ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଖେ ହରି ତ ମାରେ କିଏ ? ଅଳ୍ପକେ ବଞ୍ଚିଗଲା ଚାରି ଜୀବନ

ଉତ୍କେଲା,୧୪/୦୯, ( ମ ନି ସ  )  କେସିଙ୍ଗା ବ୍ଲକ ଉତ୍କେଲା ଜାତିୟ ରାଜପଥ ୨୬ ମୁଖ୍ୟ ରାସ୍ତା ର ଉତ୍କେଲା ର ଜଗନ୍ନାଥ ପଡା ଗବଡାସୁନି ନିକଟରେ ଥିବା ଝୁମ୍ପୁଡି ମାଛ ଦୋକାନ ଭିତର କୁ ଏକ କାର OD02 Y 9993 ବୁଧବାର ସକାଳ ୦୬ ଘ: ସମୟରେ ହଠାତ୍ ପୋଲଟିକୁ ଶକ୍ତ ଧକ୍କା ଦେଇ ପଶି ଯାଇଥିଲା। ଉକ୍ତ ପୋଲ ରେ ପ୍ରତଃହ ଦୁଇ ବୃଦ୍ଧା ଫୁଲମତୀ ନାଗ(୬୬) ନିଲା ପୁଟେଲ(୬୨) (ଜିର) ଚା ପିଇବା ଆସି ବସିଥାନ୍ତି। ପୋଲ ଟିରେ ବୃଦ୍ଧା ଦ୍ବୟ ଆଜି ମଧ୍ୟ ବସିଥିବା ସମୟରେ କାର ଟି ମାଲକାନଗିରି ରୁ ବଲାଙ୍ଗୀର ଭଡା ରେ ଯାଇ ଫେରୁଥିବା ବେଲେ ଡ୍ରାଇଭର ଟିର ଆଖିରେ ନିଦ ପଡିଯାଇଥିବା ଯୋଗୁଁ ଦୁର୍ଘଟଣା ହୋଇଥିଲା। କାରରେ ବସିଥିବା ଗାଡି ମାଲିକ ଓ ଡ୍ରାଇଭର ମଧ୍ୟ ଗାଡିରୁ ବେଲୁନ ବାହାରିବା ଯୋଗୁଁ ଦୁହେଁ ବଞ୍ଚି ଯାଇଥିଲେ। ଗାଡି ଟି ବୃଦ୍ଧା ଦ୍ବୟ ରୋଡ ମୁହଁକୁ ହୋଇ ବସିଥିବା ବେଲେ ତାଙ୍କରି ପଛପଟୁ ଏତେ ଜୋରରେ ଆସି ବାଡେଇ ହୋଇଥିଲା ଯେ ସେମାନେ ଉଠିବା ପାଇଁ ସମୟ ପାଇ ନଥିଲେ ।ପୋଲଟିକୁ ଧକ୍କା ହେବା ଫଳରେ ବସିଥିବା ପୋଲଟି ସାଇଡ ହୋଇ ଯାଇଥିଲା। ଘଟଣା ସ୍ଥଳରେ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ପହଞ୍ଚି ଗାଡିଟିକୁ ତନଖି ସହ ଜବତ କରିଥିଲେ। ଉତ୍କେଲା ମେନ ରୋଡ ଉପରେ ଛକ ମାନଙ୍କ ଉପରେ କେତେକ ଦୋକାନି ରାସ୍ତା କୁ ମାଡି ସାମାନ ପତ୍ର ରଖୁ ଥିବାରୁ ଦୁର୍ଘଟଣା ମାନ ଘଟୁଛି | ତେଣୁ ଏମାନଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ରାସ୍ତା ଅବରୋଧ କରିଥିବା ଦୋକାନି କୁ ହଟାଇବା ପାଇଁ ସାଧାରଣରେ ଦାବୀ ହେଉଛି l

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ କମିଟି ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Sunil Chandra Nayak

ଜଳସେଚନ ପାଇଁ ମେଗାଲିଫ୍ଟ ନିର୍ବାହି ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରିଲେ ମୂଷାପାଲି ପଞ୍ଚାୟତ ଚାଷୀ

Sunil Chandra Nayak

ଢ଼ାବା ମାଳିକାନି ହତ୍ୟା ଘଟଣା , ଅଭିଯୁକ୍ତ ଗିରଫ

Leave a Comment

error: Content is protected !!