ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂଜା ବାଦି ଙ୍କ କବିତା କଳ୍ପନା

କଳ୍ପନା 

ମୋ ଜୀବନରେ ତୁ ଆସିଗଲୁ ବୋଲି
ଖୁସିରେ ନ ପାରୁଛି ରହି,
ଥିଲା ଗୋଟେ ଦିନ ନଜର ଉଠାଇ ଦେଖିବା ବି ଥିଲା କଷ୍ଟ
ଏବେ ମୁଁ ଏମିତି ହୋଇ ଯାଇଛି କି
ଆଉ ରହି ପାରୁନି ମୁଁ ଥରେ ତତେ ନ ଦେଖି |
ସେତେବେଳେ ଯେ ମୁଁ ଛୋଟ ଥିଲି ବୋଲି
ମନ କଥା ମନେ ରହୁଥିଲା,
ମୁକ ମୁହଁକୁ ଯେବେ ମୁଁ ଖୋଲିଲି
ମୋ ହୃଦୟ ତୋ ହୃଦୟେ ଲାଗିଗଲା |
ସପନରେ ମୁଁ ଦେଖୁଥିଲି ତତେ
ହେଲେ ମୁଁ ସପନ ରେ ବି ଡରୁଥିଲି,
ମୋ ମନ କଥା ଜାଣି ମୋଠୁ ଦୁରେଇ ନ ଯାଉ ବୋଲି
ତୋଠୁ ମୁଁ ମୋ ନଜର ବି ଲୁଚାଉଥିଲି |
ଲାଜେ ଲାଜେ ପୁଣି ଟିକେ ଚାହୁଁଥିଲି 
ମନରେ ମୁଁ ଧୀରେ କିଛି କହୁଥିଲି,
ମୋ ଆଖି ଯାଇ ପୁଣି ତୋ ଆଖିରେ ଲାଗିଲେ
ପ୍ରେମର କଳ୍ପନା ମୁଁ କରୁଥିଲି |

                         ପୂଜା ବାଦି 

                         ସୁନ୍ଦରଗଡ଼

                        ହେମଗିର, କନକତୁରା

Related posts

ମଞ୍ଚାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଛାତ୍ରବାସ ସାତ ଦିନ ହେଲାଣି ବିଦ୍ୟୁତ ସେବାରୁ ବଞ୍ଚିତ: ସ୍ନାନ ଶୌଚ ଓ ରନ୍ଧନ ପାଇଁ ପାଣି ସମସ୍ୟା

Sunil Chandra Nayak

ମୂର୍ତ୍ତିକା ସଂଗ୍ରକ୍ଷଣ ବିଭାଗ ର ପୋଖରୀ ଖନନ କାର୍ଯ୍ୟ ପ୍ରହସନ

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ସେହି ମା ପାଇଁ

Leave a Comment

error: Content is protected !!