ କରି ଥିବା ଚନ୍ଦାହାଣ୍ଡି ବ୍ଲକ ଗମ୍ବାରୀଗୁଡା ସଦର ପଂଚାୟତ ଭୋଇ ସାହିର ମ୍ରୁତକ ଳକ୍ଷିଧର ପାରାଭୋଏ (୫୫) ଏବଂ କୈବଲ୍ୟ ପରାଭୋଏ(୨୨) ଙ୍କ ପରିବାର ଲୋକଙ୍କୁ ଭେଟି ଶୋକ ସନ୍ତପ ପରିବାର ସଦସ୍ୟ ଙ୍କୁ ଭେଟି ସମବେଦନା ଦେବା ସହ ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଜାଉଛି କି ନାହିଁ ବର୍ତମାନ ପରିବା ର ର ଅନ୍ୟ ସଦଶ୍ୟ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିଛି ସେବାଦ ରେ ସାଂସଦ ରମେଶ ଚନ୍ଦ୍ର ମାଝି ମ୍ରୁତକ କୈବଲ୍ୟ ପାରାଭୋଏ ର ବାପା ଜୟରାମ ପାରା ଭୋଏ ଏବଂ ମ୍ରୁତକ ଲକ୍ଷିଧର ପାରାଭୋଏ ର ପୁଅ ଦୂର୍ଯ୍ୟ ପରାଭୋଏ କୁ ପଚାରି ବୁଝି ଥିଲେ । ଏହା ସହ ସାଂସଦ ରମେଶ ଚନ୍ଦ୍ର ମାଝି ମ୍ରୁତକ ପରିବାର ସଦଶ୍ୟ ଙ୍କୁ ୫୦୦୦ ହଜାରା ଲେଖାଏ ସହାୟତା ରାଶି ପ୍ରଦାନ କରିଥିଲେ । ଏହା ସହ ମ୍ରୁତକ ପରିବାର ଲୋକଙ୍କୁ ପରିବାର ମଙ୍ଗଳ ଏବଂ ରେଡକ୍ରସ ଫାଣ୍ଠି ରୁ ସହୟାୟତା ଯୋଗାଇ ଦେବା କୁ ପ୍ରୟାସ କରିବେ ବୋଲି ସାଂସଦ ରମେଶ ଚନ୍ଦ୍ର ମାଝି ମ୍ରୁତକ ପରିବା ର ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଥିଲେ । ସାଂସଦ ଙ୍କ ଗସ୍ତ ସମୟ ରେ ଧୋଡିପାଣି ସରପଂଚ ର୍ଦୁଲଭ ପୁଜାରୀ, ଗମ୍ବାରୀଗୁଡା ପଂଚାୟତ ର ପୂର୍ବତନ ସରପଂଚ ଚୈନସିଂ ପୂଜାରୀ, ଗମ୍ବାରୀଗୁଡା ସମିତି ସଭ୍ୟା ଗୌରୀ ନେଙ୍ଗୀ, ମୋତିଲାଲ ସାହୁ, ଘେନୁ ସାହୁ, ରୋମାଚଂଲ ସାହୁ, ଯୁବ ବି ଜେ ଡି ନେତା ମୋତିଲାଳ ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କୈଳାସ ଚନ୍ଦ୍ର ପାଢ଼ୀ ଙ୍କ କବିତା କାହାନ୍ତି ସେ ଗାନ୍ଧୀ ଗୋପବନ୍ଧୁ

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦିବସ ପାଳନ ପାଇଁ ବିଗୁଲ ବାଜିଲା

Sunil Chandra Nayak

ସାପ କାମୁଡାରେ ବୃଦ୍ଧା ଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!