ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ -୨୦୨୨ ପାଳନ

ଢେଙ୍କାନାଳ: ତା.୧୪.୦୯.୨୦୨୨ ଆଜି ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ହିନ୍ଦୀ ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ) ଜୁନିୟରଙ୍କ ନିର୍ଦ୍ଦେଶରେ ସ୍ଵୀୟ ବାର୍ତ୍ତାରେ ଭାରତରେ ହିନ୍ଦୀ ରାଷ୍ଟ୍ରଭାଷାର ଆବଶ୍ୟକତା ଓ ଅଧ୍ୟୟନର ସୁଦୂରପ୍ରସାରୀ ପ୍ରଭାବ ରହିଥିବାରୁ ସମସ୍ତେ ଏହି ଭାଷାକୁ ଶିଖିବା ଦରକାର ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ରାଷ୍ଟ୍ରଭାଷା ହିନ୍ଦୀ ଦିବସ ପାଳନର ତାତ୍ପର୍ଯ୍ୟ ଓ ଭାରତରେ ଏହାର ପରିବ୍ୟାପ୍ତତା ହିଁ ହିନ୍ଦୀ ଭାଷାକୁ ଲୋକପ୍ରିୟ କରିପାରିଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏକ ଦେଶାତ୍ମବୋଧକ ହିନ୍ଦୀ କବିତା ପାଠ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ଛୋଟ୍ଟରାୟ, ଅନ୍ୟତମ ସଦସ୍ୟ ସାରଙ୍ଗଧର ସାହୁ ସମେତ ସମସ୍ତ ସଭ୍ୟ ସଭ୍ୟା ବୃନ୍ଦ, ଅଭିଭାବକ,ଅଭିଭାବିକା , ସମସ୍ତ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ ବୃନ୍ଦ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ବରିଷ୍ଠ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ର,ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର, ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ ଥାର୍ଡ ଅଫିସର ଅନୁପମା ପଣ୍ଡା,ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀ,ସମର ଶିକ୍ଷାର୍ଥୀ ନୌବାହିନୀ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ କିରଣମୟୀ ମହାଳିକ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ହିନ୍ଦୀ ଶିକ୍ଷକ କିଶୋର ସାମଲ,ସ୍କାଉଟ ମାଷ୍ଟର,ଇତିଶ କୁମାର ବରାଳ, ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ ଅଫିସର ଧ୍ୟାନଚାନ୍ଦ ମିଶ୍ର, ସ୍ୱର୍ଣ୍ଣମୟୀ ଶତପଥୀ,ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ, ଦିପ୍ତିଶ କୁମାର ଶତପଥୀ, କଳ୍ପନା ବାରିକ, କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ, ଭୋକେଶନାଲ ଦାୟିତ୍ୱରେ ଥିବା ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା, ବାସୁଦେବ ରଣା, ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ, ବିଦ୍ୟାଳୟରେ କୋଭିଡ-୧୯ ନିୟମାବଳୀ ଅନୁପାଳନ କରି ଯୋଗଦାନ କରି ହିନ୍ଦୀ ଦିବସ ପାଳନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।ପରେପରେ ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ଦୀପ୍ତିଶ୍ କୁମାର ଶତପଥୀଙ୍କ ମିଳିତ ମାର୍ଗଦର୍ଶନରେ କୋଭିଡ୍ ନିୟମ ସବୁକୁ ଅନୁପାଳନ କରି ପ୍ରାର୍ଥନା ସଭା ପରେ ପରେ ହିନ୍ଦୀ ଭାଷାରେ ପ୍ରାର୍ଥନା ଶପଥ,କୁଇଜ୍ ଓ ଦେଶାତ୍ମବୋଧକ ସଙ୍ଗୀତ ମାଧ୍ୟମରେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରିଶେଷରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଉପଲକ୍ଷେ ହିନ୍ଦୀ ଦିବସ କାର୍ଯ୍ୟକ୍ରମର ପାଳନ ଅବସରରେ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କଲମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ସ୍ଵର୍ଗତ ରଜତ କରଙ୍କ ସ୍ମରଣେ

ଡାଃ ବିଚିତ୍ରାନନ୍ଦ ପଟ୍ଟନାୟକ ଗୃହ ନିର୍ମାଣ ସମବାୟ ସମିତି ସଭାପତି

Sunil Chandra Nayak

Leave a Comment

error: Content is protected !!