ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଯନ୍ତ୍ରଣା

ଯନ୍ତ୍ରଣା 

ଯନ୍ତ୍ରଣା ଶବ୍ଦଟି ବହୁ କଷ୍ଟ ଦିଏ
ଯିଏ ଭୋଗିବା ଜାଣିଛି
ଯନ୍ତ୍ରଣା ବିଭିନ୍ନ ପ୍ରକାରର ପୁଣି
ସଂସାରେ ଜୀବ ଭୋଗୁଛି।। 
ରୋଗ ହେଲେ ହୁଏ ଶରୀରେ ଯନ୍ତ୍ରଣା 
ଶରୀର କଷ୍ଟ ଭୋଗଇ
ଦେହ ହାତ ସବୁ ଅବଶ ଲାଗଇ 
ଅସ୍ତ ବ୍ୟସ୍ତ ହୋଇଥାଇ।। 
ଆତ୍ମୀୟ ଜନୈକ ଧୋକା ଦିଏ ଯେବେ
ମନେ ଯନ୍ତ୍ରଣା ହୁଅଇ
ମନର ଯନ୍ତ୍ରଣା ଦେହ ଯନ୍ତ୍ରଣାରୁ
ଅଧିକ କଷ୍ଟ ଦିଅଇ।। 
ଶରୀର ଯନ୍ତ୍ରଣା ଔଷଧ ସେବନେ
ଉପଶମ ହୋଇଯାଏ 
ମନ ଯନ୍ତ୍ରଣାଟି ମନ ନମିଳିଲେ
ଚିର ଦିନ ରହିଥାଏ।। 
ଆଉ ଏକ ପୁଣି ବିଚ୍ଛେଦ ଯନ୍ତ୍ରଣା
ଯିଏ ଭୋଗେ ଜାଣେ ସିଏ
ସବୁଠାରୁ ବଡ ବିଚ୍ଛେଦରେ କଷ୍ଟ
ମନେ କୋହ ଭରିଥାଏ।। 
ପିତା ମାତା ଠାରୁ ସନ୍ତାନଟି ଯେବେ
ଦୂର ବିଦେଶକୁ ଯାଏ
ବିଚ୍ଛେଦ ଯନ୍ତ୍ରଣା ଭୋଗିଥାନ୍ତି ଦୁହେଁ 
ଆଖି ଲୁହ ଭିଜୁଥାଏ।। 
ପତି ଯେବେ ଯାଏ ଦୂର ବିଦେଶକୁ 
ପତ୍ନୀକୁ କଷ୍ଟ ଲାଗଇ
ରୋଜଗାର ପାଇଁ ବିଚ୍ଛେଦ ଯନ୍ତ୍ରଣା 
କର୍ମ ଆଦରି ସହଇ।।
ଦ୍ବାପର ଯୁଗରେ ମଥୁରାକୁ ଯେବେ
କଳାକାହ୍ନୁ ଯାଇଥିଲେ
ପୁତ୍ରର ବିଚ୍ଛେଦର ଯନ୍ତ୍ରଣାକୁ ପୁଣି
ଯଶୋମତି ସହିଥିଲେ।। 
ସବୁ ଯନ୍ତ୍ରଣା ଯେ କଷ୍ଟ ଦେଇଥାଏ 
କିଏ ଉପଶମ ହୁଏ 
କେଉଁ ଯନ୍ତ୍ରଣା ବି ଏପରି ରହିଛି
ମଲା ଯାଏ ସାଥେଥାଏ।। 

ବନଲକ୍ଷ୍ମୀ ମହାନ୍ତି 

ନଡିଆବରାଇ , କେନ୍ଦ୍ରାପଡ଼ା ।।

Related posts

ସାଧନା ପଣ୍ଡା  ଙ୍କ କବିତା ବ୍ୟଥାର ଯମୁନା ତୀରେ .. !

Sunil Chandra Nayak

ଶିକ୍ଷକ ଙ୍କ ବିୟୋଗରେ ଶୋକ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ଜଗନ୍ନାଥ

Sunil Chandra Nayak

Leave a Comment

error: Content is protected !!